অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନିଶା ବିରୋଧୀ ଆନ୍ଦୋଳନରେ ସଂଗ୍ରାମୀ

ଉପକ୍ରମ

ଆଇନ ଠିକ୍ ଭାବେ କାମ କରୁନଥିବାରୁ ଇମ୍ରାନ୍ ଙ୍କ ମନରେ ଏବେ ବି ଦୁଃଖ ରହିଛି ।ସେ'ବ୍ଲଡି ଗୁଟଖା' ଓ 'ସଲାମ ଜୀବନ' ନାମରେ ଦୁଇଟି ବହି  ଲେଖିଛନ୍ତି ।ହାବାଦ୍ 'ସଲାମ୍ ଜୀବନ' ନାମରେ ରାଜ୍ୟରେ ନିଶା ବିରୋଧରେ ପ୍ରଥମ ଡକ୍ୟୁମେଣ୍ଟାରୀ ଫିଲ୍ମ ମଧ୍ୟ  କରିଛନ୍ତି ।

ଇମ୍ରାନ୍ ଅଲ୍ଲୀଙ୍କ ଯାତ୍ରା

'ଭଲାଇ କର୍ ଭଲା ହୋଗା । ବୁରାଇ କର, ବୁରା ହୋଗା ।' ଏ ଉକ୍ତିଟି ପିଲା ଦିନେ ସବୁବେଳେ କାନରେ ପଡୁଥିଲା । ଜେଜେ ମା' ଅଜମତୁନ୍ ନିଶାଙ୍କ ସେଇ ଉକ୍ତି ହିଁ  ଜୀବନରେ ଆଗକୁ ବଢିବା ସହିତ ସମାଜସେବା କରିବା ପାଇଁ ଇଚ୍ଛାଶକ୍ତି  ଯୋଗାଇଥିଲା । ଆଉ ଆଜି ରାଜ୍ୟରେ ନିଶା ମୁକ୍ତି ଆନ୍ଦୋଳନର ପ୍ରମୁଖ ସିପାହୀ ଭାବେ ତାଙ୍କୁ ଗଢି ତୋଲିଛି । ସେ ହେଉଛନ୍ତି ମହମ୍ମଦ ଇମ୍ରାନ୍ ଅଲ୍ଲୀ । ରାଜ୍ୟରୁ ଗୁଟ୍ଖା ନିଷେଧ ପାଇଁ କୋର୍ଟକୁ ଯାଇଛନ୍ତି । ସରକାରଙ୍କ ନିର୍ଦ୍ଦେଶ ପରେ ରାଜ୍ୟରୁ ଗୁଟ୍ଖା ବ୍ୟାନ୍ ହୋଇଛି । ଖାଲି ଗୁଟ୍ଖା ନୁହେଁ, ମଦ ବିରୋଧୀ ଅଭିଯାନରେ ବି ସାମିଲ ହୋଇଛନ୍ତି । ଏ ତ ଗଲା, ସରକାରୀ ବ୍ୟବସ୍ଥା ସହ ଲଢେଇ । ଲୋକଙ୍କୁ ନିଶାରୁ ରକ୍ଷା କରିବାକୁ ସଚେତନ କରୁଛନ୍ତି । ସଂକଳ୍ପ ନେଇଛନ୍ତି ନିଶା ବିରୋଧରେ ଲଢେଇର । 'ନିଶା ମୁକ୍ତି ଯୁବ ସଂକଳ୍ପ' ନାମକ ଏକ ସଂଗଠନ ଗଠନ କରି ସେ ଏ ଦିଗରେ କାମ କରୁଛନ୍ତି ।

ଇମ୍ରାନଙ୍କ ଜନ୍ମ ଭଦ୍ରକ ଜିଲ୍ଲାରେ । ମହମ୍ମଦ ଗୁଲାମ କୁତାବାନୀଙ୍କ ଏକମାତ୍ର ପୁଅ ହେଉଛନ୍ତି ସେ । ମାତ୍ର ପାଞ୍ଚ  ବର୍ଷ ବୟସରେ ମା'ଙ୍କୁ ହରାଇଥିଲେ ଇମ୍ରାନ । ପିଉସୀ ଖଦିଜାତୁଲ୍ଲ କୋବରା ସବୁବେଳେ ତାଙ୍କୁ ଡାକ୍ତର ହେବା ପାଇଁ ଉତ୍ସାହିତ  କରୁଥିଲେ । ହେଲେ ଅବସୋସ ରହିଗଲା, ଇମ୍ରାନ ଡାକ୍ତର ହୋଇ ଲୋକଙ୍କ ସେବା କରି ପାରିଲେନି । ମାତ୍ର ଏବେ ସମାଜ ସେବା କରି ସେଇ ସୁଖ ପାଇବାକୁ ନିଶା ବିରୋଧୀ ସଂଗ୍ରାମକୁ ଆଦରି ସୁଖ ପାଉଛନ୍ତି ।

ସମାଜ ସେବା ପ୍ରତି ଥିବା ଦୁର୍ବଳତା ଯୋଗୁ ମାଷ୍ଟର ଇନ୍ ସୋସିଆଲ୍ ୱାର୍କ (ଏମ୍ଏସ୍ଡବ୍ଲୁ ) ପାଠ୍ୟକ୍ରମରେ ନାମ ଲେଖାଇଥିଲେ । ପାଠପଢା ସମୟରେ ବିଭିନ୍ନ ବସ୍ତିକୁ ଯାଇ ଅନେକ ସମୟରେ ନିଶା କିପରି ଲୋକଙ୍କ ଜୀବନକୁ ଛାରଖାର କରିଦେଉଛି ଜାଣି ପାରିଥିଲେ । ସେଇ ଅନୁଭୂତି ଆଉ ପ୍ରେରଣାରୁ ଜନ୍ମ ନେଇଥିଲା 'ନିଶା ମୁକ୍ତି ଯୁବ ସଂକଳ୍ପ' ।

ସାଥୀ ବିକ୍ରମ, ମନସ୍ଵିନୀ, ଲିସା ଭାରତୀ, ଜିତେନ୍ଦ୍ର, ଅବିନାଶ ଓ ହରପ୍ରସାଦଙ୍କ ସହାୟତାରେ ଆରମ୍ଭ ହୁଏ ନିଶାଦ୍ରବ୍ୟ ବିରୋଧରେ ଆନ୍ଦୋଳନ । ସ୍ଲୋଗାନ ଦିଆଯାଏ, 'ଏକ ନିଶା ନଶା କେ ଖିଲାପ' । ନିଶା ମୁକ୍ତି ଯୁବ ସଂକଳ୍ପ ଏବେ ରାଜଧାନୀର ବସ୍ତି ସମତେ ସମଗ୍ର ରାଜ୍ୟରେ ନିଶା ବିରୋଧରେ ଲଢେଇ ଜାରି ରଖିଛି । ବସ୍ତିକୁ ଯାଇ ପଥପ୍ରାନ୍ତ ନାଟକ ଜରିଆରେ ସଚେତନ କରୁଛନ୍ତି । ନିଜେ ଇମ୍ରାନ ଏବେ ବିଜେବି କଲେଜ ଏମ୍ଏସଡବ୍ଲୁର ଅତିଥି ଅଧ୍ୟାପକ ଭାବେ କାମ କରୁଛନ୍ତି । ରେଗୁଲାର ଚାକିରି କଲେ, ଏଥିରେ ବାଧା ଆସିବାର ସମ୍ଭାବନା ଥିବାରୁ ସେ ସେଥିପ୍ରତି ମନ ଦେଉନାହାନ୍ତି ବୋଲି ଇମ୍ରାନ କହିଛନ୍ତି । ଇମ୍ରାନ୍ ଓମଫେଡ୍ ବୁଥ୍ରୁ ଗୁଟଖା ବିକ୍ରି ବନ୍ଦ କରିବା ପାଇଁ ପ୍ରଥମେ କୋର୍ଟକୁ ଯାଇଥିଲେ । ସେଥିରେ ସଫଳ ମଧ୍ୟ ହୋଇଥିଲେ । ପରେ କ୍ଲାପ୍ ସଂଗଠନ ସହାୟତାରେ ହାଇକୋର୍ଟରେ ଆଉ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ । କୋର୍ଟ ମଧ୍ୟ ସରକାରଙ୍କୁ ଗୁଟଖା ନିଷିଦ୍ଧ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଇନ୍ ଠିକ୍ ଭାବେ କାମ କରୁନଥିବାରୁ ଇମ୍ରାନ୍ ଙ୍କ ମନରେ ଏବେ ବି ଦୁଃଖ ରହିଛି । ସେ 'ବ୍ଲଡି ଗୁଟଖା' ଓ 'ସଲାମ ଜୀବନ' ନାମରେ ଦୁଇଟି ବହି ଲେଖିଛନ୍ତି । ଏହାବାଦ୍ 'ସଲାମ୍ ଜୀବନ' ନାମରେ ରାଜ୍ୟରେ ନିଶା ବିରୋଧରେ ପ୍ରଥମ ଡକ୍ୟୁମେଣ୍ଟାରୀ ଫିଲ୍ମ ମଧ୍ୟ ତିଆରି କରିଛନ୍ତି । ଆଉ ଏବେ ତୁଲସୀ ମୁଣ୍ଡାଙ୍କ ସମେତ ଆଠ ଜଣ ସମାଜସେବୀଙ୍କ ସହ ମିଶି ମଦ ବିରୋଧରେ ହାଇକୋର୍ଟରେ ଜନସ୍ଵାର୍ଥ ମାମଲା ରୁଜୁ କରିଛନ୍ତି ।

ନିଶାମୁକ୍ତି କାଉନସେଲିଂ ସେଣ୍ଟର

ଇମ୍ରାନ୍ ଙ୍କ ଏହି ସମାଜସେବାକୁ ସ୍ଵୀକୃତି ଦେଇ ରାଜ୍ୟ ଯୁବସେବା ବିଭାଗ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛି । ଏହାବାଦ୍ ଜାତୀୟ ଯୁବ ସମ୍ମାନ, ଗାନ୍ଧି-ବିନୋବା ଶାନ୍ତି ସମ୍ମାନ, ଓଡିଶା ପ୍ରାଇଡ୍ ଯୁବ ସମ୍ମାନ ଓ ଏନ୍ଏସ୍ଏସ୍ ରାଜ୍ୟ ପୁରସ୍କାର ଭଳି ଅନେକ ସମ୍ମାନ ପାଇଛନ୍ତି । ଏତିକି ନୁହେଁ, ବ୍ଲଡ ଡୋନେସନ୍ ଡ୍ରାଇଭ୍ ସହ ନିଶାମୁକ୍ତି କାଉନସେଲିଂ ସେଣ୍ଟର ମଧ୍ୟ ଚଳାଉଛନ୍ତି । ନିଶା ବିରୋଧୀ ଅଭିଯାନ ହେଲେ ଯୁବବର୍ଗଙ୍କ ମଧ୍ୟରେ ନିଶା ଖାଇବାର ପ୍ରବଣତା କମିଯିବ ବୋଲି ଅନେକ ତଥାକଥିତ ସ୍ଵେଚ୍ଛାସେବୀ ଭାଷଣ ଦେଉଛନ୍ତି । ହେଲେ ଇମ୍ରାନ ସେସବୁ ଭାଷଣରେ ବିଶ୍ଵାସ ନ ରଖି ନିଷ୍ଠାପର ଭାବେ ନିଜ କର୍ତ୍ତବ୍ୟ କରିଚାଲିଛନ୍ତି ।

ଆଧାର - ଦୈନନ୍ଦିନ ପ୍ରମେୟ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate