অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅଭାବ ସମୟରେ ଗରିବଙ୍କ ଦୁଃଖ ମେଣ୍ଟାଉଛି ‘ଗହମ ବ୍ୟାଙ୍କ’

ଅଭାବ ସମୟରେ ଗରିବଙ୍କ ଦୁଃଖ ମେଣ୍ଟାଉଛି ‘ଗହମ ବ୍ୟାଙ୍କ’

‘ଗହମ ବ୍ୟାଙ୍କ’ ଯୋଜନା

ଯେତେବେଳେ ନିଜର ଜନଧନ ଯୋଜନା ଆରମ୍ଭ କଲେ, ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ ଗ୍ରାମାଂଚଳରେ ରହୁଥିବା ସମସ୍ତ ଲୋକଙ୍କର ବ୍ୟାଙ୍କ ଖାତା ଖୋଲୁ ଓ ସମସ୍ତେ ବ୍ୟାଙ୍କରେ ପଇସା ରଖନ୍ତୁ ।  କାରଣ ସରଳ ଗାଁ ଲୋକେ ବ୍ୟାଙ୍କ ବିଷୟରେ ଅଧିକ ଜାଣିନଥାନ୍ତି ।  ତେଣୁ ବ୍ୟାଙ୍କରେ ପଇସା ରଖିଲେ, ନିଜର ଜରୁରୀ ସମୟରେ ସେମାନେ ଏହାକୁ କାମରେ ଲଗାଇପାରିବେ । ଏହା ଯୋଜନା ଅନ୍ତର୍ଗତ କୋଟି କୋଟି ଲୋକ ନିଜର ବ୍ୟାଙ୍କ ଖାତା ଖୋଲିଲେ ଓ ପଇସା ମଧ୍ୟ ଜମା କଲେ ।

ଏଠାରେ ଆପଣଙ୍କୁ ଆମେ କହିବାକୁ ଯାଉଛୁ ଉତ୍ତରପ୍ରଦେଶ କାନପୁର ଅଂଚଳର କିଛି ମହିଳାଙ୍କ କଥା । ଯେଉଁମାନେ ଏକ ନୂଆ ଭାବନାକୁ ରୂପାୟନ ଦେଲେ ଓ ମହିଳାମାନଙ୍କୁ ଆତ୍ମନିର୍ଭର କଲେ । ଭିଖମପୁର ଗାଁର ଏହି ମହିଳାମାନେ ଏମିତି ଏକ ବ୍ୟାଙ୍କ ପ୍ରତିଷ୍ଠା କଲେ, ଯେ କେହି ଶୁଣିଲେ ଚକିତ ହେବ । କାରଣ ଏମିତି ଏକ ବ୍ୟାଙ୍କ୍‌ ଆଗରୁ କେଉଁଠି ନଥିଲା । କିମ୍ବା ଏହି ବ୍ୟାଙ୍କ୍ ରେ ଟଙ୍କା ନେଣଦେଣ ହେଉନାହିଁ । ଏହା ହେଉଛି ଗହମ ବ୍ୟାଙ୍କ୍ ! ହଁ, ଆପଣଙ୍କୁ ଅଡୁଆ ଲାଗିପାରେ । ଏହି ବ୍ୟାଙ୍କରେ ଗାଁର ସବୁ ମହିଳା ନିଜ ନିଜ ଗହମ ଜମା କରନ୍ତି । ଏହି ଗହମକୁ ଠିକ୍ ଭାବରେ ରଖିବା କାମ ଗହମ ବ୍ୟାଙ୍କ୍ କରେ । ଏହି ବ୍ୟାଙ୍କ୍ ଗାଁର ଅଭାବୀ ଲୋକଙ୍କୁ ଗହମ କରଜରେ ଦେଇଥାଏ । କିନ୍ତୁ ଏହି କରଜରେ କୌଣସି ସୁଧ ନ ଥାଏ । ନିଜ ପାଖରେ ଗହମ ଉପଲବ୍ଧ ହେବା ପରେ କରଜ ନେଇଥିବା ମହିଳା ସମାନ ପରିମାଣର ଗହମ ଆଣି ଏହି ବ୍ୟାଙ୍କରେ ଜମା କରାଏ ।

ଶସ୍ୟ ବ୍ୟାଙ୍କ ଆରମ୍ଭ କରିଥିବା ରଶ୍ମୀ କହନ୍ତି,“ତିନି ବର୍ଷ ପୂର୍ବେ ଆମ ଗାଁରେ ମରୁଡି ପଡିଥିଲା । ଯେଉଁଥିରେ ଅନେକ ପରିବାର ଖାଇବାକୁ ନ ପାଇ ବହୁ ହଇରାଣ ହୋଇଥିଲେ । ସେତିକିବେଳେ ଆମେ କିଛି ମହିଳାମାନେ ମିଶି ଗହମ ବ୍ୟାଙ୍କ୍ ଆରମ୍ଭ କଲୁ । ପ୍ରଥମେ ସମସ୍ତେ ଗହମ ଜମା କଲେ । ଏହାର ନାମ ଦିଆଯାଇଥିଲା ‘ପୂଜା ଗ୍ରେନ୍ ବ୍ୟାଙ୍କ’ । ଏହି ବ୍ୟାଙ୍କ ଅଭାବୀ ମହିଳାମାନଙ୍କୁ ଗହମ କରଜ ଦେଲା । ଫସଲ ହେବା ପରେ ସେମାନେ ଗହମ ଫେରାଇ ଦେଇଥିଲେ । ଏହା ପରେ ଆମ ବ୍ୟାଙ୍କ୍‌ ଏମିତି ସଫଳ ହୋଇଥିଲା ଯେ ଆଜି ୨୦ଟି ଗାଁରେ ଏହା ଚାଲିଛି ।”

ବ୍ୟାଙ୍କର ବିଶେଷତ୍ୱ

ଏହି ବ୍ୟାଙ୍କ୍‌ ର ବିଶେଷତ୍ୱ ହେଉଛି ଗହମ କରଜ ନେଉଥିବା ସବୁ ମହିଳା ଠିକ୍ ସମୟରେ ଗହମ ଫେରାନ୍ତି । କାରଣ ସେମାନେ ଅନୁଭବ କରିଛନ୍ତି ଯେ ଏହି ଗହମ ପୁଣି ଆଉ କାହାର ଆବଶ୍ୟକତା ମେଂଟାଇବ । ଆଉ ସବୁଠୁ ବଡ କଥା ହେଉଛି, ଏହି ମହିଳାମାନେ ଏଥିପାଇଁ କୌଣସି ସରକାରୀ ସହାୟତା କିମ୍ବା କୌଣସି ବେପାରୀଙ୍କ ସହଯୋଗ ଆଣି ନଥାନ୍ତି କିମ୍ବା ଏହାକୁ ଜରୁରୀ ବୋଲି ମଧ୍ୟ ଭାବି ନାହାନ୍ତି । କାରଣ ସେମାନେ ନିଜ ଉଦ୍ୟମରେ ଏହାକୁ ସଫଳତାର ସହ ଚଳାଇପାରିଛନ୍ତି | ଏଭଳିକି ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଯାଇଛି ।

ଗାଁର ଜଣେ ମହିଳା ବିମଳା କହନ୍ତି, “ମୋର ପୁଅର ଜନ୍ମ ଦିନ ଥିଲା ।  ଘରେ ଗହମ ନଥିଲା ।  ମୁଁ ବ୍ୟାଙ୍କରୁ ଗହମ କରଜ ନେଲି ।  ଏଥିପାଇଁ ସୁଧ ଦେବାକୁ ପଡେ ନାହିଁ ।  କିନ୍ତୁ ଯେତେବେଳେ ଫସଲ ଅମଳ ହେଲା ମୁଁ ନେଇଥିବା ଗହମ ଠାରୁ କିଛି ଅଧିକ ଗହମ ବ୍ୟାଙ୍କକୁ ଫେରାଇଦେଲି ।”

ମହିଳାଙ୍କ ମହତ୍ତ୍ଵ ଉଦ୍ୟମ

ଏହି ମହିଳାଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ତାଳମେଳ ଠିକ୍ ରହୁଛି ।  ପରସ୍ପରକୁ ସାହାଯ୍ୟ କରିବାକୁ ସମସ୍ତେ ଚାହୁଁଛନ୍ତି । ସେଥିପାଇଁ କୌଣସି ବିବାଦ ଏମାନଙ୍କ ମଧ୍ୟରେ ନାହିଁ । ବ୍ୟାଙ୍କରୁ ଗହମ ନେଉଥିବା ମହିଳାମାନଙ୍କ ପାଇଁ ସୁଧ ବ୍ୟବସ୍ଥା ନଥିବାରୁ ସେମାନେ ଫେରାଇବା ବେଳେ ନିଜ ମନକୁ ମନ ଅଧିକ ଗହମ ଫେରାଉଛନ୍ତି । ଯାହା ବ୍ୟାଙ୍କ ପାଇଁ ଫାଇଦା ଆଣି ଦେଉଛି । ଆଉ ଏହାକୁ ପରିଚାଳନା କରୁଥିବା ମହିଳାମାନେ ଏଥିରୁ କିଛି ଉପାର୍ଜନ କରିପାରୁଛନ୍ତି । ତେବେ ଏହା ପଛରେ ଗୋଟିଏ ମହତ୍ତ୍ଵ ଉଦ୍ୟମ ହେଉଛି, ସମସ୍ତଙ୍କ ଘରେ ଚୁଲି ଜଳୁ, କେହି ଭୋକରେ ନ ରହୁ । ଗାଁ ମହିଳାମାନେ ଏହା ହୁଏତ ଅଜାଣତରେ କରୁଥାଇ ପାରନ୍ତି, ଯାହା ସରକାର କରୁଛି ବା କରିବା କଥା । ତେଣୁ ତ କୁହାଯାଇଛି, ମହିଳାମାନ କିଛି ଗୋଟେ କରିବାକୁ ଆଗଭର ହେଲା ମାତ୍ରେ ଏହାକୁ ସଫଳ କରିବା ନିଶ୍ଟୟ । ଆଉ ଏହାର ଉପଯୁକ୍ତ ଉଦାହରଣ ହେଉଛି ଗହମ ବ୍ୟାଙ୍କ ।

ଆଧାର - Akhand social worker, freelance journalist

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate