অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଇତିହାସରେ ଜୀବନର ସାକ୍ଷୀ ଆତ୍ମଜୀବନୀ

ଡକ୍ଟର   ହରେକୃଷ୍ଣ  ମହତାବଙ୍କ    ଇତିହାସ 

ଓଡିଶା  ଇତିହାସର  ଲେଖକ   ଡକ୍ଟର   ହରେକୃଷ୍ଣ  ମହତାବ  ଆଜି  ଓଡିଶାରେ  ଇତିହାସ  ପ୍ରସଙ୍ଗ  ହୋଇଯାଇଛନ୍ତି   । ସ୍ଵାଧୀନତା  ସଂଗ୍ରାମରେ  ତାଙ୍କର  ଅବଦାନ  ଓ ନୂଆକରି  ଗଢାଯାଇଥିବା  ଓଡିଶା  ପ୍ରଦେଶକୁ   ସମୃଦ୍ଧ  କରିବା   ପାଇଁ  ତାଙ୍କର  ତାଙ୍କର  କାର୍ଯ୍ୟକାରିତା   ଜାଣିହୁଏ  ତାଙ୍କ   ଦ୍ଵାରା  ରଚିତ  ଆତ୍ମଜୀବନୀ – ସାଧନାରପଥେ  ଓ  ଆରବସାଗରକୁ   ଚିଲିକା  ଦ୍ଵୟରୁ   ।

ଡକ୍ଟର  ମହତାବଙ୍କ  ଜନ୍ମ  ୧୮୯୯  ମସିହା  ନଭେମ୍ବର  ୨୧ ତାରିଖରେ , ମୃତ୍ୟୁ  ୧୯୮୭  ମସିହା  ଜାନୁୟାରୀ  ୨ ତାରିଖରେ   । ମହତାବଙ୍କ  ଜନ୍ମସ୍ଥାନ  ଅଗରପଡା , ଭଦ୍ରକ  । ମାତା  ତୋହଫା  ବିବି  ଓ  ବାପା  କୃଷ୍ଣ  ଚରଣ  ଦାସ  । ଅଜା  ଜଗନ୍ନାଥଙ୍କର   ପୁତ୍ର ସନ୍ତାନ  ନ ଥିବାରୁ                                                                                                                                                                                     ସେ  ଅଜାଙ୍କ  ଘରକୁ  ପୁଅହୋଇ  ଆସିଥିବାରୁ , ସେ  ପରିଚିତ  ହେଲେ  ହରେକୃଷ୍ଣ ଦାସ ରୁ  ହରେକୃଷ୍ଣ  ମହତାବ   । ଦରିଦ୍ର  ପରିବାରରୁ  ସେ  ରାଜପରିବାରକୁ  ସ୍ଥାନାନ୍ତର   ହେଲେ  ବି  ନିଜ  ମଧ୍ୟରେ  ଥିବା  ଜିନିୟ  ଚରିତ୍ର  (ଡି. ଏନ. ଏ) କୁ  ଅତୁଟ  ରଖିପାରିଥିଲେ   । ରାଜକୀୟ  ସୌଭାଗ୍ୟ  ଓ ଐଶ୍ଵର୍ଯ୍ୟ କୁ  ପଛରେ  ଛାଡି , ଜନ୍ମମାଟି  ପ୍ରଦେଶ  ତଥା  ଦେଶର  ଅଗଣିତ  ଜନତାଙ୍କ  ସ୍ଵାର୍ଥକୁ  ସେ  ଅଧିକ  ପ୍ରାଧାନ୍ୟ  ଦେଇଛନ୍ତି  ଜମିଦାରର  ଝଟା   ତାଙ୍କ  ଉପରେ  ପଡିନଥିଲା   । ପରୋକ୍ଷରେ  ଭାରତର  ସ୍ଵାଧୀନତା  ସଂଗ୍ରାମୀ  ଭାବରେ  ଅନେକ  ବର୍ଷ   ମାସ  ଧରି   ଜଣେ  ନିସମ୍ବଳ  ବ୍ୟକ୍ତିଭାବେ , ଏପରିକି  ସମୟେ  ସମୟେ  ପଇସା  ଅଭାବରୁ  ସେ , ଭୋକିଲା  ରହିବାର  ଜୀବନାନୁଭବ  ଅଙ୍ଗେ  ନିଭେଇଥିଲେ   । ସମାଜ  ଜୀବନରେ  ଜନଗଣଙ୍କଦ୍ଵାରା  ହରେକୃଷ୍ଣ  ମହତାବ  ଯେପରି  ନିଜସ୍ଵ  ସ୍ଵତନ୍ତ୍ରକରଣୀ  ପାଇଁ   ନିଆରା  ପରିଚୟର  ଅଧିକାରୀ  ସାହିତ୍ୟ  ରଚନାରେ  ସେ  ନିଜର   ଅଲଗା  ଶୈଳୀପାଇଁ  ସେହିପରି  ପାଠକମାନଙ୍କ   ଦ୍ଵାରା  ଆଦୃତ   ।

ରଚନାଶୈଳୀ

ଡଃ ମହତାବଙ୍କର  ନିଜସ୍ଵ  ଏକ  ରଚନାଶୈଳୀ  ରହିଛି  । ତାଙ୍କ  ଲେଖାବଳୀରୁ  ପାଠକ  ସତେ  ଯେପରି  ମହତାବଙ୍କ  କଣ୍ଠସ୍ଵର   ଶୁଣିପାରେ   । ସେହିପରି  ପାଠକ  ପାଠ  କରିବା  ସମୟରେ , ଅକୃତ୍ରିମ ଭାବରେ  ପୃଷ୍ଠାପରେ  ପୃଷ୍ଠା ଗଡାଇ  ଚାଲିଥାଏ   । ସେ  ସାପ୍ତାହିକ  ପ୍ରଜାତନ୍ତ୍ରର  ପୃଷ୍ଠା  ହେଉ  କିମ୍ବା  ଦୈନିକ   ପ୍ରଜାତନ୍ତ୍ରର  ଗାଁ ମଜିଲିସ୍  ପ୍ରବନ୍ଧ  ହୋଇଥାଉ   । ଏଥିରେ  ସ୍ଵତଃ  ବ୍ୟାପକ  ଅର୍ଥରେ  ଯେଉଁ  ଗାଉଁଲି   ତୁଳନା  ଫୁଟି  ପଡିଥାଏ   । ତାହା  ଗୁଣଗ୍ରାହୀ  ପାଠକଙ୍କ  ଦ୍ଵାରା  ଉପଭୋଗ୍ୟ   ହୋଇଥାଏ   । ପରିଣତ   ବୟସର  ବହୁ  ପୂର୍ବରୁ  ଡଃ  ମହତାବ  ତାଙ୍କ  ଆତ୍ମଜୀବନୀ   ରଚନା  କରିଯାଇଛନ୍ତି   । ସୁଦୀର୍ଘ   ଜନ  ଜୀବନରେ ଅକଥନୀୟ  ଦୁଖଃ  ଓ ସ୍ଵାଧୀନତା  ସଂଗ୍ରାମର  ସୈନିକରୁ   ପୁରୋଧା  ହୋଇ  ସେ  ଯେଉଁ  ବିଚିତ୍ର  ଅନୁଭବ  ଓ  ଅନୁଭୂତି   ସାଉଁଟି   ଥିଲେ   ତାହାରି  ପ୍ରାମାଣିକ  ଚିତ୍ର   ହେଉଛି   ତାଙ୍କର   ଆତ୍ମଜୀବନୀ    । ଡଃ  ମହତାବଙ୍କ  ଆତ୍ମଜୀବନୀ  ଦୁଇ ଭାଗରେ  ବିଭକ୍ତ   । ପ୍ରଥମ  ଖଣ୍ଡ , “ ସାଧନାର  ପଥେ ” ରେ  ରହିଛି ତାଙ୍କ  ଜନ୍ମ କାଳରୁ  କର୍ମମୟ  ଜୀବନର  ସଂଗ୍ରାମୀ  ଅନୁଭବ  (୧୮୯୯ ରୁ ୧୯୫୦)  । ଦ୍ଵିତୀୟ  ଖଣ୍ଡ  “ ଆରବ  ସାଗରରୁ  ଚିଲିକା ” ରେ ରହିଛି  (୧୯୫୬ ରୁ ୧୯୬୦) ପର୍ଯ୍ୟନ୍ତ   ତାଙ୍କ  ମୁଖ୍ୟମନ୍ତ୍ରୀତ୍ଵ  ସମୟରେ  ହୋଇଥିବା  କାର୍ଯ୍ୟକ୍ରମ   । ଦ୍ଵିତୀୟ  ଖଣ୍ଡ   ସଂକ୍ଷିପ୍ତ  ହେଲେ  ବି , ଏହା  ପ୍ରତ୍ୟକ  ଓଡିଆ  ଜାଣିବା   ନିତାନ୍ତ   ଆବଶ୍ୟକ  । ନବ  ଉତ୍କଳର  ନିର୍ମାତା – “ ମହତାବ ” ଙ୍କୁ  ଏଥିରୁ  କିଛି   ମାତ୍ରାରେ   ଚିହ୍ନିହୁଏ   । ୧୯୬୦ ରୁ  ୧୯୮୭ ପର୍ଯ୍ୟନ୍ତ  ବ୍ୟଥିତ   କରିଥାଏ   । “ ଆତ୍ମଜୀବନୀ ” ସବୁ   ସମୟରେ  ଅସମ୍ପୂର୍ଣ୍ଣ  ଏବଂ  ଉପସଂହାରହୀନ  ହୋଇଥାଏ   ।

ଲେଖା ମାଧ୍ୟମରେ ଲୋକଙ୍କର  ବୋଧଶକ୍ତି  ଜାଗ୍ରତ

‘ ସମାଧାନର  ପଥେ ’ ରେ  ଡଃ  ମହତାବ  ଆତ୍ମସମୀକ୍ଷାକୁ    ଗୁରୁତ୍ଵଦେଇ  ଅନ୍ୟମାନଙ୍କୁ  ଜଣାଇବାକୁ  ଯେତେଇଚ୍ଛା , ତା  ଅପେକ୍ଷା  ନିଜକୁ  ଓ  ନିଜ  କଥାକୁ  ଆତ୍ମମନ୍ଥନ   କରିଛନ୍ତି   । ତେଣୁ  ଅନ୍ୟମାନଙ୍କ  ଆତ୍ମଜୀବନୀ ଠାରୁ  ଡଃ  ମହତାବଙ୍କ  “ ସାଧନାର ପଥେ ” ଆତ୍ମଜୀବନୀ  ଭିନ୍ନ  ସ୍ଵାଦର    । ଉକ୍ତ  ନାମକରଣଟିରେ  ଡଃ  ମହତାବଙ୍କ  ଜୀବନଦର୍ଶନ  ଓ  ବିଶେଷ  ଦୃଷ୍ଟିଭଙ୍ଗୀର   ନିଦର୍ଶନ   ରହିଅଛି    । “ ସାଧନାର ପଥେ ” ଆତ୍ମଜୀବନୀ  ସାରମର୍ମ  ବେଶ୍  ଚମତ୍କାର   । ଜୀବନ  ଅନାଦି  ଅନନ୍ତ    । ବ୍ୟକ୍ତିଗତ   ଜୀବନରେ  ମୃତ୍ୟୁ  ଅଛି  । କିନ୍ତୁ  ମଣିଷ  ଜୀବନରେ  ମୃତ୍ୟୁ  କାହିଁ ? ତେଣୁ  ସାଧନା   ନିରନ୍ତର  ଚାଲିବ   । ସାଧନାର   ପଥରେ  ମଣିଷ  ଜନ୍ମ  ଜନ୍ମାନ୍ତର  ଅବିଶ୍ରାନ୍ତ   ଚାଲିଛି   । କୌଣସି   ବ୍ୟକ୍ତିର   ଜୀବନ   ତୁଚ୍ଛ  କି  ମୂଲ୍ୟହୀନ  ନୁହେଁ   । ପ୍ରତ୍ୟକ  ନିଜ  ଜୀବନ  କାଳରେ   କିଛି  ନା କିଛି  ସାଧନା  ସମ୍ପାଦନ   କରୁଛନ୍ତି   । ଡକ୍ଟର  ମହତାବ  ଗୋଟିଏ  ଦୃଷ୍ଟିରୁ  ବିଚାରକତି   ନିଜକୁ  ଅନ୍ୟମାନଙ୍କ   ମଧ୍ୟରୁ   ଅନ୍ୟତମ  ବୋଲି  ଭାବିଛନ୍ତି   ସେପରି  ସେ  ତାଙ୍କ  ବିଶିଷ୍ଟତାକୁ  ଭୁଲି  ନାହାନ୍ତି   । ଏଠାରେ  ଆଇନଷ୍ଟାଇନଙ୍କ  କିଛି  କଥା  ସ୍ଵତଃ  ମନକୁ  ଆସିଥାଏ   । ସେ  କହିଛନ୍ତି  ସାଧାରଣ  ମଣିଷ  ଅଜ୍ଞାତସାରରେ   ସାଧନାର   ପଥରେ  ଚାଲିଥାନ୍ତି   । ଜୀବନ  ସମ୍ବନ୍ଧରେ  ଖୁବ୍  କମ୍  ଲୋକଙ୍କର  ବୋଧଶକ୍ତି  ଜାଗ୍ରତ  ହୋଇଥାଏ   । ଜଳରେ  ଥିବା  ମାଛ  ଯେପରି  ଜଳ  ବିଷୟରେ  ଅଜ୍ଞ , ସେମିତି  ଅନେକ  ଜୀବନ  ସମ୍ବନ୍ଧରେ  ଚେତନାହୀନ  ହୋଇଥାନ୍ତି   । ଅନ୍ୟପକ୍ଷରେ  ଡଃ  ମହତାବଙ୍କ  ବୋଧଶକ୍ତି  ପ୍ରଖର , ଯଦ୍ଵାରା  ନିଜ  ଜୀବନର  ବୈଶିଷ୍ଟ୍ୟକୁ  ପ୍ରତିପାଦିତ   କରିପାରିଛନ୍ତି  ।

ଦ୍ଵିତୀୟଖଣ୍ଡ  “ ଆରବ  ସାଗରରୁ  ଚିଲିକା ” ଆତ୍ମଜୀବନୀ  ପୁସ୍ତକ  ମହତାବଙ୍କ  ଘଟଣାବହୁଳ  ଜୀବନର  ସଂକ୍ଷିପ୍ତ  ପରିପ୍ରକାଶ   । କର୍ମବାଦୀ  ଡକ୍ଟର  ମହତାବ , ୧୯୪୬ ମସିହାରୁ  ୧୯୫୦  ପର୍ଯ୍ୟନ୍ତ  ଓଡିଶାର  ମାନ୍ୟବର  ପ୍ରଧାନମନ୍ତ୍ରୀ  ରହିଥିଲେ   । ଦେଶର  ପରାଧୀନତାକୁ  ମର୍ମେ ମର୍ମେ  ଉପଲବ୍ଧି   କରିଥିବା  ଡକ୍ଟର   ମହତାବ , ସ୍ଵାଧୀନ  ଭାରତରେ  ଜନଗଣଙ୍କ  ପ୍ରତିନିଧି  ରୂପେ  ଶାସନର  ଡୋରି  ଧରିଥିଲେ   । ଦେଶର   ଶିଳ୍ପ  ମନ୍ତ୍ରୀ , ବମ୍ବେର  ରାଜ୍ୟପାଳ  ପରେ  ଓଡିଶାର  ମୁଖ୍ୟମନ୍ତ୍ରୀ   ପଦକୁ  ମଣ୍ଡନ  କରିଥିଲେ   ତେଣୁ  ୧୯୫୬ ରୁ  ୧୯୬୦ ମଧ୍ୟରେ  କର୍ମମୟ  ଜୀବନ  ଅର୍ଥାତ୍  ରାଜ୍ୟପାଳରୁ  ତାଙ୍କର  ମୁଖ୍ୟମନ୍ତ୍ରୀ  କଥାକୁ  - “ ଆରବସାଗର (ବମ୍ବେ) ରୁ ଚିଲିକା (ଓଡିଶା) ” ନାମରେ  ନାମିତ  କରିଛନ୍ତି   । ଓଡିଶାର  କଳେବର , ସଂସ୍କୃତି , ସ୍ୱାସ୍ଥ୍ୟ , ଶିକ୍ଷା , ଶିଳ୍ପ , ଭାସ୍କର୍ଯ୍ୟ , କୃଷି , ସାହିତ୍ୟ , ରାଜନେତା  ସୃଷ୍ଟି  କରିବାର  ଅଦମ୍ୟ  ପରାକାଷ୍ଠା  ର  ପ୍ରତୀକ  ଥିଲେ  ସେ   । ତେଣୁ  ଓଡିଶାର  ଅନ୍ତରାତ୍ମାକୁ  ପ୍ରଗତି   ଓ  ବିକାଶ  ର  ଧାରାକୁ   ଆୟମାରମ୍ଭ   କରି  ପରପିଢି  ପାଇଁ  ଉଦାହରଣ   ସୃଷ୍ଟି  କରିପାରିଥିଲେ   । ସମସ୍ତ  କାର୍ଯ୍ୟକ୍ରମ  ମଧ୍ୟରେ   ସାହିତ୍ୟକୁ   ସଦାସର୍ବଦା   ପ୍ରାଥମିକତା  ଦେଉଥିଲେ – ଯଥା – “ ଓଡିଶାର  ସର୍ବମୁଖୀ  ଉନ୍ନତି  ସାଧନ  ସାହିତ୍ୟର  ପ୍ରଗତିବିନା  ସମ୍ଭବନୁହେଁ  । ” ବୋଲି  ତାଙ୍କର  ଧାରଣା  ଥିଲା  ସେ  ଏପ୍ରିଲ  ୧୯୬୨  ଝଙ୍କାରରେ  ଲେଖିଥିଲେ  - ସାହିତ୍ୟିକ   ଏକ  ବ୍ୟକ୍ତି  ବିଶେଷ  ନୁହେଁ   ।  ସେ  ଏକ  ଭାବଧାରାର   ଅଗ୍ରଦୂତ   ଓ  ପ୍ରତିନିଧି :

ସାମାଜିକ  ଉଦ୍ଦେଶ୍ୟ  ସାଧନ  ହେଉଛି  ଆଜିର  ପରିସ୍ଥିତିରେ   ସାହିତ୍ୟର  କର୍ତ୍ତବ୍ୟ  ।

ବସ୍ତୁତଃ  , ଆତ୍ମ  ଉପଲବ୍ଧି  ଉପରେ  ଆତ୍ମଜୀବନୀ ଚମତ୍କାରିତା  ନିର୍ଭର   କରିଥାଏ  । ତେଣୁ  ଅନେକଙ୍କ  ମତରେ  , ଏହା  ଏକ  ଇତିହାସ  ନୁହେଁ , କି  ଧାରାବାହିକ  ଜୀବନ  ବର୍ଣ୍ଣନା  ନୁହେଁ , ଆତ୍ମଜୀବନୀ  ହେଉଛି  ମଣିଷର   ଆତ୍ମବିବର୍ତ୍ତନର  କାହାଣୀ  ମାତ୍ର   । ଡକ୍ଟର  ମହତାବଙ୍କ  ଆତ୍ମଜୀବନୀ  ମଧ୍ୟରେ   ଗୋଟିଏ  ନୂଆ  ଯୁଗର  ସାଧନା  ଓ  ସିଦ୍ଧି  ପ୍ରକାଶିତ  ହୋଇଅଛି  । ଓଡିଶା   ତଥା   ଭାରତ   ଇତିହାସର   ପୃଷ୍ଠ  ଭୂମିରେ  ନିଜ  ଗାଥାକୁ  ଏପରି  ଭାବେ   ବର୍ଣ୍ଣନା   କରିଛନ୍ତି ଯେ , ଏହା  ମଧ୍ୟରୁ  ଇତିହାସକୁ  ଭିନ୍ନ  କରି  ଦେଖି ହେବ  ନାହିଁ   । ତେଣୁ “ ସାଧନାର  ପଥେ ” , “ ଆରବସାଗରରୁ  ଚିଲିକା ”, ଆଗାମୀ   ପିଢି  ପାଇଁ  ଐତିହାସିକ “ ରେଫରେନ୍ସ ବୁକ୍ ” ହୋଇ  ରହିବ   । ଉକ୍ତ  ପୁସ୍ତକ  ଦୁଇଟି , ଓଡିଶାର   ଇତିହାସ , ପ୍ରଗତି  ଓ  ତାଙ୍କ  କର୍ମମୟ  ଜୀବନର  ଏକ  ସମନ୍ଵୟ  କହିଲେ  ଭୁଲ  ହେବ  ନାହିଁ  । ଡକ୍ଟର  ମହତାବଙ୍କ  ନିରବିଚ୍ଛିନ୍ନ  ସାହିତ୍ୟ  ସାଧନାରେ  ଓଡିଆ  ସାହିତ୍ୟ  ସମ୍ଭାରକୁ  କେବଳ  ପୃଷ୍ଠ , ବଳିଷ୍ଠ  କରିନାହାଁନ୍ତି   , ବରଂ  ବହୁ  ନୂତନ  ଶୈଳୀର  ଦୃଷ୍ଟାନ୍ତ  ଛାଡିଯାଇଛନ୍ତି   ଯାହା  ପରକାଳରେ  ଅନେକ  ଓଡିଆ  ଆତ୍ମଜୀବନୀ  ରଚକଙ୍କ  ଅନୁସରଣୀୟ  ହୋଇଛି   ।

ଆଧାର : ଓଡ଼ିଶା ସାହିତ୍ୟ ପରିଷଦ

Last Modified : 12/20/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate