অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶରଦଙ୍କ ‘ପରାକ୍ରମ’ ଗାଁ ପାଇଁ ଗଛ, ପିଲାଙ୍କୁ ପ୍ରୋତ୍ସାହନ, ରୋଗୀକୁ ରକ୍ତଦାନ

ଶରଦଙ୍କ ‘ପରାକ୍ରମ’ ଗାଁ ପାଇଁ ଗଛ, ପିଲାଙ୍କୁ ପ୍ରୋତ୍ସାହନ, ରୋଗୀକୁ ରକ୍ତଦାନ

ଶରଦଙ୍କ ଯାତ୍ରା

ଦେଶ ପ୍ରେମ ଓ ସମାଜ କଲ୍ୟାଣର ଚିନ୍ତା ଅନେକ ଲୋକଙ୍କ ମନରେ ଥାଏ । ସେମାନେ ସବୁକିଛି ଛାଡି ଦେଶସେବାକୁ ହିଁ ନିଜ ଜୀବନର ଲକ୍ଷ୍ୟ ଭାବେ ବାଛନ୍ତି ଓ ସବୁ କାମକୁ ନିସ୍ୱାର୍ଥପର ଭାବରେ ନିର୍ବାହ କରନ୍ତି । ମଧ୍ୟପ୍ରଦେଶର ଶରଦ କୁମରେ ଏମିତି ଜଣେ ବ୍ୟକ୍ତିତ୍ୱ, ଯିଏ ସରକାରୀ ଚାକିରି ଛାଡି ଦେଶର ପ୍ରଗତି ପାଇଁ ନିଜକୁ ସମର୍ପି ଦେଇଛନ୍ତି ।

୨୦୦୧ରେ ଶରଦ କୁମରେଙ୍କ ଭଉଣୀ ବିନ୍ଦୁ କୁମରେ କାଶ୍ମୀରରେ ଆତଙ୍କବାଦୀଙ୍କ ସହ ଲଢି ଶହୀଦ ହୋଇଥିଲେ । ଦେଶ ପାଇଁ ଜୀବନ ଦେଇଥିବା ବିନ୍ଦୁ ଅସୀମ ସାହସର ପରିଚୟ ଦେଇ ଚାରି ଜଣ ଆତଙ୍କବାଦୀଙ୍କୁ ମାରିଥିଲେ । ଏହି ଘଟଣା ପରେ ଶରଦଙ୍କ ଜୀବନର ମୋଡ ବଦଳି ଯାଇଥିଲା । ସେଇ ଦିନ ଠାରୁ ସେ ଶପଥ ନେଇଥିଲେ ଯେ ରାଷ୍ଟ୍ରର ବିକାଶ ପାଇଁ ଯଥା ସମ୍ଭବ ପ୍ରୟାସ କରିବେ । ଉଚ୍ଚ ଶିକ୍ଷିତ ଶରଦ ଭଲ ସରକାରୀ ଚାକରି କରିଥିଲେ । କିନ୍ତୁ ସେ ଭାବିଲେ ଚାକିରିରେ ଥାଇ ଦେଶ ଓ ସମାଜ ପାଇଁ ଅଧିକ ସମୟ ଦେବା କଷ୍ଟକର ହୋଇପଡିବ । ତେଣୁ ସେ ଚାକିରି ଛାଡି ‘ପରାକ୍ରମ ଜନସେବୀ ସଂସ୍ଥାନ’ ଗଠନ କଲେ ।

ଶରଦଙ୍କ ଦେଶ ପ୍ରେମ ଓ ସମାଜ କଲ୍ୟାଣ

ସେ ପରିବେଶ ପାଇଁ ମଧ୍ୟ ଅନେକ କିଛି କାମ କରିଛନ୍ତି । ମଧ୍ୟପ୍ରଦେଶର ସିବନୀ ଜିଲ୍ଲାର ଜାବରକୋଠି, ନକାଟୋଲା, ଆମାଟୋଲା ଓ ହୋସଙ୍ଗାବାଦ୍ ଜିଲ୍ଲାର ଡୋଣ୍ଡିଆଘାଟ ଗାଁକୁ ବୃକ୍ଷରୋପଣ ପାଇଁ ଆପଣାଇଥିଲେ । ଏହି ସବୁ ଗଁଆରେ ସେ ଲକ୍ଷାଧିକ ଗଛ ଲଗାଇଛନ୍ତି । ଏହି ଉଲ୍ଲେଖନୀୟ କାମ ପାଇଁ ତାଙ୍କୁ ‘ଗ୍ରୀନ୍ ଆଇଡଲ୍ ସମ୍ମାନ’ ମିଳିଛି ।

ଶରଦଙ୍କର ଗୋଟିଏ ପେଟ୍ରୋଲ ପମ୍ପ ଅଛି, ଯେଉଁଟି ସଂପୂର୍ଣ ସୌର ଶକ୍ତି ଦ୍ୱାରା ଚାଲୁଛି । ଏହି ପେଟ୍ରୋଲ ପମ୍ପର ପରିବେଶ ଅନ୍ୟମାନଙ୍କ ଠାରୁ ଭିନ୍ନ । ଏଠାରେ ଆପଣ ନଡିଆ ଗଛ, କଦଳୀ ଗଛ ସହ ଅନ୍ୟାନ୍ୟ ଫୁଲଫଳ ଗଛ ଓ ପରିବାପତ୍ର ଲଗାଯାଇଥିବା ଦେଖିବାକୁ ପାଇବେ। ପିଲା ଖେଳିବା ପାଇଁ ଦୋଳି ମଧ୍ୟ ଏଠାରେ ଲାଗିଛି । ଏହି ପେଟ୍ରୋଲ ପମ୍ପକୁ ଗତ ଦୁଇ ବର୍ଷ ହେଲା ଗ୍ରୀନ୍ ଆୱାର୍ଡ ମିଳୁଛି । ଏହା ବ୍ୟତୀତ ସେ ବିଭିନ୍ନ ସ୍କୁଲ ଓ କଲେଜ୍ ପାଇଁ ଉପହାର ଆକାରରେ ବିଭିନ୍ନ ଗଛର ଚାରା ଦେଇଥାନ୍ତି । ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମକୁ ଗଲାବେଳେ ସେ ଅନ୍ୟ କୌଣସି ଉପହାର ନ ନେଇ ଗଛ ଚାରା ହିଁ ନେଇଥାନ୍ତି ।

ଶରଦ କୁହନ୍ତି, ଭାରତରେ ବହୁତ ପ୍ରତିଭା ଅଛନ୍ତି, କିନ୍ତୁ ଖରାପ ରାଜନୀତି ଦେଶର ବହୁତ କ୍ଷତି କରୁଛି । ରାଜନୀତି କାରଣରୁ ହିଁ ଦେଶରେ ଦଙ୍ଗା ହେଉଛି । ରାଜନୈତିକ ଲୋକଙ୍କ କଥାରେ ପଡି ଲୋକେ ବହୁ ଦିନର ସମ୍ପର୍କ ଓ ଭାଇଚାରକୁ ଭୁଲି ଯିବା ଉଚିତ୍ ନୁହେଁ ବୋଲି ଶରଦଙ୍କ ମତ । ସେ ଏକଥା ଲୋକମାନଙ୍କୁ ବୁଝାନ୍ତି । ସବୁ ଜାତି ଧର୍ମ ପରସ୍ପରକୁ ସାହାଯ୍ୟ କରିବା ଲାଗି ସେ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । ମଣିଷର ରକ୍ତ ସମାନ । ସବୁ ମଣିଷ ଏକ ଓ ସେମାନଙ୍କ ଇଶ୍ୱର ମଧ୍ୟ ଏକ । ମଣିଷ ଜାତି, ଧର୍ମ ତିଆରି କରିଛି ବୋଲି ସେ କୁହନ୍ତି । ସେ ନିଜେ ୭୦ ଥର ରକ୍ତଦାନ କରିସାରିଛନ୍ତି । ୧୯୯୩ରୁ ସେ ରକ୍ତଦାନ ଶିବିର ଆୟୋନ କରିଆସୁଛନ୍ତି । ମଧ୍ୟପ୍ରଦେଶର ବିଭିନ୍ନ ଜିଲ୍ଲାରେ ସେ ଏ ପର୍ଯ୍ୟନ୍ତ ୪୦୦ରୁ ଅଧିକ ରକ୍ତଦାନ ଶିବିର କରି ସାରିଲେଣି । ଏଥିପାଇଁ ତାଙ୍କୁ ଲୋକଙ୍କର ଓ ବିଭିନ୍ନ ଡାକ୍ତରଖାନାର ସହଯୋଗ ମିଳୁଛି । ରୋଗୀମାନଙ୍କୁ ଜରୁରୀ ସମୟରେ ରକ୍ତ ଯୋଗଇବାରେ ସେ ଆଗଭର ।

ଶରଦ କହନ୍ତି,"ପିଲାମାନେ ହେଉଛନ୍ତି ଆମ ଭବିଷ୍ୟ । କିନ୍ତୁ ବର୍ତ୍ତମାନର ଧାଁ ଧଉଡର ଜୀବନରେ ଆମେ ସେମାନଙ୍କୁ ନୈତିକ ଶିକ୍ଷା ଦେଇପାରୁନାହୁଁ । ସେମାନଙ୍କ ମଧ୍ୟରେ ସଂସ୍କାର ଆସିବା ଜରୁରୀ | ସମସ୍ତଙ୍କୁ ସାହାଯ୍ୟ କରିବାର ମନୋଭାବ ଓ ଦେଶପ୍ରେମର ଭାବନା ରହିବା ଦରକାର।"

‘ଆକାଶ ଟିମ୍‌’

ଏଥିପାଇଁ ମଧ୍ୟ ଶରଦ ପ୍ରୟାସ ଜାରି ରଖିଛନ୍ତି । ପିଲାମାନଙ୍କୁ ପ୍ରୋତ୍ସାହନ, ଆତ୍ମନିର୍ଭର ଓ ସେମାନଙ୍କମଧ୍ୟରେ ନୈତିକ ମୂଲ୍ୟବୋଧ ଜାଗ୍ରତ କରିବା ପାଇଁ ସେ ଗଢିଛନ୍ତି ‘ଆକାଶ ଟିମ୍‌’ । ଏହି ଟିମ୍‌ ମାଧ୍ୟମରେ ପିଲାମାନଙ୍କୁ ରଚନାତ୍ମକ କାର୍ଯ୍ୟ କରାଇବା ସହ ସେମାନଙ୍କୁ ଦେଶ ଓ ସମାଜ ପ୍ରତି ସଚେତନ କରାଯାଏ । ଏଥିରୁ ପ୍ରେରଣା ପାଇଁ ପିଲାଏ ଗଛ ଲଗାଉଛନ୍ତି । ରକ୍ତଦାନ ଶିବିରରେ ସାହାଯ୍ୟକରୁଛନ୍ତି । ଆକାଶ ଟିମ୍‌ ସେମାନଙ୍କ ପାଇଁ ବିଭିନ୍ନ ଖେଳର ମଧ୍ୟ ଆୟୋଜନ କରେ ।

ଶରଦ କହନ୍ତି, ଜନସେବା କରିବା ତାଙ୍କର ନିତ୍ୟକର୍ମର ଏକ ଅଂଶ ପାଲଟି ଗଲାଣି । ଏହି କାମରୁ ତାଙ୍କୁ ଆନନ୍ଦ ମିଳେ । ତାଙ୍କ ପତ୍ନୀ ଡ. ଲକ୍ଷ୍ମୀ କୁମେର ଶରଦଙ୍କୁ ଏହି କାମରେ ପୂର୍ଣ୍ଣ ସହଯୋଗ କରନ୍ତି । ଶରଦ ଦୁର୍ନୀତି ମୁକ୍ତ ଭାରତର ସ୍ୱପ୍ନ ଦେଖନ୍ତି । ଦୁନିଆର ସବୁଠୁ ଅଗ୍ରଣୀ ରାଷ୍ଟ୍ର ଭାବେ ଭାରତକୁ ଦେଖିବାକୁ ଚାହୁଁଛନ୍ତି ଏହି ସମାଜସେବୀ ଜଣକ ।

ଆଧାର - Akhand social worker, freelance journalist

Last Modified : 10/19/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate