অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଏକାମ୍ର ହାଟରେ ଆୟୋଜିତ ହେଲା ରାସ୍ତାକଡ଼ ପିଲାଙ୍କ ପାଇଁ “ଆଶାଏଁ"

ଏକାମ୍ର ହାଟରେ ଆୟୋଜିତ ହେଲା ରାସ୍ତାକଡ଼ ପିଲାଙ୍କ ପାଇଁ “ଆଶାଏଁ"

ଆଶାଏଁ

ଜୀବନ କଣ ଜାଣିବା ପାଇଁ ତାଙ୍କ ପାଖରେ କୌଣସି ସୁଯୋଗ ନାହିଁ । ନିଦରୁ ଉଠିଲେ ଜରି ଖଣ୍ଡେ ଧରି ବାହାରି ପଡ଼ନ୍ତି ଜରି, ଭଙ୍ଗା ବୋତଲ ଓ ପ୍ଲାଷ୍ଟିକ ସାମଗ୍ରୀ ଗୋଟାଇବାରେ । ରେଳ ଷ୍ଟେସନଠାରୁ ଆରମ୍ଭ କରି ରାଜଧାନୀର ବିଭିନ୍ନ ରାସ୍ତାରେ ଏଭଳି ବେସାହାରା ଶହ ଶହ ପିଲାଙ୍କୁ ଦେଖିବାକୁ ମିଳେ । ସେମାନେ ଜୀବନର କଣ କରୁଛନ୍ତି ତାହା ଜାଣିବାକୁ କାହା ପାଖରେ ସମୟ ନାହିଁ । ସମସ୍ତେ ନିଜର କର୍ମକୁ ନେଇ ବ୍ୟସ୍ତ । କିନ୍ତୁ ଏଭଳି କିଛି ଯୁବକ ରହିଛନ୍ତି ଯେଉଁମାନେ ରାସ୍ତାକଡ଼ର ପିଲାମାନଙ୍କ ଜୀବନକୁ ଦେଖି ସହଜରେ ଶୋଇ ପାରୁ ନାହାନ୍ତି । ସେମାନଙ୍କୁ ଜୀବନର କଳା ଶିଖାଇବା ପାଇଁ ମନସ୍ଥ କରିଥିବା କିଛି ଯୁବକ ଏକାମ୍ର ହାଟରେ ଆୟୋଜନ କରିଥିଲେ କାର୍ଯ୍ୟକ୍ରମ ଆଶାଏଁ । ଏଥିରେ ଭାଗ ନେଇଥିବା ପିଲାମାନେ ବହୁତ ମଉଜ ମସ୍ତି କରିଥିଲେ । ସେମାନେ ନାଚ ଶିଖି ନାହାନ୍ତି । କିନ୍ତୁ ଆଜି ସେମାନେ ମନ ଖୋଲି ନାଚିଥିଲେ । ପେଟର କ୍ଷୁଧା ଯୋଗୁଁ କେବେ ହୃଦୟ ଖୋଲି ଖେଳିବାକୁ ସୁଯୋଗ ପାଇନଥିଲେ ହେଁ ଆଜି ଖୁବ୍ ଖେଳିଥିଲେ । ଆଉ ସେମାନଙ୍କ ପାଇଁ ଏମିତି ଏକ ସୁଯୋଗ ଆଣିଥିଲା ଏକାମ୍ର ହାଟରେ ଆୟୋଜିତ କାର୍ଯ୍ୟକ୍ରମ ଆଶାଏଁ.. । ଆଜି ଷ୍ଟ୍ରିଟ୍ ଚିଲ୍ଡ୍ରେନ୍ସ ଡେ ପାଳନ ପରିପ୍ରେକ୍ଷୀରେ ଏମିତି ଏକ ଅବକାଶ ଆଣି ଦେଇଥିଲେ ୨୦ ଜଣ ଯୁବ ସାଥୀ । ରେଳ ଷ୍ଟେସନ୍ ଓ ବସଷ୍ଟାଣ୍ଡରେ ହାତ ପତେଇ ବୁଲୁଥିବା ଏହିଭଳି କିଛି ପିଲାଙ୍କୁ ସାଉଁଟି ସେମାନଙ୍କୁ ଜୀବନ ଜୀଇଁବାର କୌଶଳ ଶିଖାଇଥିଲେ ।

ପିଲାମାନଙ୍କ ସ୍ୱପ୍ନକୁ ବାସ୍ତବ ରୂପ

ନାଚ ଗୀତ ସାଙ୍ଗକୁ କିଛି ପିଲା ନିଜର ସ୍ୱପ୍ନର ଦୁନିଆ ସମ୍ପର୍କରେ ଅଭିବ୍ୟକ୍ତି ରଖିଥିଲେ । ଖେଳକୁଦ ସହିତ ଖୋର୍ଦ୍ଧାରୁ ଆସିଥିବା କୁନିକୁନି ପିଲାଙ୍କ ଦ୍ୱାରା ନୃତ୍ୟ ବେଶ୍ ଉପଭୋଗ୍ୟ ହୋଇଥିଲା । ଅତିଥିମାନେ ପିଲାମାନଙ୍କୁ ପାଠ ପଢ଼ା ସାମଗ୍ରୀ ଯୋଗାଇ ଦେଇଥିଲେ । ପିଲାମାନଙ୍କ ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ ଆଗାମୀ ଦିନରେ ପ୍ରୟାସ କରାଯିବ ବୋଲି ଆୟୋଜକମାନେ କହିଥିଲେ । ଶେଷରେ ରାସ୍ତାକଡ଼ର ପିଲାମାନଙ୍କୁ ଭୋଜିକରି ଆପ୍ପାୟିତ କରାଯାଇଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରତ୍ନାକର, ଚିନୁ, ଲିଜା, ମିଲି, ପୂଜା, ସାଗରିକା, ସଂଗ୍ରାମ, ପିଙ୍କି, ଅର୍ମାନ, ସୌମ୍ୟ, କଳ୍ପନା, ସୁନୟନୀ ଓ ଭାଗ୍ୟଶ୍ରୀ ପ୍ରମୁଖ ପରିଚାଳନା କରିଥିଲେ । ଡ.ପ୍ରତାପ ରଥ, ସଂଗ୍ରାମ ପାଇକରାୟ, ଶ୍ୱେତା ମିଶ୍ର ଓ ମଧୁ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇଥିଲେ। ପିଲାମାନଙ୍କ ଉଦ୍ଦେଶ୍ୟରେ ଉତ୍ସାହପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ । ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ରାସ୍ତାକଡ଼ ପିଲାଙ୍କ ପାଇଁ ଆୟୋଜନ କରାଯିବ ବୋଲି ସେମାନେ କହିଛନ୍ତି । ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାର ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି ସେମାନେ କହିଛନ୍ତି ।

ଆଧାର - Team Odia writer

Last Modified : 1/21/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate