অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭାରତୀୟ ସାକ୍ଷ୍ୟବିଧି ଆଇନ୍ ୧୮୭୨(ସର୍ବସାଧାରଣ ଦଲିଲ୍)

ସର୍ବସାଧାରଣ  ଦଲିଲ୍

ନିମ୍ନଲିଖିତ  ଦଲିଲ୍  ଗୁଡିକ, ସର୍ବସାଧାରଣ   ଦଲିଲ୍  ଅଟେ  ।

  1. ଦଲିଲ୍, ଯାହାକି  କାର୍ଯ୍ୟ  କିମ୍ବା  କାର୍ଯ୍ୟର  ନଥି  ଗଠନ   କରେ ।
    • ସାର୍ବଭୌମ  ଅଧିକାରୀଙ୍କର,
    • କାର୍ଯ୍ୟାଳୟ  ଅଧିକାରୀ ଏବଂ  ଟ୍ରିବ୍ୟୁନାଲଙ୍କର, ଏବଂ
    • [ଭାରତର  ଯେକୌଣସି   ଅଞ୍ଚଳ କିମ୍ବା  ରାଜ୍ୟ  ଗୋଷ୍ଠୀର ] ବିଦେଶୀରାଷ୍ଟ୍ରର  ବ୍ୟବସ୍ଥାପକ, ଶାସନ   ବିଭାଗ  ଏବଂ  ବିଚାର  ବିଭାଗର  ସର୍ବସାଧାରଣ  ଉଚ୍ଚାକର୍ମଚାରୀ
  2. ସର୍ବସାଧାରଣ  ଦଲିଲ୍  ଯାହାକି  ଘରୋଇ  ଦଲିଲ୍ ଭାବେ [ ଯେ  କୌଣସି  ଅବସ୍ଥାରେ ରଖାଯାଇ ଥାଏ  ।]

ଟିପ୍ପଣୀ

ଷ୍ଟେସନ  ଡାଏରୀ   ଅନ୍ତର୍ଭୂକ୍ତିକରଣ   ଗୁଡିକ, ସର୍ବସାଧାରଣ  ଦଲିଲ୍  ଅଟେ : ଦଫା ୭୪(୧) (୩) ଅନୁଯାୟୀ, ଷ୍ଟେସନ ।

ଡାଏରୀ  ଅନ୍ତର୍ଭୂକ୍ତିକରଣ  ଗୁଡିକ, ସର୍ବସାଧାରଣ   ଦଲିଲ୍ ଅଟେ – ଦଫା  ୭୬ ବ୍ୟବସ୍ଥାୟୀତ  କରେ  ଯେ, ସର୍ବସାଧାରଣ ଉଚ୍ଚ  କର୍ମଚାରୀଙ୍କ  ପୂର୍ବ  ମଞ୍ଜୁରୀ  ଦ୍ଵାରା  କରାଯିବା  ଉଚିତ୍ ଯାହାକି  ଆଇନଗତ  ଶୁକ୍ଳ  ପ୍ରଦାନ  ଉପରେ, ଏପରି  ପ୍ରଦାନ  କରାଯିବ – ବିଦ୍ୟମାନ  ମୋକଦ୍ଦମାରେ, ଯଦିଓ  ଆବେଦନକାରୀ, ଷ୍ଟେସନ  ଡାଏରୀ  ଅନ୍ତର୍ଭୂକ୍ତିକରଣର  ପ୍ରମାଣିତ  ନକଲ  ମଞ୍ଜୁର   କରିବା  ନିମନ୍ତେ  ଆବେଦନ   କରିଥିଲା, ତା  ଉପରେ  ଦୀର୍ଘ  ସମୟ  ଧରି  କୌଣସି  କାର୍ଯ୍ୟାନୁଷ୍ଠାନ  ଗ୍ରହଣ   କରାଯାଇ  ନଥିଲା – ନକଲ  ପ୍ରଦାନ  କରିବା  ନିମନ୍ତେ  ନିର୍ଦ୍ଦେଶ  ପ୍ରଦାନ  କରାଯାଇଥିଲା – ଅରୁଣ  କୁମାର  ଦଣ୍ଡପାଟ  ବନାମ୍  କଟକର  କଲେକ୍ଟର  ଏବଂ  ଜିଲ୍ଲା   ମାଜିଷ୍ଟ୍ରେଟ   ଏବଂ  ଅନ୍ୟମାନେ – ୨୦୦୧ (୧) ଓଏଲ୍ଆର୍  - ୪୦୯; ୯୧ (୨୦୦୧) ସିଏଲ୍ ଟି  - ୬୪୯  ।

ଦଫା ୭୪ – ମୃତ୍ୟୁ  ରେଜିଷ୍ଟର – ଏକ  ସର୍ବସାଧାରଣ  ଦଲିଲ୍ – ଜନ୍ମ  ଏବଂ  ମୃତ୍ୟୁ  ପଞ୍ଜୀକରଣ  ଆଇନର  ବ୍ୟବସ୍ଥାବଳୀ  ଅନୁଯାୟୀ, ଅନ୍ତର୍ଭୂକ୍ତିକରଣର  ପ୍ରମାଣିତ  ନକଲ, ଉପରୋକ୍ତ   ଆଇନ୍ ରେ  ବିହୀତ  ଫର୍ମରେ  ଉପଲଭ୍ୟ  ଅଟେ, ଯାହାକି  ଅଭିଲେଖ  ବ୍ୟତୀତ  ସାକ୍ଷ୍ୟରେ  ଗ୍ରହଣୀୟ  ହୋଇଥାଏ   । ମକରଧ୍ଵଜ   ମହାନ୍ତି  ବନାମ୍  ଧରମବୀର  କାନୁନଗୋ : ୨୦୧୩ (ସପ୍ଲି - ୨) ଓଏଲ୍ଆର୍ ୮୨୫   ।

ଘରୋଇ  ଦଲିଲ୍

ଅନ୍ୟାନ୍ୟ  ସମସ୍ତ  ଦଲିଲ୍  ଗୁଡିକ  ଘରୋଇ   ଦଲିଲ୍ ଅଟେ ।

ସର୍ବସାଧାରଣ  ଦଲିଲ୍ ର  ପ୍ରମାଣିତ  ନକଲ

ପ୍ରତ୍ୟକ  ସର୍ବସାଧାରଣ  ଉଚ୍ଚକର୍ମଚାରୀ  ଯାହାଙ୍କର   ତତ୍ତ୍ଵାବଧାନରେ  କୌଣସି  ସର୍ବସାଧାରଣ  ଦଲିଲ୍  ଥାଏ, ଯାହାକୁ  କୌଣସି  ବ୍ୟକ୍ତିର  ଦେଖିବା  ଅଧିକାର  ଅଛି, ଉକ୍ତ  ବ୍ୟକ୍ତିର  ଦାବୀ  ଫଳରେ, ନ୍ୟାୟ  ଆଇନଗତ  ଶୁଳ୍କ   ଗ୍ରହଣ  କରି  ତାର  ଏକ  ନକଲ  ପ୍ରଦାନ  କରିବା  ସହିତ ଉକ୍ତ  ନକଲ  ତଳେ  ଏକ  ଲିଖିତ  ପ୍ରମାଣ  ପତ୍ର  ପ୍ରଦାନ  କରିବେ, ଯେ,ଏପରି  ଦଲିଲ୍ ର  ଏହା  ଏକ  ସତ୍ୟ  ନକଲ  ଅଟେ, ଏବଂ  ଏପରି  ପ୍ରମାଣ  ପତ୍ରରେ  ତାରିଖ  ପ୍ରଦାନ  କରାଯାଇ  ଉକ୍ତ  ଉଚ୍ଚାକର୍ମଚାରୀଙ୍କର  ନାମ  କାର୍ଯ୍ୟାଳୟ  ପଦବୀ  ପ୍ରଦାନ  କରାଯାଇ   ମୋହରିତ  ହୋଇଥିବ, ଯେତେବେଳେ  ଏପରି  ଉଚ୍ଚାକର୍ମଚାରୀ  କୌଣସି  ମୋହର  ବ୍ୟବହାର  କରିବା  ନିମନ୍ତେ   କ୍ଷମତାୟୀତ   ହୋଇଥିବେ, ଏବଂ ଏପରି  ନକଲ, ଯାହାକି  ଏପରି  ଭାବେ  ପ୍ରମାଣିତ  ହୋଇଥାଏ, ତାହାକୁ   ପ୍ରମାଣିତ  ନକଲ  କୁହାଯାଏ   ।

ସ୍ପଷ୍ଟିକରଣ

ଯେକୌଣସି  ଉଚ୍ଚକର୍ମଚାରୀ, କାର୍ଯ୍ୟାଳୟ  କର୍ତ୍ତବ୍ୟ  ସଂପାଦନ  ଦ୍ଵାରା, ଏପରି  ନକଲ  ପ୍ରଦାନ  କରିବା  ନିମନ୍ତେ  କ୍ଷମତାୟୀତ, ସେ, ଏହି  ଦଫାର  ଅର୍ଥାନୁଯାୟୀ, ଏପରି  ଦଲିଲ୍ ର  ତତ୍ତ୍ଵାବଧାନରେ  ଅଛନ୍ତି  ବୋଲି  ଧରାଯିବ ।

ଟିପ୍ପଣୀ

ସହକାରୀ  ନିବନ୍ଧକଙ୍କର  ସ୍ଵାକ୍ଷରର  ଅନୁପସ୍ଥିତି : ପ୍ରମାଣିତ  ନକଲ – ଉଚ୍ଚ  ନ୍ୟାୟାଳୟର  ସହକାରୀ  ନିବନ୍ଧକଙ୍କ  ସ୍ଵାକ୍ଷରର ଅନୁପସ୍ଥିତି, ଯେକି, ସାଧାରଣ  କାର୍ଯ୍ୟାଳୟ   କର୍ତ୍ତବ୍ୟରେ, କୌଣସି  ସତ୍ୟ  ନକଲ  କିମ୍ବା  ପ୍ରକୃତ  ନକଲର  ପ୍ରମାଣପତ୍ରରେ  ତାଙ୍କର  ନାମ  ପ୍ରଦାନ  କରିବା   ନିମନ୍ତେ   କ୍ଷମତାୟୀତ  ଅଟନ୍ତି -  ନିମ୍ନ  ନ୍ୟାୟାଳୟ  ସମ୍ମୁଖରେ  ତାର  ଉପସ୍ଥାପନା – ନ୍ୟାୟାଳୟଙ୍କ  କର୍ତ୍ତବ୍ୟ – ନିମ୍ନ  ନ୍ୟାୟାଳୟ  ସମ୍ମୁଖରେ   କେବଳମାତ୍ର  ଉନ୍ମୁକ୍ତ  ପଥ  ହେଉଛି, ଅନ୍ୟ  ଏକ  ପ୍ରମାଣିତ  ନକଲ  ଉପସ୍ଥାପନ   କରିବା  ନିମନ୍ତେ  ନିର୍ଦ୍ଦେଶ  ଦେବା – ପ୍ରଭାକର  ମହାପାତ୍ର  ଏବଂ  ଅନ୍ୟ  ଜଣେ  ବନାମ୍  ଓଡିଶା  ରାଜ୍ୟ  ସରକାର – ୨୦୦୧ – (୨) ଓଏଲ୍ଆର୍ – ୪୧୯; (୨୦୦୧) ୨୧ ଓସିଆର୍ – ୫୩୯

ପ୍ରମାଣିତ  ନକଲ – ସତ୍ୟ  ବୋଲି  ନକଲକୁ  ପ୍ରମାଣିତ   କରି, ସହକାରୀ  ନିବନ୍ଧକଙ୍କ  ସ୍ଵାକ୍ଷର  ତାହା  ହଜିଯାଇଥିଲା – ନିମ୍ନ  ନ୍ୟାୟାଳୟ  ନିମନ୍ତେ  ଏକମାତ୍ର  ଉନ୍ମୁକ୍ତ  ପ୍ରଥା  ହେଉଛି, ଅନ୍ୟ  ଏକ  ପ୍ରମାଣିତ  ନକଲର   ଉପସ୍ଥାପନା   ନିମନ୍ତେ   ନିର୍ଦ୍ଦେଶ  ପ୍ରଦାନ  କରିବା – ପ୍ରଭାକର  ମହାପାତ୍ର  ଏବଂ  ଅନ୍ୟ  ଜଣେ  ବନାମ୍  ଓଡିଶା  ରାଜ୍ୟ  ସରକାର – ୧ (୨୦୦୨) ସିସିଆର୍ – ୨୭୭ (ଓଡିଶା), ୨୦୦୧ (୨) ଓଏଲ୍ଆର୍ – ୪୧୯   ।

ପ୍ରମାଣିତ ନକଲ ଉପସ୍ଥାପନ ଦ୍ଵାରା ଦଲିଲ୍ ପ୍ରମାଣ

ସର୍ବସାଧାରଣ  ଦଲିଲ୍  କିମ୍ବା  ସର୍ବସାଧାରଣ  ଦଲିଲ୍ ର  ଅଂଶର  ପ୍ରମାଣ ନିମନ୍ତେ, ଏପରି  ପ୍ରମାଣିତ ନକଲ  ଦାଖଲ  କରାଯିବ  ଉଚିତ୍, ଯାହାର ସେ  ଗୁଡିକ  ନକଲ  ହୋଇଥାଏ ।

ଅନ୍ୟାନ୍ୟ କାର୍ଯ୍ୟାଳୟ ଦଲିଲ୍ ର ପ୍ରମାଣ

ନିମ୍ନଲିଖିତ  ସର୍ବସାଧାରଣ  ଦଲିଲ୍ କୁ, ନିମ୍ନଲିଖିତଭାବେ  ପ୍ରମାଣ  କରାଯାଇପାରେ –

  1. [କେନ୍ଦ୍ର  ସରକାରଙ୍କର] କୌଣସି  ବିଭାଗର   କାର୍ଯ୍ୟ, ଆଦେଶ  କିମ୍ବା  ବିଜ୍ଞପ୍ତି  କିମ୍ବା  [ସମ୍ରାଟଙ୍କ  ପ୍ରତିନିଧି] କିମ୍ବା  ରାଜ୍ୟ  ସରକାର  କିମ୍ବା  ରାଜ୍ୟସରକାରଙ୍କର  କୌଣସି  ବିଭାଗର  ଏପରି  କାର୍ଯ୍ୟ, ଆଦେଶ  କିମ୍ବା  ବିଜ୍ଞପ୍ତି –
  2. ସେହି  ବିଭାଗଗୁଡିକର  ମୁଖ୍ୟଙ୍କ  ଦ୍ଵାରା   ପ୍ରମାଣିତ  ନଥି  ଦ୍ଵାରା; ପ୍ରମାଣ  କରାଯାଇପାରେ; କିମ୍ବା

    କୌଣସି  ଦଲିଲ୍  ଦ୍ଵାରା, ଯାହାକି  ଏପରି  ସରକାର  କିମ୍ବା  ସମ୍ରାଟଙ୍କର  ବା  ରାଜାଙ୍କର  ପ୍ରତିନିଧିଙ୍କ  ଆଦେଶ  ଦ୍ଵାରା   ଏପରି  ମୁଦ୍ରଣ   କରାଯାଇଥାଏ  ।

  3. ବ୍ୟବସ୍ଥାପକ  ସଭା  କାର୍ଯ୍ୟାନୁଷ୍ଠାନ –
  4. ସେହି  ସମସ୍ତ  ସଂସ୍ଥାର  ପତ୍ରିକା  ଦ୍ଵାରା  କିମ୍ବା  ମୁଦ୍ରିତ  ବା  ପ୍ରକାଶିତ  ଆଇନ  ଦ୍ଵାରା  କିମ୍ବା  ନକଲ  ଦ୍ଵାରା, ଯାହାକି  [ସଂପୃକ୍ତ  ସରକାରଙ୍କର  ଆଦେଶ  ଦ୍ଵାରା  ପ୍ରକାଶିତ  ହୋଇଥାଏ  ।]

  5. ରାଜାଙ୍କଦ୍ଵାରା  କିମ୍ବା  ପ୍ରିଭିକାଉନ୍ ସିଲ୍  ଦ୍ଵାରା   କିମ୍ବା [ରାଜ୍ୟ   ସରକାରଙ୍କର  କୌଣସି  ବିଭାଗ  ଦ୍ଵାରା  ନିର୍ଗମ   କରାଯାଉଥିବା  ଘୋଷଣା, ଆଦେଶ  କିମ୍ବା  ନିୟମିତ  କରଣ  ଦ୍ଵାରା : -
  6. ଲଣ୍ଡନ୍  ଗେଜେଟ୍ ରେ  ଧାରିତ   ନକଲ  କିମ୍ବା  ରାଣୀଙ୍କର  ମୁଦ୍ରଣକାରୀଙ୍କ  ଦ୍ଵାରା  ମୁଦ୍ରିତ  ଏପରି  କୌଣସି  ନକଲ  ଦ୍ଵାରା ;

  7. ଶାସନ  ବିଭାଗୀୟ  କର୍ମଚାରୀଙ୍କର  କାର୍ଯ୍ୟ  କିମ୍ବା  କୌଣସି  ବିଦେଶୀ  ଦେଶର  ବ୍ୟବସ୍ଥାପନ  ସଭାର  କାର୍ଯ୍ୟାନୁଷ୍ଠାନ –
  8. ସେମାନଙ୍କର  କ୍ଷମତା  ବଳରେ  ବା  ଦ୍ଵାରା  ପ୍ରକାଶିତ  ପତ୍ରିକା  ଦ୍ଵାରା  କିମ୍ବା  ସାଧାରଣଭାବେ  ଉକ୍ତ  ଦେଶରେ  ଏପରିଭାବେ  ଗୃହୀତ  କିମ୍ବା  ଉକ୍ତ  ଦେଶର  ମୋହର  ଅନୁଯାୟୀ  ପ୍ରମାଣିତ  କୌଣସି  ନକଲଦ୍ଵାରା  କିମ୍ବା  କୌଣସି  [କେନ୍ଦ୍ରୀୟ  ଆଇନ୍ ଅନୁଯାୟୀ  ସ୍ଵୀକୃତି  ଦ୍ଵାରା ]

  9. କୌଣସି  [ରାଜ୍ୟର] ପୌରପାଳିକା  ସଂସ୍ଥାର  କାର୍ଯ୍ୟାନୁଷ୍ଠାନ –
  10. ସେଥିରୁ  ଆଇନଗତ  ତତ୍ତ୍ଵାବଧାରକ  ଦ୍ଵାରା  ପ୍ରମାଣିତ  ଏପରି  କାର୍ଯ୍ୟାନୁଷ୍ଠାନର  ଏକ  ନକଲ  କିମ୍ବା  ଏପରି  ସଂସ୍ଥାର  କ୍ଷମତା  ଦ୍ଵାରା  ପ୍ରକାଶିତ   କୌଣସି  ପୁସ୍ତକ  ଦ୍ଵାରା;

  11. କୌଣସି  ବିଦେଶୀ  ରାଷ୍ଟ୍ରର  ଅନ୍ୟ  କୌଣସି  ଶ୍ରେଣୀର  ସର୍ବସାଧାରଣ ଦଲିଲ୍ –
  12. ସେଥିରୁ   ଆଇନଗତ  ତତ୍ତ୍ଵାବଧାରକଙ୍କ  ଦ୍ଵାରା  କୌଣସି   ପ୍ରମାଣିତ  ନକଲ  କିମ୍ବା  ମୂଳଲେଖା  ସହିତ  କୌଣସି  ନୋଟାରୀ  ପବ୍ଲିକ  କିମ୍ବା  [ଭାରତୀୟ  କାଉନସିଲ୍ ] କିମ୍ବା   କୁଟନୈତିକ  ପ୍ରତିନିଧିଙ୍କର  ମୋହର   ସହିତ  ଏକ  ପ୍ରମାଣପତ୍ର  ଯେ, ଉକ୍ତ   ନକଲଟି, ମୂଳ  ଲେଖାର  ଆଇନ୍ ଗତ  ତତ୍ତ୍ଵାବଧାରକଙ୍କ   ଦ୍ଵାରା  ଠିକ୍ ଭାବେ  ପ୍ରମାଣିତ   ହୋଇଛି  ଏବଂ  ବିଦେଶୀ  ଦେଶର  ଆଇନ୍  ଅନୁଯାୟୀ   ତାହା  ପ୍ରମାଣିତ  ହୋଇଛି   ।

ଆଧାର – ଦ ଲ ହାଉସ

Last Modified : 8/19/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate