ଯାଜପୁର ଜିଲ୍ଲାର କୋଣ ଅନୁକୋଣରେ ରହିଛି ପ୍ରାଚୀନ ସଂସ୍କୃତିର ଛାପ । ଐତିହ୍ୟମଣ୍ଡିତ କୀର୍ତ୍ତିସ୍ଥଳ ଉପରେ ପର୍ଯ୍ୟଟନ କ୍ଷେତ୍ର ଶୋଭିତ । ପ୍ରାଚୀନ ଉତ୍କଳର ରାଜଧାନୀ ଥିବା ଯାଜପୁରର ଗଳିକନ୍ଦିରେ ପୌରାଣିକ ଓ ଐତିହାସିକ କୀର୍ତ୍ତିରାଜି ବିଦ୍ୟମାନ । ଜିଲ୍ଲାରେ ରହିଛି ବିଶ୍ୱ ପ୍ରସିଦ୍ଧ ବୌଦ୍ଧକୀର୍ତ୍ତି ରାଜି । ରତ୍ନଗିରି, ଉଦୟଗିରି, ଲାଙ୍ଗୁଡ଼ିର ପ୍ରତ୍ନତାତ୍ତିକ ସମ୍ପଦ ବିଶ୍ୱବାସୀଙ୍କୁ ଆକର୍ଷିତ କରିଥାଏ । ମା ବିରଜା, ଶ୍ରୀ ବରାହ, ସର୍ବଧର୍ମ ସମନ୍ଵୟର ପୀଠ ଓଳାଶୁଣୀ ଗୁମ୍ପା, ମାଳିକା ବଣ୍ଡିତ ଛତିଆ ବଟ, ପ୍ରାଚୀନ ଦୁର୍ଗ ଅମରାବତୀ କଟକ, ପବିତ୍ର ଦଶାଶ୍ୱମେଧ ଘାଟ, ସପ୍ତମାତୃକା ମନ୍ଦିର, ସୁପ୍ରସିଦ୍ଧ । ଶୈବପୀଠ ବରୁଣେଶ୍ୱର, ଗୋକର୍ଣ୍ଣେଶ୍ଵର, ତ୍ରିଲୋଚନେଶ୍ୱର, ସିଦ୍ଧେଶ୍ଵର, ମହାବିନାୟକ ପୀଠ, ଚଣ୍ଡିଖୋଲର ଚଣ୍ଡିମନ୍ଦିର, ଅଶୋକଝର, ବ୍ୟାସରୋବର ଭଳି ମନୋରମ ପ୍ରାକୃତିକ ପର୍ଯ୍ୟଟନ କେନ୍ଦ୍ର ବେଶ୍ ଆକର୍ଷଣୀୟ ପୂର୍ବତଟ ରେଳପଥ, ଏକାଧିକ ଜାତୀୟ ରାଜପଥ ଓ ରାଜ୍ୟ ସଡ଼କପଥ ଯାଜପୁର ଜିଲ୍ଲାର ପର୍ଯ୍ୟଟନସ୍ଥଳ ସହ ଯୋଡି ହୋଇ ଯାଇଛି । ରାଜ୍ୟ ରାଜଧାନୀ ଭୁବନେଶ୍ୱର ଠାରୁ ମାତ୍ର ଶହେ କିଲୋ ମିଟର ଦୂରରେ ଅବସ୍ଥିତ ଯାଜପୁର ଜିଲ୍ଲାର ପର୍ଯ୍ୟଟନ ସ୍ଥଳକୁ ରାଜ୍ୟ ଓ ଦେଶ ବିଦେଶରୁ ବର୍ଷ ତମାମ ପର୍ଯ୍ୟଟକ ଆସୁଥିବାର ଦେଖିବାକୁ ମିଳିଥାଏ । ପ୍ରାକୃତିକ ତଥା ଐତିହ୍ୟମୟ ପର୍ଯ୍ୟଟନ କ୍ଷେତ୍ର ସହିତ ଏବେ ଯୋଡ଼ି ହୋଇଛି ସଦ୍ୟ ନିର୍ମିତ କୁସୁମା ପୁଷ୍କରିଣୀ ପର୍ଯ୍ୟଟନ ପ୍ରକଳ୍ପ । ଯାଜପୁର ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରର ସୂଚନା ।
ବିଂଝାରପୁର ବ୍ଲକ ଅନ୍ତର୍ଗତ ଅରେଇ ଗ୍ରାମରେ ରହିଛି ସୁପ୍ରସିଦ୍ଧ ବରୁଣେଶ୍ଵର ମନ୍ଦିର। ଏହି ଶୈବ ମନ୍ଦିରରେ ପାତାଳୀ ଶିବଲିଙ୍ଗ ଜଳ ଭିତରେ ହିଁ ରହିଥାଆନ୍ତି । ଏହି ମନ୍ଦିର ସଂଲଗ୍ନ ମା ବିରଜାଙ୍କ ମନ୍ଦିର ପରିସରରେ ଭୌମକର ସମୟର ଅନେକ କୀର୍ତ୍ତିରାଜିର ସ୍ମାରକୀ ମଧ୍ୟ ରହିଛି । କୁଶଭଦ୍ରା ଶ୍ରୀ ଗଣେଶ, କାର୍ତ୍ତିକ, ଆସ୍ତିକ ଜରିତ୍କାରୁଙ୍କ ବିଗ୍ରହ ମଧ୍ୟ ରହିଛି । ମନ୍ଦିରରେ ଥିବା ବୃଷ ସ୍ତମ୍ଭଟି କାରୁକାର୍ଯ୍ୟ ବିମଣ୍ଡିତ । ପ୍ରତିବର୍ଷ ମକର ସଂକ୍ରାନ୍ତିରେ ବରୁଣେଶ୍ୱର ମେଳା ଆୟୋଜିତ ହୋଇଥାଏ । ଏହି ମେଳାରେ ଯାଜପୁର ଜିଲ୍ଲା ସମେତ ଆଖପାଖ ଅଂଚଳର ହଜାର ହଜାର ତୀର୍ଥଯାତ୍ରୀ ଓ ଶ୍ରଦ୍ଧାଳୁ ସାମିଲ ହୁଅନ୍ତି ।
ବଡ଼ଚଣା ବ୍ଲକର ଉଦୟଗିରି ଠାରେ ବିଶିଷ୍ଟ ବୌଦ୍ଧ ବିହାର ଦୃଶ୍ୟମାନ ହୋଇଥାଏ । ବଅଢ଼ିହ-ଶୋଳପୁଅମଆ-ଉଦୟଗିରି ପାହାଡ଼ ଘେରା ଅଂଚଳରେ ଏହି ବୌଦ୍ଧପୀଠ ଭାରତ ବର୍ଷରେ ଅଦ୍ଵିତୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ଆଦର ଲାଭ କରିଛି। ଉଦୟଗିରି ଠାରେ ରହିଛି ବୌଦ୍ଧ ବଜ୍ରଯାନ ଯୁଗର ପ୍ରାଚୀନ ଦ୍ଵିତଳ ବୌଦ୍ଧ ବିହାର, ଯାହାକି ପଞ୍ଚରଥ ଶୈଳୀରେ ନିର୍ମିତ। ଉଦୟଗିରିରେ ଉତଖନନରୁ ଆବିଷ୍କୃତ ହୋଇଛି ପ୍ରାଚୀନ ମାଧବପୁର ବୌଦ୍ଧ ବିହାର ଓ ଏକ ବିଶାଳ ମହାସ୍ତୁପ। ଅଷ୍ଟମ-ନବମ ଶତାବ୍ଦୀରେ ନିର୍ମିତ ଏହି ବୌଦ୍ଧ ସ୍ଥାପତ୍ୟ ମଧ୍ୟରେ ଏକ ବିରଳତମ ଚୈତ୍ୟଗୃହ କଂପ୍ଲେକ୍ସ ଓ ଦ୍ଵିତଳ ସିଂହପ୍ରସ୍ଥ ମହାବିହାର ମାଟିତଳୁ ବାହାରିଛି । ଉଦୟଗିରି ଠାରେ ପାଞ୍ଚୋଟି ବୌଦ୍ଧ ବିହର ସମେତ ଏକ ପ୍ରସ୍ତରକଟା ବିଶାଳ କୃପ ମହାକାଳ ମନ୍ଦିର ସମେତ ଶତାଧିକ ବୌଦ୍ଧ ବିଗ୍ରହ ଆବିଷ୍କୃତ ହୋଇଛି । ଉଦୟଗିରିରୁ ଜଟା ମୁକୁଟ, ଲୋକେଶ୍ଵର, ଅମିତାଭ, ଅକସୋଭ୍ୟ, ମଂଜୁଶ୍ରୀ, ରତ୍ନ ସମ୍ଭବ, ପଦ୍ମପାଣି, ଅବଲେକିତେଶ୍ଵର ଆଦି ବୌଦ୍ଧ ମୂର୍ତ୍ତି ଉତଖତିତ ହୋଇଛି ।
ବିଶ୍ଵ ବିଖ୍ୟାତ ବୌଦ୍ଧପୀଠ ଯାଜପୁର ଜିଲ୍ଲାରେ ଅବସ୍ଥିତ । ରତ୍ନଗିରି ବୌଦ୍ଧ ମହାବିହାରର କଳାକୀଉଁ ବିଶ୍ଵରେ ବିରଳ । ବରୀବ୍ଳକ ଅନ୍ତର୍ଗତ ରତ୍ନଗିରି ଠାରେ ରହିଛି ଏହି ପ୍ରାଚୀନ ବୌଦ୍ଧଯୁଗୀୟ ବିଶ୍ୱ ବିଦ୍ୟାଳୟ, ବହୁ ପୁରାତନ ମହା ବିହାର, ଇଟା ନିର୍ମିତ ଏକ ବିଶାଳ ମହାସ୍ତୁପ, ମହାକାଳଙ୍କ ପବିତ୍ର ମନ୍ଦିର । ରତ୍ନଗିରି ଏକଦା ବୌଦ୍ଧ କାଳଚକ୍ରଯାନ ଓ ଯୋଗାଚାର ବିଜ୍ଞାନବାଦର ଏକ ମହିମା ମଣ୍ଡିତ ପୀଠ ଭାବେ ମଧ୍ୟଯୁଗୀୟ ସମୟରେ ସୁପରିଚିତ ଥିଲା । ବିଶ୍ୱର ବିଭିନ୍ନ ସ୍ଥାନରୁ ଆସୁଥିବା ବିଦ୍ୟାର୍ଥୀମାନଙ୍କ ପାଇଁ ରତ୍ନଗିରି ବୌଦ୍ଧ ମହାବିହାର ଥିଲା ପୁରାତନ ଭାରତବର୍ଷର ଏକ ପ୍ରାଚୀନତମ ବୌଦ୍ଧ ଶିକ୍ଷାକେନ୍ଦ୍ର । ଗୁପ୍ତ ସମ୍ରାଟ ନରସିଂହଗୁପ୍ତ ବାଳାଦିତ୍ୟ ଏହି ବିଖ୍ୟାତ ବୌଦ୍ଧପୀଠରେ । ବୌଦ୍ଧଶ୍ରମଣ ଏବଂ ବିଦ୍ୟାର୍ଥୀ ମାନଙ୍କ ପାଇଁ ସୁବିଶାଳ ବୌଦ୍ଧ ମହାବିହାର ଓ ସଂଘରାମ ନିର୍ମାଣ କରି ଥିଲେ । ରତ୍ନ ଗିରି ଉତ୍ ଖନନରୁ ବିପୁଳ ପ୍ରାଚୀନ ବୌଦ୍ଧକୀର୍ତ୍ତିରାଜି ସମେତ ବିଭିନ୍ନ ମୁଦ୍ରାରେ ଆସୀନ ମନୋଜ୍ଞ ବୌଦ୍ଧ ବିଗ୍ରହ ବୋଧିସତ୍ତ୍ଵ, ତାରା, ହାରିତୀ, ବସୁ ଧାରା, ପ୍ରଜ୍ଞାପାରମିତା, ମଂଜୁଶ୍ରୀ, ମହାକାଳ, ହେରୁକ,ପଦ୍ମପାଣି ବୁଦ୍ଧ ଓ ଅପରାଜିତାଙ୍କ ଶହଶହ ପ୍ରତିମା ଆବିଷ୍କୃତ ହୋଇଛି । ରତ୍ନଗିରି ଠାରେ ମନୋରମ ସଂଗ୍ରହାଳୟରେ ଶତାଧିକ ବୌଦ୍ଧ ଭାସ୍କର୍ଯ୍ୟ ସ୍ଥାନ ପାଇଛି । ଓଡ଼ିଶାର ପ୍ରମୁଖ ବୌଦ୍ଧପୀଠ ଭାବେ ରତ୍ନଗିରି ଦେଶ ବିଦେଶରେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରି ଆସୁଛି।
ଯାଜପୁରକୁ ବିରଜା କ୍ଷେତ୍ର କୁହାଯାଏ । ପ୍ରାଚୀନ ଧର୍ମକ୍ଷେତ୍ର ସମ୍ପର୍କରେ ଆଲୋଚନା କଲା ବେଳେ ଯାଜପୁର ସହରର ଅଧିଷ୍ଠାତ୍ରୀ ଦେବୀ ଆଦ୍ୟାଶକ୍ତି ବିରଜା ଦେବୀଙ୍କ ବିଷୟରେ ଆଲୋଚନା ହୁଏ । ବିରଜା ଦେବୀଙ୍କ ଅବସ୍ଥିତି ହେତୁ ଯାଜପୁରର ନାମ ବିରଜା କ୍ଷେତ୍ର ହୋଇଛି । ଭାରତବର୍ଷରେ ଥିବା ଦୁର୍ଗା ବିଗ୍ରହମାନଙ୍କ ମଧ୍ୟରେ ଦେବୀ ବିରଜାଙ୍କ ବିଗ୍ରହ ସର୍ବ ପ୍ରାଚୀନ । ଏହି କ୍ଷେତ୍ର ରେ ଦେବୀଙ୍କୁ ବୈଦିକ, ତାନ୍ତ୍ରିକ ବିଧିରେ ପୂଜାର୍ଚ୍ଚନା କରଯାଏ। ବୈତରଣୀ କୂଳରେ ଭାରତ ଭୁଖଣ୍ଡର ଏକ ପ୍ରାଚୀନତମ ନଗରୀ ଭାବେ ଯାଜପୁରର ସ୍ଵତନ୍ତ୍ର ପରିଚୟ ରହିଛି । ଏକଦା ଉତ୍କଳର ଭୌମକର ଓ ସୋମ ବଂଶୀୟ ନରପତିଙ୍କ ଅଧୀନରେ ଥିବା ଯାଜପୁର କଳାସ୍ଥାପତ୍ୟ, ଐତିହ୍ୟ ଓ ପୁଣ୍ୟକ୍ଷେତ୍ର ଭାବେ ସମଗ୍ର ଦେଶରେ ପରିଚିତ । ସୋମବଂଶୀ ନରପତି ମହାଶିବ ଗୁପ୍ତ ଯଯାତିଙ୍କ ଦ୍ଵାରା ବୈତରଣୀ ତଟରେ ବିଖ୍ୟାତ ଦଶାଶ୍ଵମେଧ ଯଜ୍ଞ ସମାପନ କରି ଦିଗ୍ ବିଜୟୀ ହୋଇ ପାରିଥିବାର ଐତିହାସିକ ପ୍ରମାଣ ରହିଛି । ଓଡ଼ିଶାର ଶେଷ ସ୍ଵାଧୀନ ହିନ୍ଦୁରାଜା ମୁକୁନ୍ଦଦେବ କଳାପାହାଡ଼ ସୈନ୍ୟ ସହିତ ଲଢ଼େଇ କରି ଯାଜପୁର ଠାରୁ ଅନତି ଦୂରରେ ଅବସ୍ଥିତ ଗୋହିରାଟି କିରି ଠାରେ ପ୍ରାଣତ୍ୟାଗ କରିଥିବାର ସ୍ମାରକୀ ଯାଜପୁରର ଗୌରବମୟ ଇତିହାସକୁ ରୁଦ୍ଧିମନ୍ତ କରୁଛି । ଯଜପୁର କ୍ଷେତ୍ରରେ ଶୈବ, ଶାକ୍ତ, ଗଣପତ୍ୟ, ବୈଷ୍ଣବ, ବୁଦ୍ଧ, ଜୈନ ଓ ଇସ୍ଲାମ ଧର୍ମ ସଂସ୍କୃତିର ମହନୀୟ ପୀଠ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଛି ।
ବ୍ୟାସନଗରରେ ରହିଛି ମହର୍ଷି ବ୍ୟାସଦେବ ମହାମୁନିଙ୍କ ଐତିହ୍ୟପୀଠ ବ୍ୟାସ ସରୋବର । ବେଦବ୍ୟାସ ଏହି ସ୍ଥାନରେ ବସି ମହାକାବ୍ୟ ମହାଭାରତ ରଚନା କରିଥିବାର କିମ୍ବଦନ୍ତୀରହିଛି । ଲୋକମୁଖରେ ପ୍ରଚଳିତ ରହିଛି ଯେ, ୧୮ ଦିନର ମହାଭାରତ ଯୁଦ୍ଧର ମୂକସାକ୍ଷୀ ବ୍ୟାସ ସରୋବର ଅଂଚଳରେ ପାଣ୍ଡବଭ୍ରାତା ଭୀମଙ୍କ ଗଦାଘାତରେ କୁରୁରାଜ ଦୁର୍ଯ୍ୟୋଧନଙ୍କ ଜାନୁ ଭଙ୍ଗ ହୋଇଥିଲା । । ବ୍ୟାସସରୋବର ସନ୍ନିକଟସ୍ଥ ଏକ ବଉଳ ଗଛତଳେ ପଡ଼ିଥିବା ଏକ ବିଶାଳ ପ୍ରସ୍ତର ଖଣ୍ଡଟି ମହାମାନୀ ଦୁର୍ଯ୍ୟୋଧନଙ୍କ ଜାନୁଭଶ୍ଵର ଶେଷ ସ୍ମାରକୀ ବୋଲି ଲୋକମୁଖରେ ଆଲୋଚନା ହୁଏ । ବ୍ୟାସସରୋବରରେ ପ୍ରାଚ ନୀ ଗୁପ୍ତଗଙ୍ଗା ରହିଛି । ବହୁ ପୁରାତନ କାଳରୁ ଭୌମ ଏକାଦଶୀ ତିଥିରେ ବ୍ୟାସସରୋବର ମେଳା ଅନୁଷ୍ଠିତ ହୋଇଥାଏ । ମହାଭାରତ ଯୁଗର ଏକ ମହନୀୟ ସଂସ୍କୃତିର ପୀଠ ଭାବେ ବ୍ୟାସସରୋବର ଏକ ପାବନ ତୀର୍ଥକ୍ଷେତ୍ର ।
ବୌଦ୍ଧକୀର୍ତ୍ତି ବିମଣ୍ଡିତ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକରେ ରହିଛି ଲାଙ୍ଗୁଡ଼ି ପାହାଡରେ ପ୍ରାଚୀନ ବୌଦ୍ଧକୀର୍ତ୍ତିର ଅମ୍ଳାନ ସ୍ମାରକୀ ଆବିଷ୍କୃତ ହୋଇଛି । ଲାଙ୍ଗୁଡ଼ି ପାହାଡ଼ରେ ରହିଛି ପ୍ରସ୍ତର ଖୋଦିତ ବହୁ ବୌଦ୍ଧ ବିଗ୍ରହ, ପଦ୍ମପାଣି ବୁଦ୍ଧ, ତାରା, ଅବଲୋକିତେଶ୍ଵର, ପ୍ରଜ୍ଞାପାରମିତା, ଅନେକ ଗୁଡ଼ିକ ପ୍ରସ୍ତର କଟା ସ୍ତୁପ, ଅନାବିଷ୍କୃତ ଏକ ବିଶାଳ ବୌଦ୍ଧସ୍ତପ ଓ ଅନେକ ବୌଦ୍ଧ ବିହାର । ଲାଙ୍ଗୁଡ଼ି ବୌଦ୍ଧ ବିହାରରୁ ଆବିଷ୍କୃତ ପ୍ରସ୍ତରକଟା ବୌଦ୍ଧ ଭାସ୍କର୍ଯ୍ୟ ଭାରତବର୍ଷର ଏକ ବିରଳତମ ଆବିଷ୍କାର । ଲାଙ୍ଗୁଡ଼ି ବୌଦ୍ଧ ବିହାର ନିକଟରେ ରହିଛି ଐତିହ୍ୟର ଗ୍ରାମ ରାଧାନଗର । ଏହି ପ୍ରାଚୀନ ଗ୍ରାମକୁ ପରିବେଷ୍ଟନୀ କରି ରହିଛି ବିଶାଳ ବୌଦ୍ଧ ଐତିହ୍ୟର ଭଣ୍ଡାର । ବିଶାଳ ଇଟା ପ୍ରାଚୀର ମାଟିତଳେ ପୋତିହୋଇ ରହିଛି । ପ୍ରତ୍ନତାତ୍ତିକ ଖନନରୁ ଶିଶୁପାଳଗଡ଼, ଜଉଗଡ଼, ଅସୁରଗଡ଼ ଭଳି ଏଠାରେ ପ୍ରାଚୀନ କୂପ, ମୁଦ୍ରା, ଅଳଙ୍କାର, ସ୍ତୁପ ବିହାର କୀର୍ତ୍ତିରାଜି ମିଳିଛି ।
ପୁରାଣ ବର୍ଣ୍ଣିତ ପଞ୍ଚ କ୍ଷେତ୍ର ମଧ୍ୟରେ ଶ୍ରୀ ଗଣେଶଙ୍କ କ୍ଷେତ୍ର ଓ ଶୈବକ୍ଷେତ୍ର ମହାବିନାୟକ ପୀଠ ଅନ୍ୟତମ। ବିଶାଳ ଶିବଲିଙ୍ଗ ଦେହରେ ଗଣେଶ, ଭାସ୍କର, ବିଷ୍ଣୁ, ଶିବ, ଦୁର୍ଗାପୂଜା ପାଇବା ଏକ ବିରଳ ଘଟଣା । ଶ୍ରୀକ୍ଷେତ୍ରରେ ବିଷ୍ଣୁ ଜଗନ୍ନାଥ ରୂପରେ, ଅର୍କକ୍ଷେତ୍ର କୋଣାର୍କରେ ସୂର୍ଯ୍ୟ, ଶୈବକ୍ଷେତ୍ର ଭୁବନେଶ୍ଵରରେ ଶ୍ରୀ ଲିଙ୍ଗରାଜ, ଶକ୍ତିକ୍ଷେତ୍ର ଯାଜପୁରର ଶକ୍ତିଦାତ୍ରୀ ମା’ ବିରଜାଙ୍କ ପରି ସିଦ୍ଧକ୍ଷେତ୍ର ମହାବିନାୟକ ପୀଠରେ ଶ୍ରୀ ଗଣେଶ ଏହି ପଞ୍ଚ ଦେବାଦେବୀଙ୍କର ଆବିର୍ଭାବ ଘଟିଛି ।
ମହାବିନାୟକ ମନ୍ଦିରର ଉପରି ଭାଗରେ ପାହାଡ଼ର ଶୀର୍ଷ ଦେଶରେ ରହିଛି ପ୍ରାଚୀନ ବନଦୁର୍ଗାଙ୍କ ମନ୍ଦିର। କଂଗଲରେ ପ୍ରାକୃତିକ ସମ୍ପଦ, ଔଷଧୀୟ ବୃକ୍ଷରାଜିର ଅପୂର୍ବ ପ୍ରାକୃତିକ ଜଳଉତ୍ସ ପାହାଡ଼ି ଝରଣା, ମଠ ମନ୍ଦିର, ଶିଖରଚଣ୍ଡୀ ଓ ପ୍ରାକୃତିକ ପରିବେଶ ଯେ କୌଣସି ଶୈଳ ନିବାସ ଠାରୁ ବେଶ୍ ଉକୃଷ୍ଟତର ।
ମହା ବିନାୟକ ପୀଠ ନିକଟରେ ପରିବେଶ ପର୍ଯ୍ୟଟନ ପରିଭ୍ରମଣ ଓ ରହଣୀର ବ୍ୟବସ୍ଥା ପାଇଁ ଏକ ସୁନ୍ଦର ପର୍ବତଶୋଭା କେନ୍ଦ୍ର ନିର୍ମାଣ କରାଯାଇଛି ।
ବଡ଼ଚଣା ବ୍ଲକର ଛତିଆ ଠାରେ ରହିଛି ମହାପୁରୁଷ ହାଡ଼ିଦାସଙ୍କ ସାଧନା, ସିଦ୍ଧି ଓ ସମାଧି ପୀଠ ଓଡ଼ିଶାର ଦ୍ଵିତୀୟ ଶ୍ରୀକ୍ଷେତ୍ର ଭାବରେ ବର୍ଣ୍ଣିତ ଏହି ପୀଠ ଓଡ଼ିଶାର ଅଗଣିତ ଧର୍ମାନୁରାଗୀଙ୍କ ଲାଗି ଏକ ପବିତ୍ର ଆଧ୍ୟାତ୍ମିକ କ୍ଷେତ୍ର । ନିକଟସ ଚମ୍ପାପୁର ଗ୍ରାମରେ ଜନ୍ମିତ ମହାନ । ସନ୍ଥ ହାଡ଼ିଦାସଙ୍କ ପୂର୍ବଜମାନେ । ଶାଳ କାମ କରି ଜୀବିକା ଅର୍ଜନ କରୁଥିଲେ । କିନ୍ତୁ ହାଡ଼ି ଦାସ ବୈଷ୍ଣବ ଧର୍ମ ଗ୍ରହଣ କରି ଦୀକ୍ଷା ଗ୍ରହଣ କରିଥିଲେ । ପୁରୀରେ ଅବସ୍ଥାନ କାଳରେ ମସ୍ତରାମ ଦାସ ନାମକ ଜଣେ ପଶ୍ଚିମା ସାଧୁ ତାଙ୍କୁ ହାଡ଼ିଦାସ ନାମରେ ନାମିତ କରିଥିଲେ । ଛତିଆ ବଟ ତଳେ ହାଡ଼ିଦାସ ନିଜର ଦିବ୍ୟଜ୍ଞାନ ବଳରେ ଯାହା ଦେଖିଥିଲେ ତାଙ୍କୁ ନୀଳାଦ୍ରୀ ନନ୍ଦ ନାମକ ଜଣେ ଆଶ୍ରିତ । ତାଳପତ୍ର ରେ ଲେଖି ରଖିଥିଲେ । ମହାପୁରୁଷ ହାଡ଼ିଦାସଙ୍କ ଦେହାବସାନ ପରେ ତାଙ୍କୁ ଯେଉଁ ଠାରେ ସମାଧି ଦିଆଯାଇଛି ତା’ ଉପରେ ନିର୍ମିତ ମନ୍ଦିର ହେଉଛି ଛତିଆ ବଟ । ସମାଧି ଉପରେ ଶ୍ରୀ ବଳଭଦ୍ର ଦେବଙ୍କୁ ମୂର୍ତ୍ତି ସ୍ଥାପନ କରାଯାଇଛି । ଛତିଆ ବଟରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ମଧ୍ୟ ପୂଜା କରାଯାଉଛି । ମାନ୍ୟତା ପାଇଛି ।
ସୁକିନ୍ଦା ବ୍ଳକ ଅନ୍ତର୍ଗତ ଲେମ୍ବୋ ପଞ୍ଚାୟତ ଅନ୍ତର୍ଗତ ଅଶୋକଝର ଏକ ମନୋରମ ପ୍ରାକୃତିକ ପର୍ଯ୍ୟଟନ କ୍ଷେତ୍ର ଭାବରେ ବେଶ୍ ସୁପରିଚିତ । ମହାଗିରି ପର୍ବତ ଶଂଖଳରୁ ବାହାରିଥିବା ଏହି ପ୍ରାକୃତିକ ଝରଣା ମହାଗିରି । ଗୁମ୍ଫା ନିକଟରୁ ବାହାରି ପାହାଡ଼ ପାଦଦେଶକୁ ବୋହି ଯାଇଛି ।
ସମତଳ ଭୂମି ଠାରୁ ପ୍ରାୟ ୩୫୦୦ ଫୁଟ ଉଚ୍ଚତାରେ ଥିବା ଝରଣା ଉତ୍ସ ନିକଟରେ ରହିଛି ଏକଏକ ପ୍ରାକୃତିକ ପାହାଡ଼ୀ ଗୁମ୍ଫା । ଗୁମ୍ଫାରେ ଏକ ପ୍ରାଚୀନ ଅଶୋକଝର ଅଶୋକେଶ୍ଵରୀ ଦେବୀଙ୍କ ବିଗ୍ରହ ରହିଛି । ଏହି ସ୍ଥାନରେ ସହସ୍ରାଧିକ ଲୋକ ବସିଲା ।
ଭଳି ବିଶାଳ ପ୍ରସ୍ତର ଚଟଣ ରହିଛି। ଝରଣାର ପାଦ ଦେଶରେ ଶ୍ରୀରାମ ମନ୍ଦିର ଓ ଶିବ ମନ୍ଦିର ରହିଛି । ଅଶୋକଝର ଏକ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଭାବେ ମାନ୍ୟତା ପାଇଛି।
ଯାଜପୁର ସହରର କେନ୍ଦ୍ରସ୍ଥଳରେ ନୂଆ ଭାବେ ଗଢ଼ା ଯାଇଛି କୁସୁମା ପୁଷ୍କରିଣୀ ପ୍ରକଳ୍ପ । ଆଧୁନିକ ଓଡ଼ିଶାର ପ୍ରାଚୀନ ସଂସ୍କୃତି ପୀଠରେ ସଦ୍ୟ ନିର୍ମାଣ ସରିଛି ଏହି ପ୍ରକଳ୍ପ । ଭୌମ-ସୋମ ବଂଶର ଲୁପ୍ତପ୍ରାୟ ରାଜତନ୍ତ୍ରର ସଂକେତକୁ ବହନ କରୁଛି କୁସୁମା ପୁଷ୍କରିଣୀ । ଯାଜପୁର ଇତିହାସର କିମ୍ବଦନ୍ତୀ ନଗରବଧୂ କୁସୁମାର କାହାଣୀକୁ ପାଥେୟ କରି ଗଢ଼ା ଯାଇଛି କୁସୁମା ପୁଷ୍କରିଣୀ ମଧ୍ୟରେ ସୀମିତ ହୋଇ ରହି ନାହିଁ, ଯାଜପୁରର ସଂସ୍କୃତି, ଐତିହ୍ୟ,ସର୍ବଧର୍ମ, ଶାନ୍ତି, ଭାଇଚାରାର ଝଲକ କୁସୁମା ପ୍ରକଳ୍ପରେ ସ୍ଥାନ ପାଇଛି । କୁସୁମା ଖନନ ବେଳେ ମିଳିଥିବା ଦୁର୍ଲଭ ପଥରକୁ କୁସୁମା ପୁଷ୍କରିଣୀର ଚାରିପଟେ ଅଧିକ ରୁଦ୍ଧିମନ୍ତ ରୂପରେ ସ୍ଥାନିତ କରାଯିବା ସହିତ, ଯାଜପୁରର ଐତିହ୍ୟର ପ୍ରତୀକ ରୂପେ ସପ୍ତର ପ୍ରକଳ୍ପ କୁସୁମା ଏବେ ମାନ୍ୟତା ପାଇ ସାରିଛି ।
୨୦୧୧-୧୨ ଆର୍ଥିକ ବର୍ଷରେ ଯାଜପୁରର ହୃତ୍ପିଣ୍ଡରେ ଅବସ୍ଥିତ ୩୭ ଏକର ଆବର୍ଜନାମୟ ଜଳାଶୟକୁ ପୁନରୁଦ୍ଧାର କରାଯାଇ କୁସୁମା ପୁଷ୍କରିଣୀ ପ୍ରକଳ୍ପ ନିର୍ମାଣ କରାଯାଇଛି । ପୁଷ୍କରିଣୀରେ ୨୮ ଏକର ପରିମିତ ଓ ୮ ଫୁଟ ଗଭୀରର ନୀଳଜଳ ରାଶି ଶୋଭା ପାଉଛି । କୁସୁମା ସରୋବରରେ ସର୍ବଦା ୩୮ ନିୟୁତ ଲିଟର ଜଳ ଭରି ରହୁଛି ଓ ଏହି ଗଭୀର ମଧୁର ତଥା ନୀଳ ଜଳରାଶି ହିଁ କୁସୁମା ପ୍ରକଳ୍ପର ବିଶେଷ ଆକର୍ଷଣ । ବିଶାଳ ଜଳଉତ୍ସକୁ ନେଇ ଶୋଭାବର୍ଦ୍ଧନ କରୁଥିବା କୁସୁମା ପ୍ରକଳ୍ପରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଆନ୍ତର୍ଜାତୀୟମାନର ପ୍ରକଳ୍ପ ପ୍ରତିଷ୍ଠା ହୋଇଛି । କୁସୁମାରେ ଜଳକ୍ରୀଡ଼ା ପାଇଁ ବିଶେଷ ବ୍ୟବସ୍ଥା କରଯାଇଛି । ୧୬୦୦ ମିଟର ପରିସୀମା ବିଶିଷ୍ଟ ପ୍ରକଳ୍ପ । ଏହି ପ୍ରକଳ୍ପ କେବଳ ଗୋଟିଏ ପୁଷ୍କରିଣୀ କୁସୁମା ପୁଷ୍କରିଣୀ ମଧ୍ୟରେ ନିର୍ମାଣ କରାଯାଇଛି ଝୁଲନ୍ତା ବଗିଚା ୮୦ ମିଟର ଦୈର୍ଘ୍ୟ ଓ ଦେଢ଼ ମିଟର ଉଚ୍ଚର ପୁଷ୍ପ ଉଦ୍ୟାନ ତିନି ଥାକରେ ସରୋବର ହୁଡ଼ାରେ ସ୍ଥାପିତ ହୋଇଛି । ପୁଷ୍ପ ଉଦ୍ୟାନ ସରୋବରର ଆକର୍ଷଣକୁ ଦ୍ଵିଗୁଣିତ କରୁଥିବା ବେଳେ, କୁସୁମ କାନ୍ଥର ପ୍ରାୟ ୨୫୦ ମିଟର ଦୈର୍ଘ୍ୟ ଓ ୨ ମିଟର ଉଚ୍ଚତାରେ ୱାଲ୍ ମାରିଟଲ ବ୍ୟବସ୍ଥା କରାଯାଇଛି। ପରୀ କାନ୍ଥରେ ଗୌତମ ବୁଦ୍ଧଙ୍କ ଜନ୍ମରୁ ସିଦ୍ଧିଲାଭ ପର୍ଯ୍ୟନ୍ତ ବିଭିନ୍ନ ତଥ୍ୟାବଳୀ ସହ କାନ୍ଥଚିତ୍ର ଖୋଦିତ ହୋଇଛି । କୁସୁମା ପୁଷ୍କରିଣୀ ପରିସରରେ ଶିଶୁ ଉଦ୍ୟାନ, ୱାଇଫାଇ ବ୍ୟବସ୍ଥା, ପନୀୟ ଜଳ, ପରିମଳ ସୁବିଧା ସମେତ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ ରହିଛି । କୁସୁମା ପର୍ଯ୍ୟଟନ କ୍ଷେତ୍ରକୁ ଯାଜପୁର ପୌର ପରିଷଦର ପରିଚାଳନା କରୁଛି ।
ଆଧାର – ପର୍ଯ୍ୟଟନ ବିଭାଗ
Last Modified : 6/30/2020