অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭବାନୀପାଟଣା ସହର

ଓଡ଼ିଶାର ପୁରାତନ ସହର ମଧ୍ୟରେ ଅନ୍ୟତମ ‘ଭବାନୀପାଟଣା’ । ୧୮୫୦ରେ କଳାହାଣ୍ଡି ଗଡ଼ଜାତ ରାଜ୍ୟର ରାଜଧାନୀ ହୋଇଥିଲା। ପୂର୍ବରୁ ଏହା ‘ଭଣ୍ଡଶିର ଗଡ’ ଭାବେ ପରିଚିତ ଥିଲା ଓ ନୂତନ ରାଜଧାନୀ ‘ଭବାନୀଶଙ୍କର ମହାଦେବଙ୍କ ନାମରେ ନାମିତ ହୋଇଛି। ନାଗବଂଶ ରାଜାମାନଙ୍କ ରାଜଧାନୀ ହେବା ସହ ମାଣିକେଶ୍ଵରୀ ଦେବୀଙ୍କ ଆସ୍ଥାନ ଯୋଗୁ ଏହାର ସ୍ୱତନ୍ତ୍ର ଆକର୍ଷଣ ରହିଛି । ଏଠାରେ ଅନେକ ଐତିହ୍ୟପୂର୍ଣ୍ଣ ସ୍ଥାପତ୍ୟ ଗଢିଉଠିଲା। ଏସହ ଶିକ୍ଷା, କଳା, ସଙ୍ଗୀତ, ସାହିତ୍ୟ ଓ କ୍ରୀଡା କ୍ଷେତ୍ରରେ ମଧ୍ୟ ଏହି ସହରର ନାମ ରହିଛି । ସହରର ମୁଖ୍ୟ ଆକର୍ଷଣ ହେଉଛି ସୁଦୃଶ୍ୟ ରାଜ ପ୍ରାସାଦ ଓ ମାଣିକେଶ୍ଵରୀଙ୍କ ମନ୍ଦିର ଏହି ରାଜପ୍ରାସାଦକୁ ସଂଲଗ୍ନ ହୋଇ ପୂର୍ବ ଦିଗରେ ପୁରାତନ ରାଜପ୍ରାସାଦ, ଘଣ୍ଟାଘର, ପଶ୍ଚିମରେ ମାଣିକେଶ୍ୱରୀ ମନ୍ଦିର ଓ ସମ୍ମୁଖରେ ସଭା ମଣ୍ଡପ ଏହାର ସୌନ୍ଦର୍ଯ୍ୟକୁ  ବୃଦ୍ଧିକରୁଛି । ୧୮୭୭ରେ ଦିଲ୍ଲୀରେ ଆୟୋଜିତ ବ୍ରିଟିଶ ଦରବାରରେ ଓଡିଶା ଓ ଛତିଶଗଡ ଅଞ୍ଚଳର ଗଡ଼ଜାତମାନଙ୍କ ମଧ୍ୟରେ ଏକମାତ୍ର ପ୍ରତିନିଧି ଭାବେ ମହାରାଜା ଉଦିତ ପ୍ରତାପ ଦେଓ ଆମନ୍ତ୍ରିତ ହୋଇ ସମ୍ମାନିତ ହେବା ସହ ୯ ତୋପ ସାଲାମିର ଅଧିକାର ପ୍ରାପ୍ତ ହୋଇଥିଲେ ୧୯୧୭ ରୁ ୧୯୩୯ ଯାଏ ମହାରାଜା ବ୍ରଜମୋହନ ଦେଓ ଓ ୧୯୩୯ରୁ ୧୯୪୮ ଗଡ଼ଜାତ ମିଶ୍ରଣ ପର୍ଯ୍ୟନ୍ତ ମହାରାଜା ପ୍ରତାପ କେଶରୀ ଦେଓଙ୍କ ଶାସନ କାଳକୁ ବିକାଶର ଅୟମାରମ୍ଭକାଳ କହିଲେ ଅତ୍ୟୁକ୍ତି ହେବନାହିଁ । ଏହି ସମୟରେ ବିଭିନ୍ନ ଆଧୁନିକ ସୁଖସୁବିଧା ସହରବାସୀଙ୍କୁ ଉପଲବ୍ଧ ହୋଇଥିଲା । ୧୯୧୭ରେ ସହରର ପରିମଳ ବ୍ୟବସ୍ଥା ଓ ଅନ୍ୟାନ୍ୟ ସୁବିଧା ପାଇଁ ଏକ କମିଟି ମାଧ୍ୟମରେ କାର୍ଯ୍ୟ ସମ୍ପାଦିତ ହେଉଥିଲା । ତେବେ ୧୯୫୧ରେ ଓଡ଼ିଶା ମ୍ୟୁନିସିପାଲିଟି ଆଇନ ଅନୁଯାୟୀ ବିଧିବଦ୍ଧ ଭାବେ ଏଠି ମ୍ୟୁନିସିପାଲିଟି ଗଠିତ ହୋଇଛି । ଏକଦା ସୀମିତ ଅଞ୍ଚଳରେ ଥିବା ଭବାନୀପାଟଣା ସହର ସମ୍ପ୍ରତି ଏକ ବ୍ୟସ୍ତ ବହୁଳ ବଡ଼ ସହର ।  ପୂର୍ବରେ ତାରିଣୀ ମନ୍ଦିର, ଉତ୍ତର ପୂର୍ବରେ ମେଦିନୀପୁର, ପଶ୍ଚିମରେ ପରମାନନ୍ଦପୁର, ଭଙ୍ଗାବାରି ଓ ସିଙ୍ଗଝରଣ ଏବଂ ଦକ୍ଷିଣରେ ନୂଆଗାଁ ଓ ସହରର କେନ୍ଦ୍ରରେ ରହିଛି ଗାନ୍ଧୀ ପାର୍କ ଓ ଅନତି ଦୂରରେ ବେହେରାଗୁଡାର ଭାଗୀରଥ ପାର୍କ ଏବଂ ସଂସ୍କୃତି ଭବନରେ ରହିଛି । ମାଣିକ୍ୟପୁରୀ ସଂଗ୍ରହାଳୟ ।  ଉଚ୍ଚ ଶକ୍ତିସମ୍ପନ୍ନ ଆକାଶବାଣୀ ଓ ଦୂରଦର୍ଶନ କେନ୍ଦ୍ର ଭବାନୀପାଟଣାର ଅନ୍ୟତମ ଆକର୍ଷଣ । କଳା ଓ ସଂସ୍କୃତି ପାଇଁ ଭବାନୀପାଟଣା ସହରର ମଧ୍ୟ ପରିଚୟ ରହିଛି । ମହାବୀର ସାଂସ୍କୃତିକ ଅନୁଷ୍ଠାନ, କଳାହାଣ୍ଡି ଲେଖକ  କଳା ପରିଷଦ, କଳାହାଣ୍ଡି କଳାକର ସଂଘ ସମେତ ଅନ୍ୟାନ୍ୟ ୧୫ଟି ସଂସ୍ଥା ଏଥିପାଇଁ କାର୍ଯ୍ୟରତା ବର୍ଷସାରା ବିଭିନ୍ନ ଉତ୍ସବ, ନାଟକ ଓ ସାରସ୍ଵତ ସଭା ଏହି ସହରରେ ଆୟୋଜିତ ହୋଇଥାଏ। ଚୈତ୍ର ମାସରେ ଗ୍ରାମଦେବୀ 'ଗଙ୍ଗାଦୀ’ ଓ ଦଶହରା ସମୟରେ ଇଷ୍ଟଦେବୀ ମାଣିକେଶ୍ଵରୀଙ୍କ ପୂଜାର୍ଚ୍ଚନାରେ ସହର ମୁଖରିତ ହୋଇଥାଏ। ଆଶ୍ୱିନ ଶୁକ୍ଳ ନବମୀ ଦିନ ଆୟୋଜିତ ହେଉଥିବା ମାଣିକେଶ୍ଵରୀଙ୍କ 'ଛତ୍ରଯାତ୍ରା’ ଅଗଣିତ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଆକର୍ଷଣ କରିଥାଏ ।

ଭୌଗୋଳିକ ସ୍ଥିତି

ପୂର୍ବଘାଟ ପର୍ବତମାଳାର ଅଂଶ ବିଶେଷରେ ଭବାନୀପାଟଣା ୧୯.୯ ଉତ୍ତର ଦ୍ରାଘିମା ଓ ୨୩.୧୭ ପୂର୍ବ ବ୍ୟାସରେ ଅବସ୍ଥିତ । ଏହାର ସମୁଦାୟ ଭୌଗୋଳିକ ଭୂଖଣ୍ଡ ୧୫.୪୦ ବର୍ଗ କି.ମି. ଏକ ସମତଳ ଅଞ୍ଚଳ । ଏଠାରେ ଏପ୍ରିଲରୁ ମେ ମରେ ପ୍ରବଳ ଗରମ ଅନୁଭୂତ ହୋଇଥାଏ । ୧୪ ଏପ୍ରିଲ୍ ୧୯୫୧ ରେ ଭବାନୀପାଟଣା ପୌରସଂସ୍ଥା ଗଠିତ ହୋଇଥିଲା । ଭବାନୀପାଟଣାରେ ୨୦ଟି ୱାର୍ଡ ଓ ୪୪ ପଡା ରହିଛି । ୧୯୧୬ରେ ପ୍ରତିଷ୍ଠିତ ଜିଲାର ପ୍ରଥମ ହାଇସ୍କୁଲ ବ୍ରଜମୋହନ ହାଇସ୍କୁଲ ଓ ୧୯୬୦ରେ ପ୍ରତିଷ୍ଠିତ ହେଲା ଜିଲ୍ଲାର ପ୍ରଥମ ବିଜ୍ଞାନ କଲେଜ । ପ୍ରଥମ ବିଜ୍ଞାନ ଡିଗ୍ରୀ କଲେଜ ନାମରେ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ଅବସ୍ଥାରେ ତାହା ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ଭାବେ ଅବସ୍ଥିତ । ଭବାନୀପାଟଣା ସହର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବା ବେଳେ ଶିକ୍ଷା ପାଇଁ ଜିଲ୍ଲାର ଏକ ଉପଯୁକ୍ତ ସ୍ଥାନ।

ରାଜଧାନୀରୁ ଦୂରତା

ରାଜଧାନୀ ଭୁବନେଶ୍ଵରଠାରୁ ଭବାନୀପାଟଣା ସହରର ଦୂରତା କି.ମି. । ଯାତାୟାତ ପାଇଁ ସଡକପଥ ଓ ରେଳପଥ ରହିଛି । ରାତିରେ ରାଜଧାନୀ ସମେତ ବିଭିନ୍ନ ସ୍ଥାନକୁ ବସ୍ ଉପଲବ୍ଧ ରହିଛି । ସନ୍ଧ୍ୟାରେ ଜୁନାଗଡ ରୋଡରୁ ଭୁବନେଶ୍ୱରକୁ ଲିଙ୍କୁ ଏକ୍ସପ୍ରେସ୍ ଚଳାଚଳ କରୁଛି ।

ଜାତୀୟ ରାଜପଥ

ଭବାନୀପାଟଣା ସହର ଦେଇ ୨୬ ନଂ ଜାତୀୟ ରାଜପଥ ଯାଇଛି । ଏହା ବରଗଡରୁ ବୋରିଗୁମ୍ମାକୁ ଲମ୍ବିଛି।

ଶିକ୍ଷା ଅନୁଷ୍ଠାନ

ସହରରେ ୨୮ ପ୍ରାଇମେରି ସ୍କୁଲ, ୮ ମଧ୍ୟ ଇଂରାଜୀ, ୭ ସରକାରୀ ହାଇସ୍କୁଲ ସହରର ମଧ୍ୟ ପରିଚୟ ରହିଛି । ମହାବୀର ସାଂସ୍କୃତିକ ଅନୁଷ୍ଠାନ, କଳାହାଣ୍ଡି ଲେଖକ ଓ ୭ଟି ଘରୋଇ ହାଇସ୍କୁଲ ରହିଛି ।

ସେହିପରି ୬ଟି ସରକାରୀ ମହାବିଦ୍ୟାଳୟ  ଥିବା ବେଳେ ଘରୋଇ ମହାବିଦ୍ୟାଳୟ ମଧ୍ୟ ୬ଟି ରହିଛି । ସହରର ସର୍ବପୁରାତନ  ବ୍ରଜମୋହନ ହାଇସ୍କୁଲ ଗଡ଼ଜାତର ଶିକ୍ଷା କ୍ଷେତ୍ରରେ ଆଲୋକାବର୍ତ୍ତି ହୋଇପାରିଥିଲା । ଏଠାରେ ବର୍ତ୍ତମାନ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଯାଉଛି ।

ଏହି ଶିକ୍ଷାନୁଷ୍ଠାନ ଜିଲାର ସ୍ପଣ୍ଡିମ ଐତିହ୍ୟକୁ ଉଦଜୀବିତ କରି ରଖିଛି । ଏଠାରୁ ଶିକ୍ଷା ଲାଭ କରି ସମାଜର ବିଭିନ୍ନସ୍ତରରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ସେହିପରି ଭବାନୀପାଟଣାରେ ପ୍ରତିଷ୍ଠିତ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାଜିଛି । ଏହି ମହାବିଦ୍ୟାଳୟ ୧୯୬୦ ମସିହାରେ ପ୍ରତିଷ୍ଠା ହୋଇଥିଲା । ଏହା ବ୍ୟତୀତ ଭବାନୀପାଟଣାରେ ସରକାରୀ କୃଷି ମହାବିଦ୍ୟାଳୟ, ସରକାରୀ ଇଞ୍ଜିନିୟରିଂ କଲେଜ, ସରକାରୀ ପଲିଟେକନିକ୍ କଲେଜ ମଧ୍ୟ ରହିଛି ।

ଫୋନ ନମ୍ବର

ଜିଲାପାଳଙ୍କ ଅଫିସ

୦୬୬୭୦୨-୩୦୫୦୧

ଆବାସିକ ଅଫିସ

୦୬୬୭୦୨ -୩୦୨୩୩

ଜିଲା ଆରକ୍ଷୀ ଅଧୀକ୍ଷକ-ଅଫିସ

୦୬୬୭୦୨-୩୩୧୧୧

ଜିଲା ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ ଅଫିସ

୦୬୮୪୧-୨୨୨୧୮୬

ଅଗ୍ନିସେବା କେନ୍ଦ୍ର

୦୬୬୭୦୨ -୩୦୧୦୧, ୦୬୮୪୧-୨୨୨୩୭୭

ଟାଉନ୍ ଥାନା

୦୬୬୭୦୨–୩୦୬୧୬

ସଦର ଥାନା

୦୬୬୭୦୨ - ୩୦୪୬୩

ଜରୁରୀକାଳିନ ଅଧିକାରୀ କାର୍ଯ୍ୟାଳୟ

୦୬୬୭୦୨୩୦୨୩୭

ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ

୦୬୬୭୦୨୩୦୫୫୩

ମ୍ୟୁନିସିପାଲଟି ଇ.ଓ.

୯୪୩୭୦୪୪୩୧୮

ଜନସଂଖ୍ୟା

୨୦୦୧ ସର୍ଭେ ଅନୁଯାୟୀ ସହରର ମୋଟ ଜନ ସଂଖ୍ୟା ୬୧୬୭୧ । ପୁରୁଷ ୫୨%, ମହିଳା ୪୮% । ତେବେ ଭବାନୀପାଟଣା ପୌରସଂସ୍ଥା ତରଫରୁ ମିଳିଥିବା ସୂଚନା ଅନୁଯାୟୀ ୧,୧,୨୦୧୮ ସୁଦ୍ଧା ସହରର ଜନସଂଖ୍ୟା (ଆପ୍ରୋଚ୍ଚିମେଣ୍ଟ) ୮୦,୫୩୭ । ଏଥିମଧ୍ୟରେ ୪୧,୯୬୭ ପୁରୁଷ ଏବଂ ୩୮,୫୭୦ ମହିଳା ଥିବା ଜଣାପଡ଼ିଛି ।

ଅଧିକ ଜାଣିବା ପାଇଁ ସୂଚନା

ସାଂସ୍କୃତିକ ଅନୁଷ୍ଠାନ

ଭବାନୀପାଟଣା ସହରରେ ଦେଶବିଦେଶରେ ଜିଲ୍ଲାର ଲୋକନୃତ୍ୟ ଘୁମୁରା ନୃତ୍ୟକୁ ପହଞ୍ଚାଇ ବେଶ୍ ଆଦୃତ ହୋଇଥିବା ରହିଛି । ଏହା ସହିତ ଲେଖକ କଳା ପରିଷଦ, କଳାହାଣ୍ଡି କଳାକାର ସଂଘ, ଚକାଡ଼ୋଳା କ୍ଲବ ପ୍ରତିଭା ଅନୁଷ୍ଠାନ, କାରୁଣ୍ଡ କଳାକେନ୍ଦ୍ର, ଭିଜନ୍ ଭଳି ଅନେକ ସାଂସ୍କୃତିକ ଅନୁଷ୍ଠାନ ରହିଛି ।

ଶ୍ମଶାନ

ସହରରେ ୯ଟି ଶ୍ମଶାନ ରହିଛି । ଗୋଟିଏ କଲେଜ ଛକ ଓ ପରମାନନ୍ଦପୁର ମଝିରେ, ଅନ୍ୟଟି ହିଲଟାଉନ୍ ଆଗରେ ରହିଛି । ଜେନାକାଲ ପଡ଼ାରେ  ଗୋଟିଏ, ଅନ୍ୟଟି ତାରିଣୀ ମନ୍ଦିର ପଡ଼ା ପାଖରେ ରହିଛି । ସେହିପରି ' ଖ୍ରୀଷ୍ଟିଆନ୍ ସମ୍ପଦାୟ ଓ ମୁସଲମାନ୍ ସମ୍ପ୍ରଦାୟଙ୍କ ପାଇଁ ମଧ୍ୟ ରହିଛି ।

ଯାନବାହନ

ଭବାନୀପାଟଣା ସହରରେ ବର୍ଷକୁ ବର୍ଷ  ଯାନବାହନ ସଂଖ୍ୟା ବଢିବାରେ ଲାଗିଛି । ଆଞ୍ଚଳିକ ପରିବହନ ସଂଖ୍ୟାରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ୩ ବର୍ଷରେ ମୋଟରସାଇକେଲ ୩୨୯୭୧, ସ୍କୁଟର ମୋପେଡ ୫୦୨୭, ମୋପେଡ ୩୧୧୦, ଟ୍ରାକ୍ଟର ୧୬୯୭, ଏଏଭି କାର ୧୪୩୯, ଟ୍ରଲର୍ ୧୨୬୭, ଅଟୋ ଗାଡି ୭୧୭, ଲାଇଟ ଗୁଡ ଭାଇକେଲ ୫୦୧, ଏଲଏମଭି (ଜିପ୍/କିପିସି) ୩୮୦, ହେବି ଗୁଡ୍ ଭାଇକେଲ୍ ୨୭୫, ପିକଅପ୍ ଭ୍ୟାନ୍ ୧୯୦, ମିଡିୟମ୍ ଗୁଡ୍ ଭେଇକଲ ୧୪୬, ମ୍ୟାକ୍ସି ସିଏବି ୧୧୧, ଥ୍ରୀ ହୁଇଲର୍ ଗୁଡ୭୪, ଏଏଭି (କାର) ୫୩, କାର ଟାଙ୍ଗି ୪୪, ଲିଏମଭି (ଜିପ୍/ଜିପସି ପରସୋନାଲ୍) ୩୩, ସ୍କୁଲ ବସ୍ ୩୫, ତିନିଚକିଆ ସୁଟର ୮, ଇ-ରିକ୍ସ ୭, ଆମ୍ବୁଲାନ୍ସ୬, ବସ୍ ୪, ଡିଲକ୍ସ ବସ୍ ୨ଟି ।

ରେଳ ଷ୍ଟେଶନ

ଭବାନୀପାଟଣା ସହରର ବସଷ୍ଟାଣ୍ଡଠାରୁ ପ୍ରାୟ ୪ କି.ମି.  ଦୂରରେ ଭବାନୀପାଟଣା ରେଳ ଷ୍ଟେଶନ ଅବସ୍ଥିତ ଷ୍ଟେଶନ୍  ତା.୧୧.୮.୨୦୧୨ରେ ଉଦ୍‌ଘାଟିତ ହୋଇ ରେଳ ଚଳାଚଳର ଶୁଭାରମ୍ଭ ହୋଇଥିଲା । ପ୍ରଥମେ ଏହା ଭବାନୀପାଟଣାରୁ ଭୁବନେଶ୍ୱର ଲିଙ୍କ ଏକ୍ସପ୍ରେସ୍ ଓ ଭବାନୀପାଟଣାରୁ ରାୟପୁର ଟ୍ରେନ୍‌ ଚଳାଚଳ କରିଥିଲା । ପରେ ଲିଙ୍କ ଏକ୍ସପ୍ରେସ୍ ଭବାନୀପାଟଣାରୁ ଜୁନାଗଡକୁ ସମ୍ପ୍ରସାରଣ କରାଯାଇଛି । ଏହି ଷ୍ଟେଶନରେ ଗୋଟିଏ ପ୍ଲାଟଫର୍ମ ରହିଛି ।

ସହରରାସ୍ତା

ସହରବାସୀଙ୍କ ଗମନାଗମନ ପାଇଁ ରାସ୍ତା ସୁବିଧା ରହିଛି । ଭବାନୀପାଟଣା ସହରରେ ସମୁଦାୟ ୧୩୫.୪୬ କି.ମି. ରାସ୍ତା ରହିଛି । ଏଥି ମଧ୍ୟରୁ ୮୨.୦୯ କି.ମି. କଂକ୍ରିଟ ରାସ୍ତା ଥିବା ବେଳେ ୩୫.୮୫ କି.ମି. ପିଚୁ, ୭.୯୮ କି.ମି. ମେଟାଲ୍, ୦.୪୨ କି.ମି, ମୋରମ୍ ଓ ୧୫.୨ କି.ମି. କଚ୍ଚା ରାସ୍ତା ରହିଛି ।

ସିନେମା ହଲ

ସହରବାସୀଙ୍କ ମନୋରଞ୍ଜନ ପାଇଁ ୩ଟି ସିନେମାହଲ୍ ଭବାନୀପାଟଣାରେ ରହିଛି । ଗୋଟିଏ ସତ୍ୟମ ସିନେମାହଲ, ଭବାନୀ ଟକିଜ୍ ଓ ସିନେ କମ୍ପ୍ଲେକ୍ସ।

ଜଳାଶୟ

ଭବାନୀପାଟଣା ସହରରେ ଥିବା ମୋଟ ଜଳାଶୟ ସଂଖ୍ୟା ୬। ସେଗୁଡିକ ହେଲା ରାମସାଗର, ପୁରୁଷୋତ୍ତମ ସାଗର, ଦର୍ପଣ ସାଗର, ନୂଆ ବନ୍ଧ, ପୁରୁଣାପଡ଼ା ବନ୍ଧ, ଆଶା ସାଗର ସହ ଅନେକ ଛୋଟବଡ ପୋଖରୀ ରହିଛି । ଏଗୁଡିକ ମଧ୍ୟରୁ ପ୍ରାୟ ସମସ୍ତ ରାଜାରାଜୁଡା ଅମଳରୁ ରହିଆସିଛି। ତେବେ ଏଗୁଡିକ ରକ୍ଷଣା ବେକ୍ଷଣା ଅଭାବରୁ ପୋତି ହେବା ସହ ପାଣି ମଧ୍ୟ ଦୂଷିତ ହେବାକୁ ଲାଗିଛି ।

କଲ୍ୟାଣୀ ପଣ୍ଡପ

ବିବାହ, ବ୍ରତ, ସଭା ସମିତି ଓ ଅନ୍ୟାନ୍ୟ କାମ ପାଇଁ ବାନୀପାଟଣା ସହରରେ ୨ଟି କଲ୍ୟାଣ ମଣ୍ଡପ ରହିଛି । ଗୋଟିଏ ରେଡକ୍ରସ କଲ୍ୟାଣ ମଣ୍ଡପ ଓ ଅନ୍ୟଟି ବିଜୁ କଲ୍ୟାଣ ମଣ୍ଡପ । ଏଥିସହ ଘୋଡାଘାଟ ଛକରେ ଘରୋଇ ଭାବେ ଭାଗୀରଥି ଇନ୍, ଷ୍ଟାଚ୍ୟୁ ଛକରେ ମ୍ୟାରେଜ୍ ପ୍ୟାଲେସ୍ ଓ ଏସ୍‌ଏନ୍ କନଫରେସନ୍ ହଲ୍ ରହିଛି ।

ଡମ୍ପିଂୟାର୍ଡ

ସହରରେ ଗୋଟିଏ ଡମ୍ପିଂୟାର୍ଡ ରହିଛି । ଯାହାକି ସହରର କିଛି ଦୂରରେ ଥିବା ଭଙ୍ଗାବାରିଠାରେ ଅବସ୍ଥିତ । ଏହା ବ୍ୟବହୃତ ହେଉଛି।

ଅଡିଟୋରିୟମ୍

ସହରବାସୀଙ୍କ ମନୋରଞ୍ଜନ ଓ ସଭା ସମିତି ପାଇଁ ପୌର ସଂସ୍ଥାର ବିଜୁ କଲ୍ୟାଣ ମଣ୍ଡପ, ରେଡକ୍ରସ କଲ୍ୟାଣ ମଣ୍ଡପ ରହିଥିବା ବେଳେ ଘରୋଇ ଉଦ୍ୟମରେ ଭାଗୀରଥ ଇନ୍, ଷ୍ଟାଚ୍ୟୁ ଛକରେ ମ୍ୟାରେଜ୍ ପ୍ୟାଲେସ୍ ଓ ଏଏନ୍ କନଫରେସନ୍ ହଲ ରହିଛି । ସେହିପରି ଜିଲ୍ଲା ପ୍ରଶାସନର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ, ଡିଆରଡିଏ ସଭାଗୃହ, କୃଷି ବିଜ୍ଞାନ କେନ୍ଦ୍ରର ସଭାଗୃହ, ଯୋଜନା ଓ ପରିସଂଖ୍ୟାନ ବିଭାଗ ସଭାଗୃହ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ସଭା ଗୃହ, କୃଷି ମହାବିଦ୍ୟାଳୟର ସଭା ଗୃହ, ଜିଲା ସମ୍ପ୍ରସାରଣ ତାଲିମ କେନ୍ଦ୍ରର ସଭା ଗୃହ ରହିଛି ।

ପାନୀୟଜଳ

୧୯୬୮ ମସିହାରୁ ଭବାନୀପାଟଣା ପୌରାଞ୍ଚଳକୁ (ରାଜରାଜୁଡ଼ା ଶାସନ ଅମଳରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଆରମ୍ଭ ହୋଇଛି । ପ୍ରଥମେ ସଗଡା ନଦୀରୁ ଓ ପରେ ଜୁନାଗଡ ହାତୀ ନଦୀରୁ ଜଳ ଉତ୍ତୋଳନ କରାଯାଇ ସହରବାସୀଙ୍କୁ ଜଳ  ଯୋଗାଇ ଦିଆଯାଉଛି। ତେବେ ପ୍ରାୟ ୭୦ ହଜାର ଜନସଂଖ୍ୟାକୁ ଯୋଗାଣ ।

ପର୍ଯ୍ୟଟନ ସ୍ଥଳୀ

ଭବାନୀପାଟଣା ସହରରେ ଆରାଧ୍ୟ ଦେବୀ ମା’ ମାଣିକେଶ୍ୱରୀଙ୍କ ସହିତ ଭବାନୀଶଙ୍କର ମନ୍ଦିର, ରାମମୀ ମନ୍ଦିର, ବାଲାଜୀ । ମନ୍ଦିର, ଭଣ୍ଡେଶ୍ଵର ମନ୍ଦିର, ଗଙ୍ଗାଦି ଦେବୀଙ୍କ ମନ୍ଦିର, ତାରିଣୀ । ମନ୍ଦିର, ହନୁମାନ ମନ୍ଦିର, ମଙ୍ଗଳା ମନ୍ଦିର, ଗାୟତ୍ରୀ ମନ୍ଦିର, ଦୁର୍ଗା ମନ୍ଦିର, ଶିରିଡି ସାଇ ବାବାଙ୍କ ମନ୍ଦିର, ଜଗନ୍ନାଥ ମନ୍ଦିର, କାଳୀ ମନ୍ଦିର, ଜଳେଶ୍ୱର ମନ୍ଦିର, ଧବଳେଶ୍ୱର ମନ୍ଦିର, ସତ୍‌ସଙ୍ଗ ବିହାର, ସତ୍ୟସାଇ ମନ୍ଦିର, ଶନି ମନ୍ଦିର ସହ ଅନେକ ମନ୍ଦିର ରହିଛି ।

ଭାଗୀରଥି ପାର୍କ

ପୌରସଂସ୍ଥା ତରଫରୁ ସହରବାସୀଙ୍କ ଚିତ୍ତ ବିନୋଦନ ପାଇଁ ଷ୍ଟାଚ୍ୟୁ ଛକରୁ ଭବାନୀ ଟକିଜ ମଝିରେ ଏକ ପାର୍କ ରହିଛି । ସେହିପରି ସାମାଜିକ କର୍ମୀ । ପ୍ରମୋଦ ପଟ୍ଟନାୟକଙ୍କ ଉଦ୍ୟମରେ ପ୍ରାୟ ୧୦ ରୁ ୧୫ ଏକର ଜାଗାରେ ଏକ ପାର୍କ କରାଯାଇଛି ଯାହା ଭାଗୀରଥି ପାର୍କ ନାମରେ ନାମିତ । ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଏହି ପାର୍କ ବେଶ୍ ଆକର୍ଷିତ କରିପାରୁଛି ।

ମା' ମାଣିକେଶ୍ଵରୀଙ୍କ ଛତର ଯାତ୍ରା

ମା’ ମାଣିକେଶ୍ୱରୀଙ୍କ ବିଶ୍ଵ ପ୍ରସିଦ୍ଧ ଛତର ଯାତ୍ରା ଦଶହରାରେ ହୁଏ ।

ଚୈତ୍ରମାସରେ ଚୈତ୍ର ଯାତ୍ରା, ପୌଷମାସରେ ପୁଷପୁନି ବା ଛେରିଛେରା, ଭାଦ୍ରବ ମାସରେ ପ୍ରସିଦ୍ଧ ଗଣପର୍ବ ନୂଆଖାଇ, ହୋଲି, ଦୀପାବଳି, ଶିବରାତ୍ରି, ରାମନବମୀ ଭଳି  ସହରରେ ପର୍ବ ହୋଇଥାଏ ।

ଜାନୁୟାରୀ ୧୪ରୁ ୧୭ ପର୍ଯ୍ୟନ୍ତ କଳାହାଣ୍ଡି ଉତ୍ସବ ମହାସମାରୋହରେ ପାଳିତ ହୋଇଥାଏ ।

ଥାନା ଓ ଫାଣ୍ଡି

ଭବାନୀପାଟଣା ସହରରେ  ଗୋଟିଏ ଥାନା ଓ ଗୋଟିଏ ଆଉଟପୋଷ୍ଟ ରହିଛି । ସେହିପରି ଜିଲାରେ ୧୭ଟି ଥାନା, ୧୭ଟି ଆଉଟପୋଷ୍ଟ ଓ ୩ଟି ଏସ୍‌ଡିପିଓଙ୍କ କାର୍ଯ୍ୟାଳୟ ରହିଛି । ଏହାଛଡା ସହରରେ ଏସ୍‌ପି ଅଫିସ୍, ଡିଏସ୍‌ପି ଅଫିସ୍, ଡିଆଇବି, ଡିଏସ୍‌ପି ଭିଜିଲାନ୍ସଙ୍କ କାର୍ଯ୍ୟାଳୟ ରହିଛି ।

ସଂଗୃହିତ -

  1. ସଞ୍ଜୀବ କୁମାର ଯୋଷୀ
  2. ଡ. ଉମାଶଙ୍କର କର, ଗବେଷକ ଓ ଲେଖକ

Last Modified : 6/30/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate