অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଝାରସୁଗୁଡା ଜିଲ୍ଲାର ପର୍ଯ୍ୟଟନ ସ୍ଥଳ

ଜିଲ୍ଲା ସମ୍ବନ୍ଧରେ

ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଜିଲ୍ଲା ଝାରସୁଗୁଡ଼ା ଓଡ଼ିଶାର ସବୁଠାରୁ ଅଧିକ ଶିଳ୍ପ ବିକଶିତ ଜିଲ୍ଲା ଅଟେ । ୧୯୯୪ ମସିହା ଜାନୁୟାରୀ ୧ ତାରିଖରେ ଏହା ପ୍ରତିଷ୍ଠିତ ହୋଇଥିଲା । ଏଥିପୂର୍ବରୁ ଏହା ସମ୍ବଲପୁର ଜିଲ୍ଲାର ଏକ ଅଂଶ ହୋଇ ରହିଥିଲା । ଅତୀତରେ ରାମପୁର, କୋଲାବିରା, ପଦମପୁର, କୁଡ଼ାବଗାଇ ଜମିଦାର ମାନଙ୍କ ଦ୍ୱାରା ପ୍ରତିଷ୍ଠା କରାଯ଼ାଇଥିଲା । ଏହି ଜିଲ୍ଲା , ଉତ୍ତରରେ ସୁନ୍ଦରଗଡ଼, ଜିଲ୍ଲା ଦ୍ୱାରା ପୂର୍ବରେ ସମ୍ବଲପୁର ଜିଲ୍ଲା ଦ୍ୱାରା , ଦକ୍ଷିଣରେ ବରଗଡ଼ ଜିଲ୍ଲା ଦ୍ୱାରା ତଥା ପଶ୍ଚିମରେ ଛତିଶଗଡ଼ ରାଜ୍ୟ ଦ୍ୱାରା ପରିବେଷ୍ଟିତ । ଏହା ନଗପୁର ଠାରୁ ୬୧୬ କି.ମି. ଏବଂ କୋଲକାତା ଠାରୁ ୫୧୫ କି.ମି., ସମ୍ୱଲପୁର ସହର ଠାରୁ ୪୮ କି.ମି. ଏବଂ ଭୁବନେଶ୍ୱର ଠାରୁ ୩୭୨ କି.ମି. ଦ୍ୱରତ୍ୱରେ ଅବସ୍ଥିତ ଏହି ଜିଲ୍ଲା ୨୧.୮୨ ଉତ୍ତର ଆକ୍ଷାଂଶ ଏବଂ ୮୪.୧ ପୂର୍ବ ଦ୍ରାଘିମାରେ ସ୍ଥିତ ।ସହରାଞ୍ଚଳ ଜନସଂଖ୍ୟା ୨୩୧୧୬୫ ଏବଂ ଗ୍ରାମଞ୍ଚଳର ଜନସଂଖ୍ୟା ୩୪୮୩୪୦ ର ସମ୍ମିଶ୍ରଣରେ ଝାରସୁଗୁଡ଼ା ଜିଲ୍ଲାର ସମୁଦାୟ ଜନସଂଖ୍ୟା, ୩୫୨ ଟି ଗ୍ରାମକୁ ଦେଇ ୫୭୯୫୦୯ ଅଟେ । ଜିଲ୍ଲାର ସମୁଦାୟ ପୁରୁଷ ସଂଖ୍ୟା ୨୯୬୬୯୦ ଏବଂ ମହିଳା ସଂଖ୍ୟା ୨୮୨୮୧୫ ତଥା, ଅନୁସୂଚ଼ିତ ଜାତି ସଂଖ୍ୟା ୧୦୪୬୨୦, ଅନୁସୂଚ଼ିତ ଜନଜାତି ସଂଖ୍ୟା ୧୭୬୭୫୮ ପୁରୁଷ  ସାକ୍ଷରତା ହାର ୮୬.୬୧%  ତଥା ମହିଳା ସାକ୍ଷରତା ହାର ୭୦.୭୫ %  କୁ ନେଇ ସମଗ୍ର ଜିଲ୍ଲାର ସାକ୍ଷରତା ହାର ୭୮.୮୬ % ଅଟେ ।

ପ୍ରଶାସନିକ ସ୍ଥିତ ଦୃଷ୍ଟିରୁ ଝାରସୁଗୁଡ଼ା ଜିଲ୍ଲାର ମୁଖ୍ୟ ସବଡ଼ିଭିଜନ ହେଉଛି ଝାରସୁଗୁଡ଼ା ଏବଂ ପାଞ୍ଚୋଟି ତହସିଲ ଯଥା, ଝାରସୁଗୁଡ଼ା, ଲଖନପୁର, ଲଇକେରା, କୋଲାବିରା (ଉତ୍ତର), କିରମିରା (ଉତ୍ତର) ଏବଂ ପାଞ୍ଚୋଟି ବଲ୍ଲକ ଯ଼ଥା ଝାରସୁଗୁଡ଼ା, ଲଖନପୁର, ଲଇକେରା, କୋଲାବିରା, କିରମିରା କୁ ନେଇ  ଗଠିତ ।

ଝାରସୁଗୁଡ଼ା ଜିଲ୍ଲାର ଜଳବାୟୁ ମୁଖ୍ୟତଃ ଉତ୍ତପ୍ତ ଶୁଷ୍କ ଅଟେ ଯ଼ାହାକି ମଇ ମାସରେ ଅଧିକତମ ୪୨ ପର୍ଯ଼୍ୟନ୍ତ ପହଞ୍ଚିଥାଏ ଏବଂ ହାରାହାରି ବୃଷ୍ଟି ପାତର ପରିମାଣ  ୧୫୦୦ ମି.ଲି.ମି. ଅପ୍ରେଲରୁ ଅଗଷ୍ଟ ପର୍ଯ଼୍ୟନ୍ତ ଦକ୍ଷିଣ ପଶ୍ଚିମରୁ ବାୟୁ ପ୍ରବାହିତ ହୋଇଥାଏ, ତଥା ସେପ୍ଟେମ୍ୱର ମାସରୁ ଉତ୍ତର ପଶ୍ଚିମରୁ ବାୟୁ ପ୍ରବାହିତ ହେବାର ଦେଖାଯ଼ାଏ ।

ଅଧିକାଂଶ ମୃତ୍ତିକା ଭାଗ ଲାଲ ପଥୁରିଆ ଅଟେ ଏବଂ କିଛି ସମତଳ ଭାଗରେ ବାଦାମୀ, କୃଷ୍ଣ ମୃତ୍ତିକା ମଧ୍ୟ ଦେଖାଯ଼ାଏ, ଯ଼େଉଁଠି ଶସ୍ୟ ଏବଂ ପନିପରିବା ଚାଷ କରାଯ଼ାଏ । ଧାନଶସ୍ୟ, ଆଖୁ ଏବଂ ଚିନାବାଦାମ ଚାଷ ପାଇଁ ନଦୀକୂଳିଆ ମାଟି ଏବଂ ତ୍ରିକୋଣ ଭୂମି ଅଞ୍ଚଳର ବାଲିଆ ମାଟି ପ୍ରଯୁଜ୍ୟ ଅଟେ ।  ଲଖନପୁର ବ୍ଲକର କିଛି ଅଂଶରେ ଅଦା ଚାଷ ସ୍ୱତନ୍ତ୍ର ଭାବରେ କରାଯ଼ାଏ, ଯ଼ାହା ବିଦେଶକୁ ରପ୍ତାନୀ କରାଯ଼ାଇଥାଏ ।

ଏହି ଜିଲ୍ଲାର ଆର୍ଥିକ ସ୍ଥିତି ମୁଖ୍ୟତଃ ପ୍ରାକୃତିକ ସଂସାଧନକୁ ନେଇ ବିଚ଼ାର କରାଯ଼ାଇଥାଏ । ଜିଲ୍ଲାଟି ତାର ଖଣିଜ ପଦାର୍ଥ, ଯ଼ଥା କୋଇଲା, ବାଲୁକା ପ୍ରସ୍ତର ଏବଂ ଅଗ୍ନିନିରୋଧକ ମୃତ୍ତିକାରେ ପରିପୂର୍ଣ୍ଣ । କେତେକ ସ୍ଥାନରେ ଚୂନପଥର, ଗ୍ରାନାଇଟ୍, ଧଳାପଥର, ମାଙ୍କଡ଼ା ପଥର ଦେଖାଯାଏ, ଯାହା ଜିଲ୍ଲାର ଆର୍ଥିକ ସ୍ଥିତିକୁ ସୁଦୃଢ କରିଥାଏ । ଯ଼େପରି  ବେଦାନ୍ତ ଆଲୁମିନା, ଭୂଷଣ ଷ୍ଟିଲ ଏବଂ ପାୱର ଏବଂ ଟାଟା ରିଫ୍ରେକଟରି ।

ଅଧିକାଂଶ ଜଙ୍ଗଲଜାତ ଦ୍ରବ୍ୟ ଯଥା କେନ୍ଦୁପତ୍ର, କାଠ, ଚ଼ମଡ଼ା ଇତ୍ୟାଦିର ମଧ୍ୟ ଜିଲ୍ଲାର ଆର୍ଥିକ ଉନ୍ନତିରେ ଅବଦାନ ରହିଛି ।

ଜିଲ୍ଲାର ସାକ୍ଷରତା ହାର ୭୮.୮୬ % ରେ ପୁରୁଷ ଓ ମହିଳା ସାକ୍ଷରତା ହାର ଯ଼ଥାକ୍ରମେ ୮୬.୬୧ % ଏବଂ ୭୦.୭୩ % ଅଟେ  । ଏଠାରେ ଅନେକ ଶିକ୍ଷାନୁଷ୍ଟାନ ମଧ୍ୟ ରହିଛି, ଯ଼େପରି ଏସ.ଏମ. ମହାବିଦ୍ୟାଳୟ, ଝାରସୁଗୁଡ଼ା, ମହିଳା ମହାବିଦ୍ୟାଳୟ, ପି.କେ.ଏସ.ଏସ.  ମହାବିଦ୍ୟାଳୟ, ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ, ଝାରସୁଗୁଡ଼ା ସରକାରୀ ଯ଼ାନ୍ତ୍ରୀକ ବିଦ୍ୟାଳୟ ତଥା ବ୍ଲାକ ଡ଼ାଇମଣ୍ଡ ଯ଼ାନ୍ତ୍ରୀକ ମହାବିଦ୍ୟାଳୟ ।

ଝାରସୁଗୁଡ଼ା ଏକ ପର୍ଯ଼୍ୟଟନ ସ୍ଥଳ ରୂପେ ମଧ୍ୟ ପରିଚ଼ିତ । ଲଖନପୁର ବ୍ଲକର କୁଇଲିଘୁଘର ଜଳପ୍ରପାତ, ଆଦ୍ୟସମ୍ଭୁ ପରି ବଣଭୋଜୀ ସ୍ଥଳ ମଧ୍ୟ ରହିଛି । ଜିଲ୍ଲାରେ ରହିଛି ଉଲାପଗଡ଼ର ଭଗ୍ନାବଶେଷ, ବିକ୍ରମଖୋଲର କେତେକ ଶିଳା ଲେଖ, ଉଷାକୋଠି ଗୁମ୍ଫା, କୁଲାବିରା ରାଜଦୁର୍ଗ ଇତ୍ୟାଦି ପର୍ଯ଼୍ୟଟନ ସ୍ଥଳ ଅନେକ ଗୁଡ଼ିଏ ଦର୍ଶନିୟ ଆକର୍ଷଣୀୟ ମନ୍ଦିର ରହିଛି । ଯ଼େପରି ପଦ୍ମପୁରର ପଦ୍ମାସିନି ମନ୍ଦିର,ପ୍ରାଚ଼ିନ ଝାଡ଼େଶ୍ୱର ମନ୍ଦିର, ରାମଚ଼ଣ୍ଡୀ ମନ୍ଦିର, ପାହାଡ଼େଶ୍ୱର ମନ୍ଦିର ଏବଂ ମହାଦେବପାଲିର ଶୈବପିଠ ।

ଧର୍ମ ଏବଂ ସାଂସ୍କୃତି ସମ୍ପନ ଝାରସୁଗୁଡ଼ା ଜିଲ୍ଲାରେ ଅନେକ ପର୍ବ ପର୍ବାଣୀ ପାଳନ କରାଯ଼ାଇଥାଏ । ଏ ଜିଲ୍ଲାର କେତେକ ଅଞ୍ଚଳର କିଛି ବିଶେଷ ପର୍ବ, ଯ଼ାତ୍ରା ଖୁବ୍ ପ୍ରସିଦ୍ଧି ଲାଭ କରିଛି । ଯ଼େପରି କୁକୁରଜଙ୍ଗାର ରଥଯ଼ାତ୍ରା, ରାଜପୁରର ଗୋକୁଳାଷ୍ଟମୀ ଯ଼ାତ୍ରା, ବେଲପାହାଡ଼ର ମକର ଯାତ୍ରା ଇତ୍ୟାଦି ।

ଭାରତର ସମସ୍ତ ପ୍ରାନ୍ତର ଅଧିବାସୀ ଏଠାରେ ଦେଖିବାକୁ ମିଲନ୍ତି । ଯ଼ାହା ଓଡ଼ିଶାର ଅନ୍ୟ ଜିଲ୍ଲା ଠାରୁ ଭିନ୍ନ ଅଟେ । ସମ୍ବଲପୁରୀ ଭାଷା ଏ ଜିଲ୍ଲାର ମାତୃ ଭାଷା ମଧ୍ୟ ଅଟେ । ଏହା ବ୍ୟତିତ କେତେକ ଗୋଷ୍ଠୀର ଅନ୍ୟାନ୍ୟ ଭାଷା ମଧ୍ୟ ଏଠି ଖୁବ ପ୍ରଚଳିତ ଯଥା  ଅଘରିଆ, ଲରିଆ, କିସାନ, ଖଡ଼ିଆ, ମୁଣ୍ଡା ଏବଂ ତୁରୀ  ।

କିଭଳି ପହଁଞ୍ଚିବେ

  • ଆକାଶ ପଥ :
  • ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ବର ୩୭୧ କି.ମି.

  • ରେଳ ଯୋଗେ :
  • ନିକଟସ୍ଥ ରେଳ ଷ୍ଟେସନ ହେଉଛି ଝାରସୁଗୁଡା ।

  • ସଡକ ପଥ :
  • ଭୁବନେଶ୍ଵରରୁ ଜାତୀୟ ରାଜପଥରେ ଝାରସୁଗୁଡା ହେଉଛି ୩୩୮ କି.ମି. ।

ଦର୍ଶନୀୟ ସ୍ଥାନର ଯ଼ୋଗାଯୋଗ

  • କୁଇଲିଘୁଘର ଜଳ ପ୍ରପାତ : ବେସରକାରୀ ଯାନ ଦ୍ୱାରା ବେଲପାହାଡ଼ରୁ ପହଞ୍ଚି ପାରିବେ ।
  • ଝାଡ଼େଶ୍ୱର ମନ୍ଦିର : ଝାରସୁଗୁଡ଼ାରୁ ବସ୍ ବା ଅଟୋ ଦ୍ୱାରା ପହଞ୍ଚା ଯାଇ ହେବ ।
  • ପାହାଡ଼ି ମନ୍ଦିର : ଆଞ୍ଚଳିକ ସୁବିଧାନୁସାରେ ଅଟୋ ବା କାର୍ ସାହାଯ୍ୟରେ ପହଞ୍ଚି ପାରିବେ ।
  • ବିକ୍ରମଖୋଲର ଶିଳା ଲେଖ : ଝାରସୁଗୁଡ଼ାରୁ ଯେ କୌଣସି ଯାନଦ୍ୱାରା ଲଖନପୁର ପହଞ୍ଚି ଯାଇପାରିବେ ।
  • ରାମଚ଼ଣ୍ଡୀ ମନ୍ଦିର : ଜିଲ୍ଲା ମୁଖ୍ୟ ସଦରରୁ ଯେ କୌଣସି ରେଳମାର୍ଗ ବା କାର ଦ୍ୱାରା ।

ପସନ୍ଦ ସ୍ଥାନ

କୋଇଲି ଘୁଘର ଜଳପ୍ରପାତ :

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର ୪୩୦ କି.ମି.

  • ରେଳଗାଡ଼ିରେ
  • ନିକଟସ୍ଥ ରେଳ ଷ୍ଟେସନ ହେଉଛି ଝାରସୁଗୁଡା : ୫୫ କି.ମି.

  • ସଡ଼କ ପଥରେ
  • ବେସରକାରୀ ଯାନ ଦ୍ୱାରା ବେଲପାହାଡ଼ରୁ ପହଞ୍ଚି ପାରିବେ

କୋଇଲି ଘୁଘର ଜଳ ପ୍ରପାତ ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲବ ଅନ୍ତର୍ଗତ କୁସୁମବାହାଲ ଗ୍ରାମ ନିକଟରେ ଅବସ୍ଥିତ ।

ଏହା ଝାରସୁଗୁଡାର ସହରରୁ ୫୫ କି.ମି. ଦୂରରେ ଅଛି ।ଏହା ସବୁଜ ବନାନୀ ଭରା ଏକ ମନଲୋଭା ଦର୍ଶନୀୟ ସ୍ଥାନ । ଅହିରାଜ ନାମକ ଏକ କ୍ଷୁଦ୍ର ଜଳଧାର ଛଇ କାଞ୍ଚ ପାହାଡ଼ି ଅରଣ୍ୟରୁ ବାହାରିଛି ଏବଂ ଏହା ପଥୁରିଆ ପଥରେ ଗତିଶୀଳ ଅବସ୍ଥାରେ ୨୦୦ ଫୁଟ ତଳେ ପଡ଼ି କୋଇଲି ଘୁଘର ନାମକ ଜଳପ୍ରପାତ ସୃଷ୍ଟି କରିଛି ।  ଏହି ଜଳପ୍ରପାତ ର ପାଣି ପଶ୍ଚିମ ମୁହାଁ ହୋଇ ମହାନଦୀରେ ମିଶିଛି, ଯ଼ାହା ଦେଖିବାକୁ ଅତ୍ୟନ୍ତ ମନୋରମ ଏବଂ ଆକର୍ଷଣୀୟ । କୋଇଲି ଘୁଘର ଜଳପ୍ରପାତରେ ମହେଶ୍ୱରନାଥ ନାମରେ ଏକ ଶିବାଳୟ ମଧ୍ୟଅଛି ଯାହାର ଶିବଲିଙ୍ଗ ଜଳମଗ୍ନ ଅବସ୍ଥାରେ ଥିବା ଯୋଗୁଁ କାହାରିକୁ ଦୃଶ୍ୟମାନ ହୋଇନଥାଏ । କିନ୍ତୁ କେବଳ ଶୀତ ଓ ଗ୍ରୀଷ୍ମ ରୁତୁରେସୂର୍ଯ୍ୟ କିରଣର ପ୍ରତିବିମ୍ବଦ୍ୱାରା ଜଳମଗ୍ନ ଶିବଲିଙ୍ଗ ଦୃଶ୍ୟମାନ ହୋଇଥାଏ । ଏଥିପାଇଁ ପର୍ଯ଼୍ୟଟକଙ୍କ ଦର୍ଶନାର୍ଥେ ଜଳପ୍ରପାତ ପାର୍ଶ୍ୱରେ ଆଉ ଏକ ଶିବଲିଙ୍ଗ ପ୍ରତିଷ୍ଠା କରାଯ଼ାଇଛି । ଏଠାରେ ପ୍ରତିବର୍ଷ ଶିବରାତ୍ରି ଦିନ ଏକ ପର୍ବ ପାଳିତ ହୁଏ ଯେଉଁଠାରେକି ପ୍ରବଳ ଜନସମାଗମ ଦେଥିବାକୁ ମିଳେ ।

ଝାଡ଼େଶ୍ୱର ମନ୍ଦିର :

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର ୩୭୫ କି.ମି.

  • ରେଳଗାଡ଼ିରେ
  • ନିକଟସ୍ଥ ରେଳ ଷ୍ଟେସନ ହେଉଛି ଝାରସୁଗୁଡା : ୧ କି.ମି.

  • ସଡ଼କ ପଥରେ
  • ଝାରସୁଗୁଡା ବସ ଷ୍ଟାଣ୍ଡ ରୁ ଏହାର ଦୁରତା ୧ କି.ମି. । ରେଲୱେ ସ୍ଟେଶନ ଓ ବସ ଷ୍ଟାଣ୍ଡ ରୁ ଏଠାକୁ ଅଟୋ ଓ ଟ୍ଯାକ୍ସି ସହଜରେ ମିଳିପାରିବ ।

ଝାଡ଼େଶ୍ୱର ମନ୍ଦିରଟି ଝାରସୁଗୁଡ଼ା ରେଳଷ୍ଟେସନରୁ ୧ କି.ମି. ଦୂରରେ ଅବସ୍ଥିତ ପୁରୁମାବସ୍ତି ନିକଟେରେ ଥିବା ଏକ ଛୋଟ ଜଙ୍ଗଲ ମଧ୍ୟରେ ଅଛି ।

ଏଠାରେ ଏକ ସ୍ୱୟଂ ଆବିର୍ଭୂତ ଶିବଲିଙ୍ଗ ପୂଜା ପାଉଛନ୍ତି ଯାହାର ପ୍ରକୃତରେ ଆବିର୍ଭାବ କେବେ ହୋଇଥିଲା ଆଜିପର୍ଯ୍ୟନ୍ତ ଏକ ରହସ୍ୟ । କିନ୍ତୁ ଗୋବିନ୍ଦ ସିଂ ଜମିଦାରଙ୍କ ଜମିଦାରୀ କାଳରେ ଏହା ଏକ ପତ୍ର ନିର୍ମିତ କୁଡ଼ିଆରେ ପୂଜା ପାଉଥିଲେ ।

୧୯୧୬ ମସିହାରେ ମୁଲଜୁ ଜଗମଲ ନାମକ ଜଣେ ଗୁଜୁରାତି କଣ୍ଟ୍ରାକ୍ଟର ଏକ ଛୋଟ ମନ୍ଦିର ତୋଳାଇଥିଲେ । ଝାରସୁଗୁଡ଼ାର ଜମିଦାର ଏହି ମନ୍ଦିରର ପୂଜା ପାଇଁ ସୋବାୟତ ନିଯୁକ୍ତି କରି ରକ୍ଷଣାବେକ୍ଷଣ ପାଇଁ ନିଜର ଚାଷପଯ଼ୋଗୀ ଜମି ମଧ୍ୟ ଦାନ କରିଥିଲେ ।

ପାହାଡି ମନ୍ଦିର :

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର ୩୭୫ କି.ମି.

  • ରେଳଗାଡ଼ିରେ
  • ନିକଟସ୍ଥ ରେଳ ଷ୍ଟେସନ ହେଉଛି ଝାରସୁଗୁଡା : ୩ କି.ମି.

  • ସଡ଼କ ପଥରେ
  • ଝାରସୁଗୁଡା ବସ ଷ୍ଟାଣ୍ଡ ରୁ ଏହାର ଦୁରତା ୩ କି.ମି. । ରେଲୱେ ସ୍ଟେଶନ ଓ ବସ ଷ୍ଟାଣ୍ଡ ରୁ ଏଠାକୁ ଅଟୋ ଓ ଟ୍ଯାକ୍ସି ସହଜରେ ମିଳିପାରିବ ।

ପାହାଡି ମନ୍ଦିରଟି ଝାରସୁଗୁଡା ରେଲୱେ ଷ୍ଟେସନ ରୁ ୩ କି.ମି. ଏବଂ ବସ ଷ୍ଟେସନ ରୁ ୩.୫ କି.ମି. ଦୂରରେ ଗୋଟିଏ ପାହାଡ ଉପରେ ଅବସ୍ଥିତ । ଏହି ମନ୍ଦିରରେ  ଭଗବାନ ଶିବ ପୂଜା ପାଆନ୍ତି ।ଏହି ପାହାଡ ଉପରୁ ଝାରସୁଗୁଡା ସହରଟି ବହୁତ ସୁନ୍ଦର ଦେଖାଯାଏ ।

ବିକ୍ରମଖୋଲ :

ଝାରସୁଗୁଡ଼ା ଲଖନପୁର ରାସ୍ତାର ୨୫ କି.ମି. ଦୂରରେ ବଞ୍ଜାରୀ ନାମକ ଏକ ଗ୍ରାମ ଅଛି । ଏହିଗ୍ରାମ ପାଖରେ ରହିଛି ଏକ ପ୍ରାଚ଼ୀନ ଯୁଗର ଗୁମ୍ଫା, ଯାହା ବିକ୍ରମଖୋଲ ନାମରେ ନାମିତ । ଏହି ଦୁର୍ଗମ ଘଞ୍ଚ ଅରଣ୍ୟରେ ଆଦିମ ଲୋକମାନେ ଜଙ୍ଗଲି ଫଳ, ମୂଳ ଏବଂ ପଶୁପକ୍ଷୀଙ୍କ ମାଂସ ଉପରେ ନିର୍ଭର କରି ନିଜ ଜୀବନ ବ୍ୟତୀତ କରୁଥିଲେ । ଖ୍ରୀ.ପୂ. ୪୦୦୦ ରେ ଏହି ଅଞ୍ଚଳର ମାନବ ସଭ୍ୟତାର ବିକାଶର ମୂଳକ୍ରିୟ ହୋଇଥିଲା ଯାହା ଏକ ହସ୍ତଲିପି ସୃଷ୍ଟି କରିଛି । ବିକ୍ରମଖୋଲ ଗୁମ୍ଫା ରେ ଗୁଡିଏ ପ୍ରାଚୀନ ହସ୍ତଲିପି ଏବଂ ପଶୁପକ୍ଷୀଙ୍କ ଚ଼ିତ୍ରପଟ୍ଟ ଖୋଦିତ ହୋଇଛି । ଏହାର କାନ୍ଥରେ କେତେଗୁଡ଼ିଏ ବୃତ୍ତାକାର ଖାତା ଦେଖିବାକୁ ମିଳେ ଯାହା ସେହୀ ପ୍ରାଚ଼ୀନ ଅଧିବାସୀଙ୍କ ଅସ୍ତ୍ରଶସ୍ତ୍ର ଏବଂ ପୋଷାକ ରଖିବା ପାଇଁ ବ୍ୟବହୃତ ହୋଇଥିଲା । ଏପରିକି ଚଟ୍ଟାଣରେ ମଧ୍ୟ ଶସ୍ୟ ରଖିବା ପାଇଁ ବୃତ୍ତାକାର ଗାତ ଖୋଳାଯାଇଥିଲା । ଭାରତ ସରକାରଙ୍କ ପର୍ଯ୍ୟଟନ ବିଭାଗ, ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ଏହାଏକ ପର୍ଯ଼୍ୟଟନ ସ୍ଥଳୀ ରୂପେ ମାନ୍ୟତା ପାଇଛି ଯ଼ାହା ବିଦେଶରେ ମଧ୍ୟ ପ୍ରସିଦ୍ଧ ଅଟେ । ଏଠାରେ ଖ୍ରୀ.ପୂ. ୧୫୦୦ ସମଯର କେତେକ ସଚ଼ିତ୍ର ହସ୍ତଲିପି ଦୃଶ୍ୟମାନ ହୋଇଥାଏ ଯାହାର ପ୍ରତିରୂପ ଓଡ଼ିଶା ସରକାରଙ୍କ ଭୂବନେଶ୍ୱର ସଂଗ୍ରାହଳୟରେ ଦେଖିବାକୁ ମିଳେ ।

ରାମଚ଼ଣ୍ଡି ମନ୍ଦିର :

କିଭଳି ପହଁଞ୍ଚିବେ:

  • ବିମାନ ମାର୍ଗରେ
  • ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର ୪୦୦ କି.ମି.

  • ରେଳଗାଡ଼ିରେ
  • ନିକଟସ୍ଥ ରେଳ ଷ୍ଟେସନ ହେଉଛି ଝାରସୁଗୁଡା : ୩0 କି.ମି.

  • ସଡ଼କ ପଥରେ
  • ବ୍ରଜରାଜନଗର ବସ ଷ୍ଟାଣ୍ଡ ରୁ ଏଠାକୁ ଅଟୋ ଓ ଟ୍ଯାକ୍ସି ସହଜରେ ମିଳିପାରିବ ।

ଝାରସୁଗୁଡ଼ା ରେଳଷ୍ଟେସନ ଠାରୁ ୩୦ କି.ମି. ଦୂରରେ ଥିବା ବ୍ରଜରାଜନଗର ରାମଚ଼ଣ୍ଡୀ ମନ୍ଦିର ଅବସ୍ଥିତ । ଦେବୀ ଚ଼ଣ୍ଡୀ ଏଠାରେ ପୂଜା ପାଇଁଥାନ୍ତି ।

ଏହି ଚ଼ଣ୍ଡି ପୀଠ ଇବ ନଦୀକୂଳରେ ଏକ ପ୍ରାକୃତିକ ଗୁମ୍ଫା ମଧ୍ୟରେ ଅଛି । ଏହି ପୀଠକୁ ଓହ୍ଲାଇବାକୁ ଲୌହ ନିର୍ମିତ ସିଡ଼ିର ସାହାଯ଼୍ୟ ନେବାକୁ ପଡ଼େ ।

ଏହି ମନ୍ଦିରରୁ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଇବ ନଦୀକୂଳ ଦୃଶ୍ୟମାନ ହୋଇଥାଏ । ଏହା ଏକ ମନମୁଗ୍ଧକର ର୍ଦଶନୀୟ ସ୍ଥାନ ଏବଂ ବଣଭୋଜି ପାଇଁ ମଧ୍ୟ ଉପଯୁକ୍ତ ।

ଆଧାର - "ଝାରସୁଗୁଡା ଡିଷ୍ଟ୍ରିକ ପୋର୍ଟାଲ, ଓଡିଶା ସରକାର"

Last Modified : 1/8/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate