অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନୂଆପଡ଼ା

ଐତିହାସିକ ପୃଷ୍ଠଭୂମି

ତତ୍କାଳୀନ କେନ୍ଦ୍ରପ୍ରଦେଶ(ସେଣ୍ଡାଲ ପ୍ରୋଭିନ୍ସ)ର ରାୟପୁର ଜିଲା ଅନ୍ତର୍ଗତ ମହାସମୁନ୍ଦ ତହସିଲର ଗୋଟିଏ ଛୋଟ ପଡ଼ା ଗ୍ରାମରୁ ନୂଆପଡ଼ାର ପରିଚୟ ମିଳିଥିଲା। ଏଠାରେ ଥିବା ସର୍ବପୁରାତନ ରାମ ମନ୍ଦିରରେ ରହିଥିବା ୧୮୧୩ ମସିହାର ଶିଳାଲେଖରୁ ଏହି ପଡ଼ା ଯେ ବହୁପୁରାତନ ସ୍ପଷ୍ଟ ସୂଚନା ମିଳିଥାଏ। ସେହି ସମୟରେ ଖଡିଆଳ ଜମିଦାର ଏହି ଗାଁ ଦେଇ ରାୟପୁରକୁ ଯାଉଥିଲେ । ଏଠିକାର ରାଜବାଡ଼ା ନିକଟରେ ଘୋଡାକୁ ଅଟକାଇ ବିଶ୍ରାମ ନେଉଥିଲେ। ସେହି ରାଜବାଡ଼ା ଚତୁଃପାର୍ଶ୍ଵରେ କ୍ରମଶଃ ଜନବସତି ଗଢ଼ିଉଠିଥିଲା।

ନୂଆକରି ସେଠାରେ ଲୋକେ ବସତି ସ୍ଥାପନ କରିବାରୁ ତାହା ହିନ୍ଦୀ ଭାଷାରେ ନପାରା ନାମରେ ନାମିତ ହୁଏ । ଏହା ବହୁବର୍ଷ ଧରି ନପାରା, ତାନଟ ନାମରେ ରହିଆସିଥିଲା ।

୧୯୩୬ରେ ଏହା ଏକ ସଡିଭିଜନର ମାନ୍ୟତା ପାଇ ନୂଆପଡ଼ାରେ ନାମିତ ହେଲା । ଏହି ସହରର ମୁଖ୍ୟ ଉତ୍ସ ଭାବେ ୧୯୩୭ ମସିହାରେ ଜର୍ଜ -୬ଙ୍କର ରାଜ୍ୟାଭିଷେକ ସମୟରେ ଏଠାରେ କୋରୋନେଶନ କ୍ଲବ ଗଠିତ ହୋଇଥିଲା। ଅଞ୍ଚଳର ଜ୍ଞାନୀଗୁଣୀ ଲୋକେ ଏହି କ୍ଲବରେ ସମବେତ ହୋଇ ମାନସମନ୍ଥନ କରୁଥିଲେ ।

ପରେ ଏହି କ୍ଲବ୍ ନୂଆପଡ଼ାର ବିକାଶଧାରା ସହ ଯୋଡି ହୋଇଥିଲା। ସେବେଠାରୁ ନୂଆପଡ଼ା ଉନ୍ନତିର ପଥେ ଆଗେଇ । ଚାଲିଥିଲା। ଏହି କ୍ରମରେ ୧୯୯୩ରେ ନୂଆପଡ଼ା ଜିଲା ସଦର ମହକୁମାର । ମାନ୍ୟତା ପାଇବା ପରେ ପଶ୍ଚିମ ଓଡ଼ିଶାର ଅନ୍ୟତମ ଗୁରୁତ୍ଵପୂର୍ଣ୍ଣ ସହର ଭାବେ ପରିଚିତି ଲାଭ କରିଥିଲା। ଏଠିକାର ଲୋକଙ୍କ ସରଳତା, ଭାଇଚାରା ଏବଂ ମଧୁର ଆତିଥ୍ୟ ମନୋଭାବ ଆଜି ରାଜ୍ୟ ତଥା ରାଜ୍ୟବାହାର ଲୋକଙ୍କୁ ଆକର୍ଷିତ କରିପାରିଛି । ଏହା ସବୁବେଳେ ଏକ ନୂଆ ସହର ହୋଇ ଆଗକୁ ବଢ଼ିଚାଲିଛି । ପଡ଼ାରୁ ଗାଁ, ଗାଁରୁ ଗ୍ରାମପଞ୍ଚାୟତ ଓ ପରେ ପୌରାଞ୍ଚଳରେ ଜିଲା ସଦର ମହକୁମା ଚାଲିଛି । ଏହା ହେଉଛି ନୂଆପଡ଼ା ସହରର ବୈଶିଷ୍ଟ୍ୟ ।

ଭୌଗୋଳିକ ସ୍ଥିତି

ନୂଆପଡ଼ା ସହର ଓଡ଼ିଶାର ୨୦ ଡିଗ୍ରୀ ଉତ୍ତର ଏବଂ ୨୧ ଡିଗ୍ରୀ ଦକ୍ଷିଣ ବ୍ୟାସରେ ଅବସ୍ଥିତ । ଏଠାରେ । ଗ୍ରୀଷ୍ମପ୍ରବାହର ଟାଣ ଖରା ସାଙ୍ଗକୁ ପ୍ରଚଣ୍ଡ ଶୀତ ଲହରି ଅନୁଭୁତ ହୋଇଥାଏ। ଏହାର ସୀମା ଛତିଶଗଡ଼କୁ ଲାଗି ରହିଥିବାରୁ ଛତିଶଗଡ଼ି ଭାଷାର ବିଶେଷ ପ୍ରଭାବ ରହିଛି ।

ଶିକ୍ଷାଅନୁଷ୍ଠାନ

ଏକଦା ଶିକ୍ଷା କ୍ଷେତ୍ରରେ ପଶ୍ଚିମ ଓଡ଼ିଶାର ସବୁଠାରୁ ପଛରେ ରହିଥିବା ନୂଆପଡ଼ା ସହର ଏବେ ବହୁ ଆଗରେ। ସହରରେ ୬ ପ୍ରାଥମିକ ବିଦ୍ୟାଳୟ, ୨ ସରକାରୀ ହାଇସ୍କୁଲ ଓ ୪ଟି ବେସରକାରୀ ସ୍କୁଲ ରହିଛି ।

୧୯୫୬ରେ ପ୍ରତିଷ୍ଠିତ ଏଠିକାର ସର୍ବପୁରାତନ ନ୍ୟାଶନାଲ ହାଇସ୍କୁଲର ସ୍ଵର୍ଣ୍ଣଜୟନ୍ତୀ ୨୦୦୭ରେ ପାଳିତ ହୋଇଯାଇଛି । ଏହି ବିଦ୍ୟାଳୟ ବହୁ ବୁଦ୍ଧିଜୀବୀ, ଆଇନଜ୍ଞ, ଡାକ୍ତର, ପ୍ରଫେସରଙ୍କୁ ଜନ୍ମ ଦେଇଛି ।

ଗୁଣାତ୍ମକ ଶିକ୍ଷାଦାନ ଓ ପ୍ରାଥମିକ ଶିକ୍ଷାର ପ୍ରସାର ଦିଗରେ ବାଳକ ପ୍ରାଥମିକ ବିଦ୍ୟାଳୟ ଏକ ମାଇଲଖୁଣ୍ଟ । ଏହା ୧୯୧୭ରେ ପ୍ରତିଷ୍ଠିତ ହୋଇଥିବାବେଳେ ଗତବର୍ଷ ଏହାକୁ ଶହେ ବର୍ଷ ପୁରିଛି ।

ଚିକିତ୍ସାସେବା

ସହରରେ ଚିକିତ୍ସା ସେବା କହିଲେ ଜିଲା ମୁଖ୍ୟ ଚିକିତ୍ସାଳୟ ରହିଛି । ଏହ। ଉପରେ ନୂଆପଡା ସମେତ ପଡୋଶୀ ଛତିଶ ଗଡର ଶତାଧିକ ରୋଗୀ ନିର୍ଭ ର କରନ୍ତି ।

ଜନସଂଖ୍ୟା

ନୂଆପଡ଼ା ପୌରପାଳିକା ମୋଟ ୧୪ ୱାର୍ଡକୁ ନେଇ ଗଠିତ ୨୦୧୧ ଜନଗଣନା ଅନୁଯାୟୀ ଏଠିକାର ଜନସଂଖ୍ୟା ୨୨ହଜାର ଓ ମୋଟ ଭୋଟରଙ୍କ ସଂଖ୍ୟା ୧୬ ହଜାର ୨୦୮ ମହିଳା ଭୋଟରଙ୍କ ସଂଖ୍ୟା ୮୦୫୧, ପୁରୁଷ ଭୋଟର ୮୧୫୭ ସମୟାନୁକ୍ରମେ ଛତିଶଗଡ଼ ସୀମାସଂଲଗ୍ନ ନୂଆପଡ଼ା ସହରର ନବକଳେବର ହୋଇଛି । ସହରୀକରଣ ଯୋଜନା ଅନ୍ତର୍ଗତ ପର୍ଯ୍ୟାୟ କ୍ରମେ ଜାରି ରହୁଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଦ୍ଵାରା ସହରର ଚେହେରା ବଦଳିଛି । ରାଜ୍ୟବାସୀ ଓ ରାଜ୍ୟ ବାହାର ଲୋକଙ୍କୁ ଏହା ଆକୃଷ୍ଟ କରିପାରିଛି । ଫଳରେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ରାଜଧାନୀରୁ ଦୂରତା

ନୂଆପଡ଼ା ସହରଠାରୁ ରାଜଧାନୀ ଭୁବନେଶ୍ଵରର ଦୂରତା ପ୍ରାୟ ସାଢେ ୫ଶହ କି.ମି. । ଏଠାରୁ ରାଜଧାନୀକୁ ବସ ଏବଂ ଟ୍ରେନର ସୁବିଧା ରହିଛି । ଉଭୟ ଯାନରେ ଯିବାକୁ ହେଲେ ପ୍ରାୟ ୧୨ଘଣ୍ଟା ସମୟ ଲାଗିଥାଏ । ଏଠାକୁ ୨ଟି ଟ୍ରେନ ଏବଂ ୪ଟି ରାଜଧାନୀ ବସ ଯିବା ଆସିବା କରିଥାଏ ।

ଯୋଗାଯୋଗ ଲାଗି ପ୍ରମୁଖ ଫୋନ ନମ୍ବର

ଜିଲାପାଳ

୨୨୫୪୬୩(ଅଫିସ), ୨୨୫୪୬୪(ନିବାସ)

ଅତିରିକ୍ତ ଜିଲ୍ଲାପାଳ

୨୨୫୩୫୨

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

୨୨୫୪୩୧

ଡିଆରଡିଏ ପିଡିଙ୍କ କାର୍ଯ୍ୟାଳୟ

୨୨୫୪୭୬

ଏସ୍‌ପି ଅଫିସ

୨୨୫୪୭୮,୨୨୫୪୭୭

ବନବିଭାଗ (ବନଖଣ୍ଡ ଅଧିକାରୀ) କାର୍ଯ୍ୟାଳୟ

୨୩୨୨୩୭

ଜିଲ୍ଲା ହସ୍ପିଟାଲ

୨୨୫୩୪୬

ଜିଲ୍ଲା କୋଷାଗାର

୨୨୫୪୦୩

ଜିଲ୍ଲା କର୍ମନିୟୋଜନ କାର୍ଯ୍ୟାଳୟ

୨୨୫୩୭୧

ଜିଲ୍ଲା ମତ୍ସ୍ୟବିଭାଗ କାର୍ଯ୍ୟାଳୟ

୨୨୫୫୪୭

ଜିଲ୍ଲା ପରିବହନ କାର୍ଯ୍ୟାଳୟ

୨୨୫୨୪୩

ଜିଲ୍ଲା ଯୋଜନା ଓ ସମନ୍ଵୟ ବିଭାଗ କାର୍ଯ୍ୟାଳୟ

୨୨୫୫୮୪

ଜିଲ୍ଲା ଶ୍ରମ କାର୍ଯ୍ୟାଳୟ

୨୨୫୨୭୮

ଜିଲ୍ଲା କୃଷି କାର୍ଯ୍ୟାଳୟ

୨୩୦୭୫୧

ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ

୨୨୫୦୮୬

ଅଧିକ ସୂଚନା ପାଇଁ

ସହରରାସ୍ତା

ସହରବାସୀଙ୍କ ଗମନାଗମନ ପାଇଁ ୨୮୮୪ମିଟର କଂକ୍ରିଟ୍, ୩୮୦୦ମିଟର ମେଟାଲିଂ, ୩୮ହଜାର ୬୬୦ମିଟର କଳା ଏପରି ମୋଟ ୫୫, ୨୯୪ମିଟର ରାସ୍ତା ରହିଛି ।

ରେଳପଥ

ସ୍ଵାଧୀନତୋର ଭାରତ ବର୍ଷରେ ଏହି ସହରକୁ ରେଳପଥ ସହ ସଂଯୋଗ କରାଯାଇଥିଲା । ଏଠାରୁ ପ୍ରଥମେ ରାୟପୁରକୁ ରେଳସେବା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ରାଜଧାନୀ ଭୁବନେଶ୍ୱର ଏବଂ ବିଶାଖାପଟ୍ଟନମକୁ ରେଳ ଯୋଗାଯୋଗ ହୋଇଥିଲା । ବର୍ତ୍ତମାନ ଏଠାରେ ପୁରୀ-ଦୁର୍ଗ ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ ବ୍ୟତୀତ ଅନ୍ୟ କୌଣସି ଏକ୍ସପ୍ରେସ ଟ୍ରେନ ରହଣି ହେଉନାହିଁ ।

ପାର୍କ, ସିନେମାହଲ

ସହର ମଧ୍ୟରେ ଭିତ୍ତିଭୂମି ନିର୍ମାଣ ପାଇଁ ଜାଗା ଖୋଜା ଚାଲିଛି । ସହରର ଉନ୍ନତୀକରଣରେ ଏହା ଏକ ସମସ୍ୟା ହୋଇଛି । ଏଠାରେ ପ୍ରାତଃ ଭ୍ରମଣ ଓ ସନ୍ଧ୍ୟା ସମୟରେ ଅବସର ବିନୋଦନ ପାଇଁ ଏକମାତ୍ର ପାର୍କ ‘ଗାନ୍ଧୀ ପ୍ରମୋଦ ଉଦ୍ୟାନ ରହିଛି । ଏହା ବ୍ୟବହାର ଉପଯୋଗୀ ହୋଇପାରି ନାହିଁ । ଗ୍ରାମପଞ୍ଚାୟତ ବିଭାଗ ଅଧୀନ ଏହି ପାର୍କ ନିକଟରେ ଏନଏସିକୁ ହସ୍ତାନ୍ତର କରାଯିବା ପରେ ଏହାକୁ ସୌନ୍ଦର୍ଯ୍ୟକରଣ କରାଯାଉଛି । ନୂଆପଡ଼ା  ସହରରେ ସିନେମା ହଲଟିଏ ସମ୍ଭବ ହୋଇପାରିନାହିଁ । ଲୋକେ ବାଧ୍ୟ ହୋଇ ସୁଦୂର ରାୟପୁର ସହରକୁ ସିନେମା ଦେବାକୁ ଯାଇଥାନ୍ତି।

ଅଡିଟୋରିୟସ

ସହରରେ ସଭାସମିତି ଆୟୋଜନ ପାଇଁ ଅଡ଼ିଟୋରିୟମର ଅଭାବ ରହିଛି । ସହର ଠାରୁ ୭କିମି ଦୂର କଲେଜରେ ଏକ ଅଡିଟୋରିୟମ ରହିଛି । ଏହା ସେତେଟା ବ୍ୟବହାରରେ ଆସିନଥାଏ । ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ,ମୃତ୍ତିକା ସଂରକ୍ଷଣ ବିଭାଗର ଶୀତତାପ ନିୟନ୍ତ୍ରିତ ବୈଠକ ଗୃହରେ ସରକାରୀ ଓ ବେସରକାରୀ ସଭାସମିତିମାନ ଆୟୋଜିତ ହୋଇଥାଏ ।

ଷ୍ଟାଡିୟମ

ସହରରେ ଷ୍ଟାଡ଼ିୟମ କହିଲେ ନ୍ୟାଶନାଲ ହାଇସ୍କୁଲ ନାମିତ ମିନିଷ୍ଟାଡିୟମ ରହିଛି । ଏଠାରେ ଜିଲ୍ଲା ସଦର ମହକୁମାର ସମସ୍ତ ପ୍ରକାର ଖେଳକୁଦ କାର୍ଯ୍ୟକ୍ରମ ହୋଇଥାଏ ।

କଲ୍ୟାଣ ମଣ୍ଡପ

ବିବାହ, ବ୍ରତ ଆଦିର ଆୟୋଜନ ପାଇଁ ଗୋଟିଏ ମାତ୍ର  କଲ୍ୟାଣ ମଣ୍ଡପ ରହିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ବହୁ ପୁରୁଣା ମଣ୍ଡପଟି ରକ୍ଷଣାବେକ୍ଷଣ ଅଭାବରୁ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି । ଏଣୁ ବଡ଼ଧରଣର ଇଭେଣ୍ଟ ଖେଳ ପଡ଼ିଆ ଗୁଡ଼ିକରେ ଟେଣ୍ଟ ପକାଇ କରାଯାଇଥାଏ ।

କଳାସଂସ୍କୃତି

ସହରରେ ଛତିଶଗଡ଼ି କଳାସଂସ୍କୃତିର ଅନୁପ୍ରବେଶ ରହିଛି । ସହରରେ ଜିଲ୍ଲା ପ୍ରତିଷ୍ଠା ଉତ୍ସବ ବେଶ୍ ସୁଦୂରପ୍ରସାରୀ ହୋଇପାରିଛି । ହେଲେ କିଛି ବର୍ଷ ହେଲା ଏହା ବନ୍ଦ ରହିଛି । ବର୍ତ୍ତମାନ ଏଠାରେ ଆୟୋଜିତ ହେଉଥିବା କୋଶଳୀ ଧନୁଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଲୋକପ୍ରିୟତା ହାସଲ କରିଛି । ଏହାହିଁ ସହରବାସୀଙ୍କୁ ମନୋରଞ୍ଜନ ଖୋରାକ ଯୋଗାଇଛି। ।

ଯାନବାହନ

ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗଠାରୁ ମିଳିଥିବା ତଥ୍ୟ ମୁତାବକ ୨୦୧୬-୧୭ରେ ।୫୫୬୪ ଗାଡ଼ିମୋଟର ପଞ୍ଜିକୃତ ହୋଇଥିଲା । ସେଥିରେ ୪୩୫୨ ମୋଟର ସାଇକେଲ, ୨୯୨ଟ୍ରକ୍ଟର, ୧୭୪ ମୋଟର କାର ରହିଥିଲା । ୨୦୧୭-୧୮ବର୍ଷରେ ୫୭୭୯ ମୋଟର ସାଇକେଲ, ୨୮୬ ଟ୍ରାକ୍ଟର ,୧୭୪ କାର ମୋଟ ୭୪୧୯ ଯାନବାହନ ପଞ୍ଜୀକୃତ ହୋଇଛି ।

ଶ୍ମଶାନ

ସହର ମଧ୍ୟରେ ଗୋଟିଏ ମାତ୍ର ଜାଗାକୁ ଶ୍ମଶାନ ପୀଠ ଭାବେ ବ୍ୟବହାର  କରାଯାଇଥାଏ । ଶବ ଦାହ ପାଇଁ ଅନ୍ୟ କୌଣସି ବ୍ୟବସ୍ଥା କରାଯାଇନାହିଁ । ଲୋକେ ବାଧ୍ୟ ହୋଇ ନିକଟ ନଦୀ ଏବଂ ନିଜ ଜମିରେ ଶବ ସଂସ୍କାର କରିଥାନ୍ତି ।

ବାଣିଜ୍ୟ ବ୍ୟବସାୟ

ସଦରର ଅଧାଅଧି ଅଞ୍ଚଳ ସରକାରୀ ଦପ୍ତରରେ ଭରି ରହିଛି । ଏଠାରେ ବାଣିଜ୍ୟ ବ୍ୟବସାୟ କହିଲେ ଏକତା ଛକରେ ଏକ ଡେଲି ମାର୍କେଟ ରହିଛି । ପନିପରିବା, ତେଜରାତି ଏବଂ ନିତ୍ୟବ୍ୟବହାର୍ଯ୍ୟ ଜିନିଷପତ୍ର ପାଇଁ ସହରବାସୀ ଏହା ଉପରେ ନିର୍ଭର କରିଥାନ୍ତି । ଏହି ଛକରେ ପ୍ରତି ସପ୍ତାହ ରବିବାର ସାପ୍ତାହିକ ବଜାର ବସିଥାଏ। ।

ଜଳାଶୟ

ସହରରେ ଜଳାଶୟ କହିଲେ ତେଲିପଡା ପୋଖରୀ, କୃଷି ବିଭାଗ ପୋଖରୀ ଓ ସିଧୌଲସ୍ଥିତ ପୋଖରୀ ରହିଛି ।

ଆନା ଓ ଫାଣ୍ଡି

ଶାନ୍ତିପ୍ରିୟ ନୂଆପଡ଼ା ସହରରେ ଆଇନଶୃଙ୍ଖଳା ପାଇଁ ଗୋଟିଏ ମାତ୍ର ଥାନା ରହିଛି କରି ।

ସଂଗୃହିତ -

  • ଘନଶ୍ୟାମ ଭୋଇ
  • ମୁରଲୀଧର ପଣ୍ଡା

Last Modified : 12/12/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate