অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜାତୀୟ ମାନବିକ ଅଧିକାର କମିଶନ୍ (ପଦ୍ଧତି ) ନିୟମିତକରଣ ୧୯୯୪

ଜାତୀୟ ମାନବିକ ଅଧିକାର କମିଶନ୍ (ପଦ୍ଧତି ) ନିୟମିତକରଣ ୧୯୯୪

ମାନବିକ ଅଧିକାର ସୁରକ୍ଷା ଆଇନ୍ , ୧୯୯୩ (୧୦/୧୯୯୪) ର ଦଫା ୧୦ର ଉପଦଫା (୨) ଦ୍ଵାରା ପ୍ରଦାନ କ୍ଷମତାର ପରିଚାଳନାରେ ଜାତୀୟ ମାନବିକ ଅଧିକାର କମିଶନ୍ ଏତତ ଦ୍ଵାରା ନିମ୍ନଲିଖିତ ନୀୟମିତକରଣ ପ୍ରଣୟନ କରୁଛନ୍ତି ।

ସଂକ୍ଷିପ୍ତ ଆଖ୍ୟା ଏବଂ ପ୍ରାରମ୍ଭ

  1. ଜାତୀୟ ମାନବିକ ଅଧିକାର କମିଶନ୍ (ପଦ୍ଧତି ) ନିୟମିତକରଣ ୧୯୯୪ ଏହି ନୀୟମିତକରଣକୁ , ଜାତୀୟ ମାନବିକ ଅଧିକାର କମିଶନ୍ (ପଦ୍ଧତି) ନୀୟମିତକରଣ,୧୯୯୪ ବୋଲି କୁହାଯିବ ।
  2. ସେଗୁଡିକ,୧୯୯୪ ମସିହା ମାର୍ଚ୍ଚ ୧ ତାରିଖରୁ ବଳବତ୍ତର ହେବ ।

ସଂଜ୍ଞା

ଏହି ନିୟମିତକରଣ ଗୁଡିକରେ , ଯଦି ସୂଚୀ ଅନ୍ୟାଥା ଅବଶ୍ୟକ ନକରେ :-

  • ‘ଆଇନ୍’ ଅର୍ଥ ମାନବିକ ଅଧିକାର ସୁରକ୍ଷା ଆଇନ୍, ୧୯୯୩.
  • ‘ସଭପତି ‘ଅର୍ଥ କମିଶନ୍ ର ସଭାପତି ;
  • ’କମିଶନ୍’ ଅର୍ଥ ଜାତୀୟ ମାନବିକ ଅଧିକାର କମିଶନ୍ ;
  • ’ସଦସ୍ୟ ‘ ଅର୍ଥ କମିଶନ୍ ର ଜଣେ ସଦସ୍ୟ ଏବଂ ଏହା ସଭାପତିଙ୍କୁ ଅନ୍ତର୍ଭୁକ୍ତ କରେ ।

କମିଶନ୍ ଙ୍କ ମୁଖ୍ୟକାର୍ଯ୍ୟାଳୟ :-

କମିଶନ୍ ଙ୍କ ମୁଖ୍ୟକାର୍ଯ୍ୟାଳୟ , ଦିଲ୍ଲୀରେ ଅବସ୍ଥାପିତ ହେବ ।

  • ବିଜ୍ଞପ୍ତି ସଂଖ୍ୟା ଏ- ୧୧୦୩୧/୧/୯୪ ଏନ.ଏଚ.ଆରସି , ଯାହାକି ଭାରତୀୟ ଅସାଧାରଣ ଗେଜେଟ, ଅଂଶ-୨ ଦଫା ୧.ସଂଖ୍ୟା ୧୯; ତା.୨୬/୨/୧୯୯୪ ରେ ପ୍ରକାଶିତ ।

ବୈଠକର ସ୍ଥାନ ଓ ଅବଧି

ସାଧାରଣତଃ କମିଶନ୍, ଦିଲ୍ଲୀରେ ଅବସ୍ଥିତ କାର୍ଯ୍ୟାଳୟରେ ଏହାର ବୈଠକ ଅନୁଷ୍ଠିତ କରିବେ , ଯାହେଉନା କାହିଁକି,ଏହା ତାଙ୍କ ବିବେକ ଅନୁଯାୟୀ,ଭାରତର ଅନ୍ୟ କୌଣସି ସ୍ଥାନରେ ଏହାର ବୈଠକ ଅନୁଷ୍ଠିତ କରିପାରନ୍ତି, ଯଦି ସେ ଏହା ଆବଶ୍ୟକ ବୋଲି ବିବେଚନା କରନ୍ତି ।

ବୈଠକ ଅବଧି :-

ଛୁଟିଦିନ ବ୍ୟତୀତ କମିଶନ୍ ସାଧାରଣତଃ ଏହାର ନିୟମିତ ବୈଠକ, ପ୍ରତ୍ୟେକ ମାସରେ ପ୍ରଥମ ଏବଂ ତୃତୀୟ ସପ୍ତାହରେ କରନ୍ତି । ଯାହେଉନା କାହିଁକି ସଭାପତି ନିଜେ କିମ୍ବା ଜଣେ କିମ୍ବା ଅଧିକ ସଦସ୍ୟଙ୍କ ଅନୁରୋଧରେ କମିଶନ୍ ର ଏକ ବିବେଶ ବୈଠକ ନିମନ୍ତେ ନିର୍ଦ୍ଦେଶ ନେଇପାରନ୍ତି , ଯାହାକି କୌଣସି ଗୁରୁତ୍ଵପୂର୍ଣ୍ଣ ବିଷୟ ବିଚାର କରିବା ନିମନ୍ତେ ଆହ୍ଵାନ କରାଯାଏ ।

ସଚିବାଳୟ ସାହାଯ୍ୟ ଓ କାର୍ଯ୍ୟ ସୂଚୀ

ସେକ୍ରେଟାରୀ ଜେନେରାଲ । କମିଶନ୍ ଏପରି ଉଚ୍ଚ କର୍ମଚାରୀଙ୍କ ସହିତ ଯେପରି ସଭାପତିଙ୍କ ଦ୍ଵାରା ନିର୍ଦ୍ଦେଶକ କିମ୍ବା ଆବଶ୍ୟକ ବୋଲି ବିବେଚନା ହୁଏ, କମିଶନ ଙ୍କ ବୈଠକରେ ଯୋଗଦାନ କରିବେ ।

କାର୍ଯ୍ୟ ସୂଚୀ :-

ସେକ୍ରେଟାରୀ ଜେନେରାଲ, ସଭାପତି ଙ୍କ ସହ ପରାମର୍ଶ , କମିଶନ୍ ର ଏପରି ବୈଠକ ନିମନ୍ତେ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବେ ଏବଂ ତା ଉପରେ ଟିପ୍ପଣୀ, ସଚିବାଳୟ ଦ୍ଵାରା ପ୍ରସ୍ତୁତ କରାଇବେ । ଏପରି ଟିପ୍ପଣୀ ଯେତେ ଦୂର ସମ୍ଭବ ସ୍ଵଧାରିତ ହୋଇଥିବ, କାର୍ଯ୍ୟସୂଚୀ ଧାରଣ କରିଥିବା ନିର୍ଦ୍ଧିଷ୍ଟ ଫାଇଲ , ଉଲ୍ଲେଖନିମନ୍ତେ ତତକ୍ଷଣାତ୍ କମିଶନ୍ ଙ୍କୁ ଉପଲ୍ଲବ୍ଧ ହେଉଥିବ । ପ୍ରତ୍ୟେକ ବୈଠକର ଦୁଇ ଦିନ ପୂର୍ବର ଏପରି କାର୍ଯ୍ୟସୂଚୀ , ସଦସ୍ୟମାନଙ୍କୁ ସାଧାରଣତଃ ବଣ୍ଟନ କରାଯିବ; ମାତ୍ର ଯେତେବେଳେ ବିଷୟଗୁଡିକ କେବଳ ଶୁଣାଣି ନିମନ୍ତେ ଉଲ୍ଲେଖ କରାଯାଏ , ଉକ୍ତ ଦିନର ବିଷୟତାଲିକାକୁ ପ୍ରସ୍ତୁତ କରାଯିବ ଏବଂ ବଣ୍ଟନ କରାଯିବ ।

ଅଭିଯୋଗ ବିଚାର କରିବା ପଦ୍ଧତି

  1. (କମିଶନ୍ ଙ୍କ ଦ୍ଵାରା ଗୃହିତ ଯେ କୌଣସି ଆକାରର ଅଭିଯୋଗକୁ ନିବନ୍ଧନ କରାଯିବ ଏବଂ ଏକ ସଂଖ୍ୟା ନ୍ୟସ୍ତ କରାଯିବ ଏବଂ ଏଥି ନିମନ୍ତେ(ବିଜ୍ଞପ୍ତି ସଂଖ୍ୟା ଏନ.ଏଚ.ଆରସି. -୨୮ (୨)୯୬ କୋ-ଆର୍ଟ , ତାରିଖ ୨୮/୧୧/୧୯୯୭ ଦ୍ଵାରା ପରିବର୍ତ୍ତିତ ।) ଗଠିତ ଜଣେ ସଦସ୍ୟଙ୍କ ଖଣ୍ଡପୀଠ ସମ୍ମୁଖରେ , ସଭାପତିଙ୍କ ବିଶେଷ କିମ୍ବା ନିର୍ଦ୍ଦେଶ ଅନୁଯାୟୀ , ତାର ଗ୍ରହଣର ଏକ ସପ୍ତାହ ମଧ୍ୟରେ, ଗ୍ରହଣ ନିମନ୍ତେ ଉପସ୍ଥାପନା କରାଯିବ । ଯଦି ଜଣକିଆ ସଦସ୍ୟ ଖଣ୍ଡପୀଠ ଯେକି ଗ୍ରହଣ ନିମନ୍ତେ କିମ୍ବା ଚୁଡାନ୍ତ ଫଇସଲା ନିମନ୍ତେ ମୋକଦ୍ଦମା ବିଚାର କରୁଥାଆନ୍ତି , ସେଥିରେ ଅନ୍ତର୍ଭୁକ୍ତ ବିଷୟର ଗୁରୁତ୍ଵକୁ ବିଚାରକରି ଏପରି ମତ ପୋଷଣ କରନ୍ତି ଯେ , ଉକ୍ତ ମୋକଦ୍ଦମା ଦୁଇଜଣରୁ କମ ସଦସ୍ୟଙ୍କ ଦ୍ଵାରା ବିଚାର କରାଯିବ ଉଚିତ ; ସେପରି ସ୍ଥଳେ ସେ ଏକ ଦୁଇ ଜଣିଆ ଖଣ୍ଡ ପୀଠ କୁ ତାହା ଉଲ୍ଲେଖ କରିବେ । ଏପରି ଉଲ୍ଲେଖ ଗ୍ରହଣ କରିବା ପରେ , ଏପରି ମୋକଦ୍ଦମାକୁ , ଦୁଇ କିମ୍ବା ଅଧିକ ସଦସ୍ୟଙ୍କୁ ନ୍ୟସ୍ତ କରାଯିବ , ଯେପରି ସଭାପତିଙ୍କ ଦ୍ଵାରା ଗଠିତ ହୋଇପାରେ । ସାଧାରଣତଃ ନିମ୍ନ ପ୍ରକୃତିର ଅଭିଯୋଗ ଗୁଡିକ , କମିଶନଙ୍କ ଦ୍ଵାରା ଗ୍ରହଣୀୟ ନୁହେଁ :-
    • ସେହି ସମସ୍ତ ଘଟନା ସମ୍ବନ୍ଧରେ ଯାହାକି ଅଭିଯୋଗ କରିବାର ଏକ ବର୍ଷରୁ ଅଧିକ ସମୟ ପୂର୍ବରୁ ଘଟିଥାଏ ।
    • ସେହି ସମସ୍ତ ବିଷୟ ସଂବନ୍ଧରେ ଯାହାକି ବିଚାରଧିନ ଅଛି;
    • ଯେଉଁ ଗୁଡିକ ବିଭ୍ରାନ୍ତିକର ପ୍ରକୃତିର ଅଟେ; କିମ୍ବା
    • ସେହି ଗୁଡିକ, ଯେଉଁଗୁଡିକ କମିଶନ୍ ର ପରିସର ବାହାରେ ଅଟେ ।
  2. ଅଭିଯୋଗ ଉପରେ, କୌଣସି ଶୁଳ୍କ ଧାର୍ଯ୍ୟନୀୟ ନୁହେଁ ।
  3. ଅଭିଯୋଗ ପ୍ରତି ବିଷୟର ଏକ ସଂପୂର୍ଣ୍ଣ ଚିତ ଉନ୍ମୋଚନ କରିବା ନିମନ୍ତେ ପ୍ରତ୍ୟେକ ଚେଷ୍ଟା କରାଯିବା ଉଚିତ ଏବଂ ତାହା ଇଂରାଜୀରେ କିମ୍ବା ହିନ୍ଦୀରେ ପ୍ରସ୍ତୁତ କରାଯାଇପାରେ ଯାହାଫଳରେ କମିଶନ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସକ୍ଷମ ହେବ । ଅଭିଯୋଗ ଦାଖଲ କରିବାକୁ ସୁବଧାୟିତ କରିବା ନିମନ୍ତେ , କମିଶନ ଯା ହେଉନା କାହିଁକି ,ଯେ କୌଣସି ଭାଷାରେ ଅଭିଯୋଗ ଗ୍ରହଣ କରିବେ, ଏପରିକି ସମ୍ବିଧାନର ଅଷ୍ଟମ ସୂଚୀରେ ଯେପରି ଅନ୍ତର୍ଭୁକ୍ତ । ଯେତେବେଳେ ଆବଶ୍ୟକ, ସେତେବେଳେ ଅଭିଯୋଗକୁ କିମ୍ବା ଅଭିଯୋଗର ସମର୍ଥନରେ ଅଧିକ ତଥ୍ୟ ଏବଂ ଆପୀଡିଭିଟ ନିମନ୍ତେ କହିବା, କମିଶନ୍ ଙ୍କ ପ୍ରତି ଉନ୍ମୁକ୍ତ ରହିବ।
  4. କୌଣସି ଅଭିଯୋଗକୁ , କମିଶନ୍ ସଂପୂର୍ଣ୍ଣ ଭାବେ ଖାରଜ କରିବା ନିମନ୍ତେ କ୍ଷମତା ଧାରଣ କରିବେ ।
  5. ଅଭିଯୋଗର ଗ୍ରହଣପରେ , ସଭାପତି / କମିଶନ୍ , ନିର୍ଦ୍ଦେଶ ଦେବ ଯେ ବିଷୟଟିକୁ ତଦନ୍ତ କରାଯିବ କିମ୍ବା ଅନୁସନ୍ଧାନ କରାଯିବ ।
  6. ପ୍ରତ୍ୟେକ ଅଭିଯୋଗ ଉପରେ ସଭାପତି/ କମିଶନ୍ ଙ୍କ ଦ୍ଵାରା ତଦନ୍ତ କିମ୍ବା ଅନୁସନ୍ଧାନ ଅନୁଷ୍ଠିତ କରିବା ନିମନ୍ତେ ଏକ ସିଦ୍ଧନ୍ତା ଗ୍ରହଣ କରାଯାଏ, ଏପରି ସ୍ଥଳେ ସେକ୍ରେଟାରୀ ସମ୍ପୃକ୍ତ ସରକାର /ଅଧିକାରୀଙ୍କ ଠାରୁ ବିବରଣୀ/ ମନ୍ତବ୍ୟ ଆହ୍ଵାନ କରନ୍ତି ଏବଂ ତାଙ୍କୁ ସେଥିନିମନ୍ତେ ଏକ ଯଥାଯଥ ସମୟ ପ୍ରଦାନ କରନ୍ତି ।
  7. ସମ୍ପୃକ୍ତ ଅଧିକାରୀଙ୍କ ମନ୍ତବ୍ୟ ଗ୍ରହଣ କରିବାପରେ, କମିଶନ୍ ଙ୍କ ବିଚାରନିମନ୍ତେ ଏକ ବିସ୍ତୃତ ଟିପ୍ପଣୀ,ଉକ୍ତ ବିଷୟର ଗୁଣ ଉପରେ ପ୍ରସ୍ତୁତ କରାଯିବ ।
  8. କମିଶନ୍ ଙ୍କ ନିର୍ଦ୍ଦେଶ ଏବଂ ସୁପାରିସକୁ ସମ୍ପୃକ୍ତ ସରକାରା/ଅଧିକାରୀ ଏବଂ ଆବେଦନକାରୀଙ୍କୁ ସ୍ଥଗିତ କରାଯିବ, ଯେପରି ଆଇନ୍ ର ଦଫା ୧୮ ଏବଂ ୧୯ରେ ବ୍ୟବସ୍ଥାୟିତ ।
  9. କମିଶନ , ତାଙ୍କ ବିବେକାଅନୁଯାୟୀ , ଆବେଦନକାରୀଙ୍କୁ କିମ୍ବା ତାଙ୍କ ତରଫରୁ କୌଣସି ବ୍ୟକ୍ତିଙ୍କୁ ଏବଂ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ବ୍ୟକ୍ତିମାନଙ୍କୁ ଏକ ବ୍ୟକ୍ତିଗତ ଶୁଣାଣି ପ୍ରଦାନ କରିବେ , ଯେପରି କମିଶନ ଙ୍କ ମତରେ , ଏହା ସମ୍ମୁଖରେ ଥିବା ବିଷୟ ଉପଯୁକ୍ତ ଫଇସଲା ନିମନ୍ତେ ଶୁଣାଯିବା ଉଚିତ ଏବଂ ଯେଉଁ ସ୍ଥଳରେ ଆବଶ୍ୟକ ନଥି ଆହ୍ଵାନ କରିବେ ଏବଂ ଏସଂବନ୍ଧରେ ସାକ୍ଷୀମାନଙ୍କୁ ପରୀକ୍ଷା କରିବେ, କମିଶନ୍, କୌଣସି ବ୍ୟକ୍ତିଙ୍କୁ ତାଙ୍କ ମତର ସମର୍ଥନରେ ସାକ୍ଷ୍ୟପ୍ରଦାନ କରିବା ଏବଂ ଅଭିଯୋଗ ସମର୍ଥନରେ ସାକ୍ଷୀମାନଙ୍କ ଜେରାକରିବା ସୁଯୋଗ ସହିତ ଏକ ଉପଯୁକ୍ତ କିମ୍ବା ଯଥାଯଥ ଶୁଣାଣି ପ୍ରଦାନ କରିବେ, ଯାହାଙ୍କର କାର୍ଯ୍ୟାଳାପ ତାଙ୍କ ଦ୍ଵାରା ତଦନ୍ତ କରାଯାଇଛି , କିମ୍ବା ଯେଉଁସ୍ଥଳରେ ଏହାର ମତରେ ଏପରି ବ୍ୟକ୍ତିଙ୍କ ଯଶ କ୍ଷତିକାରକଭାବେ ପ୍ରଭାବିତ ହେବାର ସମ୍ଭାବନା ଅଛି ।
  10. ଯେଉଁ ସ୍ଥଳରେ ଅନୁସନ୍ଧାନ, କମିଶନ ଙ୍କ ସର୍ତ୍ତାଦ୍ଵାରା ଅନୁସନ୍ଧାନ କରାଯାଏ କିମ୍ବା ଏହାର ବିବେକ ଅନୁଯାୟୀ , ଅନ୍ୟକୌଣସି ବ୍ୟକ୍ତି ଦ୍ଵାରା କରାଯାଏ ଏପରି ବିବରଣୀ ଏହାର ସମାପ୍ତିତ ଏକ ସପ୍ତାହ ମଧ୍ୟରେ ଦାଖଲ କରାଯିବ କିମ୍ବା ଏହାର ଅଧିକ ସମୟ ମଧ୍ୟରେ , ଯେପରି କମିଶନ୍ ଅନୁମୋଦନ କରିବେ । କମିଶନ୍ , ଏହାର ବିବେକ ଅନୁଯାୟୀ, କୌଣସି ଦତ୍ତ ମକୋଦ୍ଦମାରେ , ଅଧିକ ଅନୁସନ୍ଧାନ ନିମନ୍ତେ ନିର୍ଦ୍ଦେଶ ଦେଇପାରନ୍ତି , ଯଦି ଏପରି ମତ ପୋଷଣ କରନ୍ତି ଯେ ଅନୁସନ୍ଧାନ ଉପଯୁକ୍ତ ଭାବେ କରାଯାଇ ନାହିଁ କିମ୍ବା ବିଷୟ ଅଧିକ ଅନୁସନ୍ଧାନ ଆବଶ୍ୟକ କରେ , ଯାହାଫଳରେ ସଭ୍ୟତାରେ ଉପନୀତ କରାଯାଇପାରିବ , କିମ୍ବା ବିଷୟକୁ ଉପଯୁକ୍ତ ଭାବେ ଫଇସଲା କରିବା ନିମନ୍ତେ ସକ୍ଷମ କରିପାରିବ , ଏହାର ନିଜମନକୁ ମନ ବିବରଣୀ ଗ୍ରହଣ କରିବା ପରେ , କମିଶନ ଯଦି ଉକ୍ତ ବିଷୟ ଉପରେ ଅବଗତ କରାଯାଆନ୍ତି , ତାହେଲେ ତାଙ୍କ ଦ୍ଵାରା ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦେଇପାରନ୍ତି ଏବଂ ଏପରି ତଦନ୍ତ ସମୟରେ ସାକ୍ଷ୍ୟ ଗ୍ରହଣ କରିପାରନ୍ତି ।
  11. କମିଶନ୍ କିମ୍ବା ଏହାର କୌଣସି ସଦସ୍ୟ, ଯେତେବେଳେ ସଭାପତିଙ୍କ ଦ୍ଵାରା ଅନୁରୋଧିତ ହୁଅନ୍ତି ଘଟନାସ୍ଥଳୀ ଅନୁସନ୍ଧାନ କରିବା ନିମନ୍ତେ ପରିଦର୍ଶନ କରିପାରନ୍ତି ଏବଂ ଯେଉଁସ୍ଥଳରେ ଏପରି ଅନୁଧ୍ୟାନ ଜଣେ କିମ୍ବା ଅଧିକ ସଦସ୍ୟଙ୍କ ଦ୍ଵାରା ଗ୍ରହଣ କରାଯାଏ , ସେପରି ସ୍ଥଳେ କମିଶନଙ୍କୁ ତା ଉପରେ ଏକ ବିବରଣୀ ଯେତେ ଶୀଘ୍ର ସମ୍ଭବ ପ୍ରଦାନ କରାଯିବ ।

ବୈଠକ କାର୍ଯ୍ୟନୁଷ୍ଠାନ

  • କମିଶନ୍ ଙ୍କ ପ୍ରତ୍ୟେକ ବୈଠକ କାର୍ଯ୍ୟ ବିବରଣୀକୁ , ସେକ୍ରେଟାରୀ ଜେନେରାଲ ଦ୍ଵାରା କିମ୍ବା ସେପରି ନିର୍ଦ୍ଦେଶିତ ଅନ୍ୟକୌଣସି ଅଧିକାରଙ୍କ ଦ୍ଵାରା ବୈଠକ ସମୟରେ କିମ୍ବା ବୈଠକ ପରେ ପରେ ଲିପିବଦ୍ଧ କରାଯିବ । ଏପରି ବିବରଣୀକୁ ସଭାପତିଙ୍କ ଅନୁମୋଦନ ନିମନ୍ତେ , ତାଙ୍କୁ ଦାଖଲ କରାଯିବ ଏବଂ ଅନୁମୋଦନ ପରେ , ଯେତେ ଶୀଘ୍ରସମ୍ଭବ କମିଶନ୍ ର ସମସ୍ତ ସଦସ୍ୟଙ୍କ ମଧ୍ୟରେ ବଣ୍ଟନ କରାଯିବ ଏବଂ କୌଣସି କ୍ଷେତ୍ରରେ ପରିବର୍ତ୍ତୀ ବୈଠକ ପ୍ରାରମ୍ଭ ପୂର୍ବରୁ ।
  • ଏହାଦ୍ୱାରା ଗ୍ରହଣ କରାଯାଇଥିବା ପ୍ରତ୍ୟେକ ବିଷୟରେ, କମିଶନ୍ ଙ୍କର ସିଦ୍ଧାନ୍ତକୁ , ଏକ ମତାମତ ଆକାରରେ ଲିପିବଦ୍ଧ କରାଯିବ , ପାର୍ଥକ୍ୟ କିମ୍ବା ପ୍ରୟୋଜନୀୟ ମତ, ଯଦି ପ୍ରଦାନ କରାଯିବ , ତାହା ମଧ୍ୟ ଅଂଶ ଗଠନ କରିବା ଏବଂ ନଥିଭୁକ୍ତ କରାଯିବ ସଂଖ୍ୟା ଗରିଷ୍ଟ ମତରେ ଭିତ୍ତି ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ , ଯେଉଁସ୍ଥଳରେ କୌଣସି ପାର୍ଥକ୍ୟଥାଏ ।
  • ଅନୁସରଣ ମୂଳକକାର୍ଯ୍ୟ :- ପ୍ରତ୍ୟେକ ବୈଠକର କାର୍ଯ୍ୟବିବରଣୀ ଏବଂ କମିଶନ୍ ଙ୍କ ମତାମତର ଏକ ସର୍ବଶେଷ ନକଲ ସେକ୍ରେଟାରୀ – ଜେନେରାଲଙ୍କ ଦ୍ଵାରା ସଠିକ ପ୍ରମାଣିତ ହୋଇ ରକ୍ଷଣାବେକ୍ଷଣା କରାଯିବ ଏବଂ ପ୍ରତ୍ୟେକ ବିଷୟ ସମ୍ବନ୍ଧରେ କାର୍ଯ୍ୟ ବିବରଣୀ ଏକ ନକଲ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ନିମନ୍ତେ ଉପାଦେୟ ଫାଇଲରେ ସଂଯୋଗ କରାଯିବ ମତାମତକୁ , ଯଥାଯଥ ନଥିରେ ରଖାଯିବ ଏବଂ ସୁବିଧା ନିମନ୍ତେ ତାର ନକଲ ସହିତ ଉପଯୁକ୍ତ ସୂଚୀକୁ , ଗାର୍ଡ ଫାଇଲିରେ ରଖାଯିବ ।

ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ବିବରଣୀ

ଅନୁସରଣ ମୂଳକ କାର୍ଯ୍ୟାନୁଷ୍ଠାନ ବିବରଣୀ କୁ ପ୍ରତ୍ୟେକ ପରବର୍ତ୍ତୀ ବୈଠକରେ କମିଶନ ଙ୍କୁ ଦାଖଲ କରାଯିବ, ଯେଉଁଥିରେ ପ୍ରତ୍ୟେକ ବିଷୟ ଉପରେ ଅଧୁନା କାର୍ଯ୍ୟାନୁଷ୍ଠାନ କୁ ସୂଚିତ କରାଯାଇଥିବ, ଯାହା ଉପରେ କମିଶନ୍, ସେହି ବିଷୟ ବ୍ୟତୀତ, ଯେଉଁଥିରେ ଅଧିକ କାର୍ଯ୍ୟାନୁଷ୍ଠାନ ଆହ୍ଵାନ କରାଯାଏ ନାହିଁ , ଏହାର କୌଣସି ପୂର୍ବ ବୈଠକରେ ଏକ ସିଦ୍ଧାନ୍ତ ଗ୍ରହଣ କରିଛନ୍ତି ।

ମୁଖ୍ୟ କାର୍ଯ୍ୟାଳୟ ବାହାରେ ବ୍ୟବସାୟ କିମ୍ବା କାରବାର ପରିଚାଳନା

କମିଶନ୍ କିମ୍ବା କେତେକ ସଦସ୍ୟ, ମୁଖ୍ୟ କାର୍ଯ୍ୟାଳୟ ବାହାରେ ଥିବା ସ୍ଥାନ ଗୁଡିକରେ ବ୍ୟବସାୟ ପରିଚଳନା କରିବେ, ଯେତେବେଳେ ସଭାପତିଙ୍କ ଦ୍ଵାରା ପୂର୍ବରୁ ଅନୁମୋଦିତ କରାଯାଇଥାଏ, ଉଲ୍ଲେଖଥାଉଯେ , ଯଦି ଏହି ଆଇନ୍ ଅନୁଯାୟୀ ପକ୍ଷମାନଙ୍କୁ କୌଣସି ତଦନ୍ତ ସହିତ ଶୁଣାଣି କରାଯାଏ , ସେପରିସ୍ଥଳେ ଖୁବକମରେ ଦୁଇ ଜଣ ସଦସ୍ୟ, ଏହି ଉଦ୍ଦେଶ୍ୟ ନିମନ୍ତେ କମିଶନ୍ ର ଖଣ୍ଡପୀଠ ଗଠନ କରେ ।

ଆଦେଶ ଏବଂ ସିଦ୍ଧାନ୍ତ ର ପ୍ରମାଣିତକରଣ

  1. କମିଶନ୍ ଙ୍କ ଆଦେଶ ଏବଂ ସିଦ୍ଧାନ୍ତ , ସେକ୍ରେଟାରୀ ଜେନେରାଲ କିମ୍ବା କମିଶନ ର କୌଣସି ଉଚ୍ଚକର୍ମଚାରୀଙ୍କ ଦ୍ଵାରା ସତ୍ୟ ପ୍ରମାଣିତ କରାଯିବ (ଯେକି ସଭାପତିଙ୍କ ଦ୍ଵାରା କ୍ଷମତାୟୀତ ହୋଇଥାଆନ୍ତି , ଯେକି ଜଣେ ଉପସଚିବଙ୍କର ସ୍ତରରୁ ନିମ୍ନ ହୋଇନଥିବେ ।
  2. କମିଶନ ଙ୍କ ଦ୍ଵାରା ବିଷୟବସ୍ତୁର ଚୁଡାନ୍ତ ଫଇସଲାରେ ପ୍ରଦାନ କରାଯାଇଥିବା ଆଦେଶ ଏବଂ ତଦନ୍ତ ବିବରଣୀର ନକଲକୁ, ମାଗଣାରେ ଆବେଦନକାରୀ କିମ୍ବା ତାଙ୍କ ପ୍ରତିନିଧିଙ୍କୁ ପ୍ରଦାନ କରାଯିବ ।
  3. ଯଦି କମିଶନ ଙ୍କ ଦ୍ଵାରା କୌଣସି ଦଲିଲକୁ ଗୁପ୍ତ ନକଲ ବୋଲି ଧାର୍ଯ୍ୟ କରାନଯାଏ , ତାହାଏକ ଯଥାଯଥ ଶୁକ୍ଳର ପ୍ରଦାନରେ ପକ୍ଷମାନଙ୍କୁ ଉପଲ୍ଲବ୍ଧ କରାଯିବ , ଯାହାକି ଖର୍ଚ୍ଚକୁ ଭରଣା କରିବ । ତଦନ୍ତ ଏପରି ନକଲ ଯୋଗାଇ ଦେବା ନିମନ୍ତେ ପ୍ରତ୍ୟେକ ଚେଷ୍ଟା କାଯିବା ଦରକାର ଏବଂ କୌଣସି କ୍ଷେତ୍ରରେ, ଅନୁରୋଧ ତାରିଖରୁ ଏକ ସପ୍ତାହ ପରେ ନୁହେଁ।

ବାର୍ଷିକ ବିବରଣୀ

କମିଶନ୍,ବର୍ଷର ଅପ୍ରେଲ ପହିଲାରୁ ପରବର୍ତ୍ତୀ ବର୍ଷର ମାର୍ଚ୍ଚ ୩୧ ତାରିଖ ନିମନ୍ତେ ବାର୍ଷିକ ବିବରଣୀ, କେନ୍ଦ୍ର ସରକାରଙ୍କୁ ଏବଂ ସମ୍ପୃକ୍ତ ରାଜ୍ୟ ସରକାର ଙ୍କୁ ଦାଖଲ କରିବେ, ଯେପରି ଆଇନ୍ ର ଦଫା ୨୦(୧ରେ ବ୍ୟସ୍ଥାୟିତ, ମୂଳବିବରଣୀ, ସଭାପତି, କମିଶନ୍ ର ସଦସ୍ୟମାନଙ୍କ ଦ୍ଵାରା ସାକ୍ଷରିତ ହେବ ଏବଂ ସଠିକ ଭାବେ ସରଂକ୍ଷିତ ରଖାଯିବ ଏବଂ ତାର ଏକ ପ୍ରମାଣିତ ନକଲକୁ ପ୍ରତ୍ୟେକ ବର୍ଷ ମେ ମାସ ଶେଷ ସୁଦ୍ଧା ଉପଯୁକ୍ତ ସରକାରଙ୍କୁ ପ୍ରେରଣ କରାଯିବ ।

ବିଶେଷ ବିବରଣୀ ଓ ଅଭିଯୋଗ ଏବଂ ତଦନ୍ତ ଉପରେ ବିବରଣୀ

ନିର୍ଦ୍ଧିଷ୍ଟ ବିଷୟ ଉପରେ କମିଶନ୍ ଏପରି ବିଶେଷ ବିବରଣୀ ଦାଖଲ କରିବେ,ଯେପରି ଆଇନ୍ ର ଦଫା ୨୦ (୧)ର ଉକ୍ତି ଅନୁଯାୟୀ ବିବେଚନା କରାଯାଇପାରେ ।

ଅଭିଯୋଗ ଏବଂ ତଦନ୍ତ ଉପରେ ବିବରଣୀ :-

ପ୍ରତ୍ୟେକ ବିବରଣୀ, ଯେଉଁଥି ପ୍ରତି ଆଇନ୍ ର ଦଫା ୧୮ ଏବଂ ୧୯ ପ୍ରୟୋଗ ଅଟେ ତାହା ସମ୍ପୃକ୍ତ ସରକାର ଅଧିକାରୀ କିମ୍ବା ବ୍ୟକ୍ତିମାନଙ୍କୁ ପ୍ରେରଣ କରାଯିବ ଯେଉଁ ସ୍ଥଳରେ ଯେପରି ପ୍ରଯୋଗନୀୟ ଏବଂ ତାହା କମିଶନ୍ ଙ୍କ ସମ୍ମୁଖରେ କାର୍ଯ୍ୟାନୁଷ୍ଠାନ ର ସମାପ୍ତି ଏକ ସପ୍ତାହ ମଧ୍ୟରେ ଏବଂ ସମ୍ପୃକ୍ତ ସରକାର କିମ୍ବା ଅଧିକାରୀଙ୍କ ମନ୍ତବ୍ୟ ଗ୍ରହଣ କରିବାପରେ, କମିଶନ,ଆଇନ ର ଦଫା ୧୮ (୩) କିମ୍ବା ୧୯ (୩) ରେ ଧାର୍ଯ୍ୟ ପଦ୍ଧତିରେ ଏପରି ବିବରଣୀ କୁ ପ୍ରକାଶନ କରିବେ ଏବଂ ତାହା ଉପଯୁକ୍ତ ସୂଚନା ଗ୍ରହଣର ଏକ ସପ୍ତାହ ମଧ୍ୟରେ ।

ବିବରଣୀର ଛପା କିମ୍ବା ମୁଦ୍ରଣ ଓ ଅନୁସନ୍ଧାନ ଦଳ

କମିଶନ ଙ୍କ ସଚିବାଳୟ ଯଥା ଶୀଘ୍ର ସମ୍ଭବ,ବାର୍ଷିକ ବିବରଣୀ ଏବଂ ବିଶେଷ ବିବରଣୀର ମୁଦ୍ରଣ ନିମନ୍ତେ ଦାୟୀ ରହିବ ଏବଂ କୌଣସି କ୍ଷେତ୍ରରେ ଏବଂ ତାହା ଚୁଡାନ୍ତ ହେବାର ଏକ ମାସ ପରେ ନୁହେଁ ।

ଅନୁସନ୍ଧାନ ଦଳ:-

କମିଶନ୍ ଙ୍କର ନିଜର ଏକ ଅନୁସନ୍ଧାନ ଦଳରହିବ , ଯାହାକି ପୋଲିସ ମହା ନିର୍ଦ୍ଦେଶକ ଙ୍କ ନିମ୍ନ ସ୍ତରର ହୋଇନଥିବ ଜଣେ ବ୍ୟକ୍ତି ଦ୍ଵାରା ପରିଚାଳିତ ହେବ ଏବଂ ଯେକି କମିଶନ୍ ଦ୍ଵାରା ନିଯୁକ୍ତ ହେବେ ଏବଂ ଏପରି ଦଳ ଜଣେ ଉପପୋଲିସ ନିର୍ଦେଶକ , ଦୁଇଜଣ ପୋଲିସ ଅଧିକ୍ଷକଙ୍କ , ୬ ଜଣ ଉପପୋଲିସ ଅଧିକ୍ଷକ ଏବଂ ୨୪ ଜଣ ପୋଲିସ ଇନ୍ସପେକ୍ଟର ଏବଂ ଏପରି ଅନ୍ୟ କୌଣସି ଉଚ୍ଚକର୍ମଚାରୀଙ୍କୁ ଧାରଣ କରିବ ଯେପରି କମଶନ୍ ସମୟାନୁକ୍ରମେ , ସ୍ତିର କରିବେ, କମିଶନ ଙ୍କ କୌଣସି ଦତ୍ତ କ୍ଷେତ୍ରରେ,ଉପଯୁକ୍ତ ସଂଖ୍ୟକ ବାହ୍ୟ ଲୋକଙ୍କୁ ଅନୁସନ୍ଧାନରେ ସମ୍ପୃକ୍ତ କରିବେ , ଏବଂ ତାହା ଅନୁସନ୍ଧାନକାରୀ ଭାବେ କିମ୍ବା ପର୍ଯ୍ୟବେକ୍ଷଣ ଭାବେ ।

  • ଯେତେବେଳେ କୌଣସି ବିଷୟ ଯାହାକି ଏହି ନିୟମିତକରଣ ଦ୍ଵାରା ଆବୃତନୁହେଁ , ଉଦ୍ରେକ ହୁଏ ସେପରି ସ୍ଥଳେ ଉପଯୁକ୍ତ ନିର୍ଦ୍ଦେଶ ପ୍ରଦାନ କରିବା କମିଶନ୍ ନିମନ୍ତେ ଦକ୍ଷ୍ୟ ହେବ ଏବଂ କମିଶନ ଏପରି ନିୟମିତକରଣକୁ ସଂଯୋଗ କରିପାରନ୍ତି , ଊହ୍ୟ କରିପାରନ୍ତି , କିମ୍ବା ସମୟାନୁକ୍ରମେ ସଂଶୋଧନ କରିପାରନ୍ତି ।

ଆଧାର – ଦ ଲ ହାଉସ

Last Modified : 8/1/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate