অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନିଜେ ଏଚଆଇଭି ପୀଡିତ, କିନ୍ତୁ ଏଡସ୍ ରୋଗୀଙ୍କୁ ବଂଚିବାର କଳା ଶିଖାଉଛନ୍ତି

ନିଜେ ଏଚଆଇଭି ପୀଡିତ, କିନ୍ତୁ ଏଡସ୍ ରୋଗୀଙ୍କୁ ବଂଚିବାର କଳା ଶିଖାଉଛନ୍ତି

ଆବସାଦରୁ ମୁକ୍ତି

ଯେଉଁ ମହିଳା ନିଜେ ଏଚଆଇଭି ଯୋଗୁଁ ଅବସାଦଗ୍ରସ୍ତ ଥିଲେ, ବର୍ତ୍ତମାନ ସେ ଅନ୍ୟ ଏଚଆଇଭି ପୀଡିତ ମହିଳାଙ୍କୁ ସେହି ଆବସାଦରୁ ମୁକ୍ତି ଦେବାକୁ ପ୍ରୟାସ କରୁଛନ୍ତି ।

ଯେଉଁ ମହିଳା କେବେ ବଂଚିବାର ଆଶା ଛାଡିଦେଇଥିଲେ, ଆଜି ଅନ୍ୟ ମହିଳାଙ୍କୁ ଆତ୍ମନିର୍ଭର କରାଉଛନ୍ତି। ଅହମଦାବାଦରେ ରହୁଥିବା ବର୍ଷା ପ୍ରାୟ ୨୦ ବର୍ଷ ହେଲାଣି ଏଚଆଇଭି ଭଳି ଗମ୍ଭୀର ରୋଗରେ ପୀଡିତ ।

କିନ୍ତୁ ରୋଗ ଆଗରେ ନଇଁ ଯାଇନାହାନ୍ତି ସେ । ରୋଗକୁ ଖାତିର କରିନାହାନ୍ତି ।  ଏହି ରୋଗକୁ ନେଇ ଲୋକଙ୍କୁ ସଚେତନ କରାଇବାର କାମରେ ଲାଗିଛନ୍ତି ବର୍ଷା ।

ଲଢେଇ ଜରି ରଖିଲେ ବର୍ଷା

ବର୍ଷାଙ୍କୁ ଯେତେବେଳେ ଡାକ୍ତର କହିଲେ ଜୀବନ କେବଳ ୨-୩ ବର୍ଷ ବାକି ଅଛି । ତେଣୁ ଯେମିତି ଜୀବନ ବଂଚିବାକୁ ଚାହୁଁଛନ୍ତି, ସେଭଳି କଟାଅ । ଏହି କଥା ଶୁଣି ସେ ଡିପ୍ରେସନ୍ ବା ଅବସାଦଗ୍ରସ୍ତ ହୋଇପଡିଥିଲେ ।  କାରଣ ସେ ଜାଣି ନଥିଲେ ଯେ ଏଚଆଇଭି କିଭଳି ରୋଗ ।  ଏହି ରୋଗ କିପରି ବ୍ୟାପେ ? ଏହାର ଚିକିତ୍ସା କେଉଁଠାରେ ହୁଏ ? ସେତେବେଳେ ଏହି ରୋଗ ସମ୍ପର୍କରେ କହିବାକୁ ଅଧିକ ଡାକ୍ତର ମଧ୍ୟ ନଥିଲେ । ଆରମ୍ଭରୁ ପ୍ରାୟ ତିନି ବର୍ଷ ପର୍ଯ୍ୟନ୍ତ ସେ ପ୍ରତିଦିନ ଡରି ଡରି ମରୁଥିଲେ ଯେ କେବେ ତାଙ୍କ ମୃତ୍ୟୁ ହୋଇଯିବ । ଏମିତିରେ ସେ କେତେବେଳେ ଔଷଧ ଖାଉଥିଲେ ତ ଆଉ କେତେବେଳେ ଭୁଲି ଯାଉଥିଲେ । ତାଙ୍କ ଦେହ ଖରାପ ହେବାକୁ ଲାଗିଲା ।  ଚେକ୍ ଅପ୍ କଲେ । ଏବେ ଲାଗିଲା କିଛି ଠୋସ୍ କାମ କରିବାକୁ ପଡିବ । ସେ ଏହା ପରେ ସିଭିଲ୍ ହସ୍ପିଟାଲ୍ ଗଲେ । ସେଠାରେ ତାଙ୍କର କାଉନସେଲିଂ କରାଗଲା ।  ସେଠାରେ ସେ ଜାଣିଲେ ଏହି ରୋଗରେ ତାଙ୍କ ଭଳି ଅନେକ ରୋଗ ପୀଡିତ ଅଛନ୍ତି । କେବଳ ସେ ଏଚଆଇଭି ଗ୍ରସ୍ତ ନୁହନ୍ତି । ସମସ୍ତେ ଭଲ ଭାବରେ ବଂଚୁଛନ୍ତି । ବିନା ଚିନ୍ତାରେ ଜୀବନ କାଟୁଛନ୍ତି ।

ଏହି ସମୟରେ ସେ ଅନ୍ୟ କିଛି ଏଚଆଇଭି ପୀଡିତ ବ୍ୟକ୍ତିଙ୍କୁ ମଧ୍ୟ ଭେଟିଲେ।  ଯେଉଁମାନେ ଅନେକ ବର୍ଷ ହେଲାଣି ଏଚଆଇଭି ଗ୍ରସ୍ତ ଥିଲେ ।  ବର୍ଷାଙ୍କୁ କାଉନସେଲର ଭରସା ଦେଲେ ଯେ ଠିକ୍ ଭାବେ ଚିକିତ୍ସା କରାଗଲେ, ଆଉ କିଛି ବର୍ଷ ସେ ଠିକ୍‌ ରେ ରହିପାରିବେ । ବର୍ଷା ଜାଣିଲେ ଯେମିତି ବ୍ଲଡ ସୁଗାର ଓ ଡାଇବେଟିସ୍ ରୋଗ, ସେହି ଭଳି ଏଚଆଇଭି ମଧ୍ୟ ଏକ ପ୍ରକାର ଭାଇରସ୍ । ଯେଉଁଥି ପାଇଁ ଠିକ୍ ସମୟରେ ଔଷଧ ଖାଇବା ଜରୁରୀ ଓ ନିୟମିତ ଯାଂଚ୍ ଜରୁରୀ ।  ସେ ବୁଝି ପାରିଥିଲେ ଯେ ଅନ୍ୟମାନଙ୍କ ଭଳି ସେ ବି ଜୀବନ ବଂଚି ପାରିବେ ଓ ଏଥିପାଇଁ ପ୍ରୟାସ କରିବେ ।  ଏହା ପରେ ସେ ‘ଆଧାର ଚାରିଟେବଲ ଟ୍ରଷ୍ଟ’ ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥା ସହ ସାମିଲ ହେଲେ ।  ଏହି ସଂସ୍ଥା ଏଚଆଇଭି ପୀଡିତ ଲୋକଙ୍କୁ ସାହାଯ୍ୟ କରୁଥିଲା । ବର୍ତ୍ତମାନ ବର୍ଷା ଏହି ସଂସ୍ଥାର ଅଧ୍ୟକ୍ଷ ଅଛନ୍ତି ।

ସଂସ୍ଥାରେ ସାମିଲ ହେବା ପରେ ଅନେକ ଏଚଆଇଭି ପୀଡିତ ମହିଳାଙ୍କ ସହ ଭେଟିବାକୁ ସୁଯୋଗ ମିଳିଲା । ଏହି ସଂସ୍ଥା ଏବେ ସୁଦ୍ଧା ସାଢେ ତିନି ହଜାର ବ୍ୟକ୍ତିଙ୍କୁ ନିଜ ସହ ଯୋଡିପାରିଛି ।  ସେମାନଙ୍କୁ ଏଚଆଇଭି ସମ୍ପର୍କିତ ସଚେତନତା କରିବା ସହ ଆର୍ଥିକ ସମସ୍ୟା ଦୂରେଇବା ପାଇଁ ଉପାୟ ମଧ୍ୟ ଆରମ୍ଭ କରିଛି ।  ଏହି କାମ କରିବା ଲାଗି ଗୁଜରାଟ ଏଡସ୍ ନିୟନ୍ତ୍ରଣ ସୋସାଇଟି ଓ ଅହମ୍ମଦାବାଦ ମ୍ୟୁନିସିପାଲିଟି ଏଡସ୍ ନିୟନ୍ତ୍ରଣ ସୋସାଇଟି ଠାରୁ ସହଯୋଗ ପାଉଛନ୍ତି ।

ଏହା ବ୍ୟତୀତ ବର୍ଷା ଗୋଟିଏ ଡ୍ରପିଂ ସେଂଟର ଚଲାଉଛନ୍ତି ।  ଏହା ମାଧ୍ୟମରେ ଘର ଘର ବୁଲି ଏହି ରୋଗ ପ୍ରତି ସଚେତନତା କରାଉଛନ୍ତି  ।  ଏହା ମଧ୍ୟରେ ମହିଳାମାନଙ୍କ ସହ ଏକ ବୈଠକ ବସି ସେ ସ୍ୱାସ୍ଥ୍ୟ ଓ ପୁଷ୍ଟିକର ଖାଦ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।

ମହିଳାମାନଙ୍କୁ ସଶକ୍ତ କରିବା ଲାଗି ତାଙ୍କ ସଂସ୍ଥା ଖାଇବା ପିଇବା ଦ୍ରବ୍ୟ ପ୍ରସ୍ତୁତ କରୁଛି । ଯେମିତିକି ସେଣ୍ଡୱିଚ୍, କାକରା, ସିଙ୍ଗଡା, ଶର୍ବତ ଆଦି । ଯେଉଁଠାରେ ଉତ୍ସବ ହୁଏ, ସେଠାରେ ସେ ଷ୍ଟଲ ଲଗାନ୍ତି । ବାହାଘର ଓ ଅନ୍ୟାନ୍ୟ ଘରୋଇ ଉତ୍ସବରେ ମଧ୍ୟ ସେମାନେ ଅର୍ଡର ପାଆନ୍ତି ।

ତେବେ ଆଧାର ଚାରିଟେବଲ ଟ୍ରଷ୍ଟର ଅଧ୍ୟକ୍ଷ ବର୍ଷାଙ୍କର ଏହି ଉଦ୍ୟମ ପ୍ରଥମେ ଛୋଟ ଥିଲା । କିନ୍ତୁ ଅର୍ଡର ବଢିବା ଦେଖି ସେମାନେ ଅନ୍ୟ କିଛି ମହିଳାଙ୍କୁ ମଧ୍ୟ ଏହି କାମରେ ଲଗାଇଛନ୍ତି । ଏ କାମ ଏତେ ସହଜ ନଥିଲା । ଏଚଆଇଭି ପୀଡିତମାନେ ଏହି ଖାଦ୍ୟ ତିଆରି କରୁଛନ୍ତି ବୋଲି ଲୋକଙ୍କ ମନରେ ପ୍ରଥମେ ଘୃଣା ଭାବ ଆସିଥିଲା। କିନ୍ତୁ ଏଡସ୍ ରୋଗୀ ଦ୍ୱାରା ତିଆରି ହୋଇଥିବା ଖାଦ୍ୟ ଖାଇଲେ କିମ୍ବା ତାଙ୍କ ସାଙ୍ଗରେ ଏକାଠି ଖାଇଲେ, ଏଡସ୍ ବ୍ୟାପେ ନାହିଁ ବୋଲି ସେମାନେ ଧୀରେ ଧୀରେ ବୁଝିବାକୁ ଲାଗିଥିଲେ । ଏବେ ଲୋକଙ୍କ ମନୋଭାବ ବଦଳି ଯାଇଛି ।

ଏଡସ୍ ସମ୍ପର୍କରେ ସଚେତନ

ଏହା ବ୍ୟତୀତ ସ୍କୁଲ, କଲେଜ ଓ ବିଭିନ୍ନ ଉଦ୍ୟୋଗିକ ସଂସ୍ଥାକୁ ବର୍ଷାଙ୍କ ଅନୁଷ୍ଠାନ ଲୋକଙ୍କୁ ଏଡସ୍ ସମ୍ପର୍କରେ ସଚେତନ କରାଉଛି । ଏଡସ୍ ପୀଡିତଙ୍କ ମାନଙ୍କର ବ୍ୟାଙ୍କ୍ ଆକାଉଣ୍ଟ ଖୋଲିବାରେ ସାହାଯ୍ୟ କରାଯାଉଛି ।  ସେହିଭଳି ସେମାନଙ୍କ ଶିକ୍ଷା ଓ ଚିକିତ୍ସା ସମ୍ବନ୍ଧୀୟ ସେବା ମଧ୍ୟ ଯୋଗାଇ ଦିଆଯାଉଛି । ପ୍ରକୃତରେ ବର୍ଷା ଏବେ ଏଡସ୍ ଓ ଏଚଆଇଭି ଗ୍ରସ୍ତ ମହିଳାଙ୍କ ପାଇଁ ମୁକ୍ତିର ଅମୃତ ବର୍ଷା କରି ଚାଲିଛନ୍ତି ।

ଆଧାର - Akhand social worker, freelance journalist

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate