অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବ୍ୟବସାୟ ଛାଡି ଲୋକସେବା

ବାଲ୍ ସମ୍ବଲ ଯୋଜନା

ଅନାଥ ଓ ବେସାହାରା ପିଲାଙ୍କୁ ସାହାରା ଦେଇ ସମାଜର ମୁଖ୍ୟ ଧାରାରେ ଯୋଡିବା ଲାଗି ବହୁତ କମ୍ ଲୋକ ଚିନ୍ତା କରୁଛନ୍ତି ।   ପୁଣି ଯେଉଁମାନେ ଚିନ୍ତା କରୁଛନ୍ତି, ସେମାନଙ୍କ ମଧ୍ୟରୁ କିଛି ଏଭଳି ପିଲାଙ୍କ ପାଇଁ କାମ କରୁଛନ୍ତି ।  ପଂଚଶୀଳ ଜୈନ ଏଭଳି ହାତଗଣତି ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଯିଏକି ଅନାଥ ପିଲାଙ୍କ ବିକାଶ କ୍ଷେତ୍ରରେ ଏକ ଉହାହରଣ ପାଲଟି ଯାଇଛନ୍ତି ।  ରାଜସ୍ଥାନରେ ରହୁଥିବା ପଂଚଶୀଳଙ୍କ ଦ୍ୱାରା ବାଲ୍ ସମ୍ବଲ ଯୋଜନା ଏକ ଏଭଳି ପରିକଳ୍ପନା ଯାହା ଅନାଥ ପିଲାଙ୍କର ସର୍ବାଙ୍ଗୀନ ବିକାଶ କରୁଛି ।  ପାଠପଢା ହେଉ କି ଖେଳକୁଦ କିମ୍ବା ଜୀବନରେ ଆଗକୁ ଚାଲି ରୋଜଗାର କରିବା କଥା ହେଉ, ତାହା ବାଲ୍ ସମ୍ବଲରେ କୁହାଯାଇଛି ।

ବାଲ ସମ୍ବଳ ଯୋଜନାରେ ୨୫୦ ଜଣ ଅନାଥ ଓ ବେସାହାରା ପିଲାଙ୍କ ପାଇଁ ରହିବା ଓ ଅନ୍ୟାନ୍ୟ ସୁବିଧା ରହିଛି| ଏଥିରେ ଅଧା ପୁଅ ଓ ଅଧା ଝିଅ ।  ଏଠାରେ ରହି ପିଲାମାନେ ସ୍କୁଲପାଠ ସହିତ କମ୍ପ୍ୟୁଟର ପଢନ୍ତି ।  ପୁଣି ପସନ୍ଦ ଅନୁସାରେ ଅନ୍ୟକାମ ମଧ୍ୟ ଶିଖିଥାନ୍ତି ।  ରାଜସ୍ଥାନ ରାଜଧାନୀ ଜୟପୁର ଠାରୁ ୪୦ କିଲୋମିଟର ଦୂର ସିରୋହୀରେ ୧୫ ଏକର ଜମି ଉପରେ ବାଲ ସମ୍ବଳ କାମ କରୁଛି । ବର୍ତ୍ତମାନ ସେଠାରେ ୪୦ ଜଣ ପିଲା ଅଛନ୍ତି ।  ବସଷ୍ଟାଣ୍ଡ୍, ରେଳୱେ ଷ୍ଟେସନ୍ ଓ ଅନ୍ୟ ଯାଗାମାନଙ୍କରେ ଅନାଥ ହୋଇ ବୁଲୁଥିବା ପିଲାଙ୍କୁ ଉଦ୍ଧାର କରାଯାଇ ଏଠାରେ ରଖାଯାଏ ।  ଏଥିରେ ରାଜସ୍ଥାନ ଶିଶୁ କଲ୍ୟାଣ ସମିତି ସାହାଯ୍ୟ କରିଥାଏ।  ଏହି କ୍ୟାମ୍ପସ୍ ଭିତରେ ବାଲ ସମ୍ବଲ ବିଦ୍ୟାଳୟ ମଧ୍ୟ ଚାଲିଛି । ଯାହା ରାଜସ୍ଥାନ ସରକାରଙ୍କ ଦ୍ୱାରା ମାନ୍ୟତାପ୍ରାପ୍ତ ।  ପିଲାଙ୍କ ଖେଳର ବିକାଶ ପାଇଁ କ୍ୟାମ୍ପସ୍ ଭିତରେ ବିଭିନ୍ନ ଖେଲ ପଡିଆ ରହିଛି ।  ପଂଚଶୀଳ କହନ୍ତି,ମୁଁ ଚାହେଁ ପିଲାମାନଙ୍କର ପାଠପଢା ସହିତ ସେମାନଙ୍କର ପସନ୍ଦ ଅନୁଯାୟୀ ଖେଳରେ ଆମେ ତାଙ୍କୁ ସାହାଯ୍ୟ କରିଥାଉ ।  ଫଳରେ ସେ ଭବିଷ୍ୟରେ ଭଲ ମଣିଷ ହୋଇପାରିବ ।”

‘ବାଲ ସମ୍ବଲ’ରେ ଶିକ୍ଷା

‘ବାଲ ସମ୍ବଳ’ରେ ପାଠପଢା ଓ ଖେଳ ସହ ସଂଗୀତ, ହସ୍ତଶିଳ୍ପ ମଧ୍ୟ ଶିକ୍ଷା ଦିଆଯାଇଥାଏ ।  ଏଠାରେ ରହୁଥିବା ପିଲାମାନେ ନିଜ ଗୋଡରେ ଛିଡା ହେବା ଲାଗି ଅନେକ ଧନ୍ଦାମୂଳକ କାମ ଶିଖିଥାନ୍ତି । ଯେମିତିକି ସିଲେଇ, କମ୍ପ୍ୟୁଟର, ୱେଲଡିଂ ।  ଏଠାକାର କିଛି ପିଲା ମାର୍ସଲ ଆର୍ଟ ଓ ଧନୁଚାଳନା ଖେଳରେ ବି ନାମ କମାଇଛନ୍ତି ।  ଏଠାରେ ଷ୍ଟାଡିୟମ ଓ ସୁଇମିଂ ପୁଲ୍ ନିର୍ମାଣ କରିବା ଲାଗି ଯୋଜନା କରିଛନ୍ତି ପଂଚଶୀଳ ।  ଯାହା ଫଳରେ ଏଠାକାର ପିଲାମାନେ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ପରିଚୟ ସୃଷ୍ଟି କରିପାରିବେ ।

ପଂଚଶୀଳଙ୍କ ପରିଚୟ

ପଂଚଶୀଳଙ୍କ ବାପା ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ଓ ସ୍ୱାଧୀନତା ପରେ ସେ ସମାଜସେବାରେ ଲାଗିଥିଲେ ।  ସେ ରାଜସ୍ଥାନର ଚୁରୁ ଜିଲ୍ଲାର ଏକ ଗାଁକୁ ନିଜ ସାମର୍ଥ୍ୟରେ ଏକ ଆଦର୍ଶ ଗ୍ରାମ କରିପାରିଥିଲେ ।  ପଂଚଶୀଳକୁ ମିଶାଇ ତାଙ୍କର ଆଠ ପୁଅ ଝିଅ ଥିଲେ ।  ତେଣୁ ଆର୍ଥିକ ପରିସ୍ଥିତି ଏତେ ସ୍ୱଚ୍ଛଳ ନଥିଲା । ପିତାଙ୍କ ସମାଜସେବା ଗୁଣ ପଂଚଶୀଳଙ୍କ ଉପରେ ପଡିଥିଲା ।  କିନ୍ତୁ ଆର୍ଥିକ ପରିସ୍ଥିତି ଦୃଷ୍ଟିରୁ ପ୍ରଥମେ ସେ ଡାଇମଣ୍ଡ ଟୁଲ୍ସ ବ୍ୟବସାୟ କଲେ ।  ଏହି ଟୁଲ୍‌ ର ବ୍ୟବହାର ହୀରା ପଥର କାଟିବା ପାଇଁ କରାଯାଇଥାଏ ।  ପଂଚଶୀଳ କହନ୍ତି, ମୁଁ ଯେତେବେଳେ କାମ ଆରମ୍ଭ କରିଥିଲି, ସେତେବେଳେ ଏକ ସଂକଳ୍ପ କରିଥିଲି ଯେ ୫୦ ବର୍ଷ ପରେ ବ୍ୟବସାୟ ଛାଡି ସମାଜସେବାରେ ଲାଗିବି ।  ସେହି ଅନୁସାରେ ୨୦୦୮ରେ ବ୍ୟବସାୟ ସଂସ୍ଥା ଭାଇମାନଙ୍କ ହାତରେ ଛାଡି ‘ବାଲ ସମ୍ବଲ’ ଯୋଜନାରେ ଆରମ୍ଭ କରିଥିଲି ।

ପଂଚଶୀଳଙ୍କ ବିଶ୍ୱାସ ଯେ “ଦେଶର ଭବିଷ୍ୟତ ହେଉଛନ୍ତି ପିଲାମାନେ ।  ତେଣୁ ସେମାନଙ୍କର ଭବିଷ୍ୟତ ଭଲ ନ ହେଲେ, ଏ ଦେଶର ଭବିଷ୍ୟତ ଭଲ ହେବ କିପରି ।” ଏକୁଟିଆ ଆରମ୍ଭ କରିଥିବା କାମରେ ଏବେ ଅନେକ ଲୋକ ତାଙ୍କ ସହ ସାମିଲ ହେଲେଣି । ଏହି ମହାନ ଲୋକସେବା କାମକୁ ପରିଚାଳନା କରିବା ପାଇଁ ତାଙ୍କୁ ଏକ ୧୦ ଜଣିଆ ଟିମ୍ ସହଯୋଗ କରୁଛନ୍ତି ।

ଆଧାର - Akhand social worker, freelance journalist

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate