অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶାଳିନୀଙ୍କ ସ୍ୱପ୍ନ ସିଢି ଚଢିବା ଭଳି ‘ୱାକର’ କଲେ ଉଦ୍ଭାବନ

ଶାଳିନୀଙ୍କ ଉପଲବ୍ଧ

ଗୋଟିଏ ଝିଅ ମନରେ ଆସିଥିଲା ଏକ ଅଭିନବ ପରିକଳ୍ପନା(ଆଇଡିଆ) ଓ ଏବେ ସେହି ଆଇଡିଆ ଯୋଗୁଁ ଖୁବଶୀଘ୍ର ଲକ୍ଷଲକ୍ଷ ଲୋକଙ୍କୁ ମିଳିବ ଫାଇଦା, ଯେଉଁମାନେ ପ୍ରତିଦିନ ଚାଲିବା ପାଇଁ ୱାକର୍ ବ୍ୟବହାର କରିଥାନ୍ତି ।  ବିହାର ରାଜଧାନୀ ପାଟନାରେ ରହୁଥିବା ଶାଳିନୀ କୁମାରୀ ଏମିତି ଏକ ୱାକର ଡିଜାଇନ୍ କରିଛନ୍ତି, ଯାହାର ଆଗରେ ଥିବା ଦୁଇ ଗୋଡକୁ ଛୋଟ ବଡ କରାଯାଇପାରିବ ।

ଆଡଜଷ୍ଟ କରିହେଉଥିବା ଏହି ୱାକର ଯୋଗୁଁ ଏହାକୁ ବ୍ୟବହାର କରୁଥିବା ବ୍ୟକ୍ତି ସହଜରେ ଏପଟ ସେପଟ ଯିବା ଆସିବା କରିପାରନ୍ତି । ଏଭଳିକି ଏହା ସାହାଯ୍ୟରେ ସିଢି ମଧ୍ୟ ଚଢିହୁଏ ।

ଏହି ଆଇଡିଆ ପାଇଁ ଶାଳିନୀଙ୍କୁ ଅନେକ ପୁରସ୍କାର ମିଳିସାରିଲାଣି । ଆଶା କରାଯାଉଛି ୨୦୧୬ ପ୍ରଥମ ଭାଗରେ ଏହି ୱାକର ସହଜରେ ବଜାରରେ ଉପଲବ୍ଧ ହେବ ।

ୱାକର ପ୍ରବେଶିକା ପରୀକ୍ଷା ପ୍ରସ୍ତୁତି

ଶାଳିନୀ ମଧ୍ୟମ ବର୍ଗୀୟ ପରିବାରରେ ଜନ୍ମ ହୋଇଥିଲେ । ତେବେ ଏବେ ସେ ଡାକ୍ତରୀ ପଢିବା ପାଇଁ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ।  ସେ କହନ୍ତି,“ମୋତେ ୱାକର ତିଆରି କରିବାର ଆଇଡିଆ ମୋର ଜେଜେ ବାପାଙ୍କୁ ଦେଖିବା ପରେ ଆସିଲା ।  ମୁଁ ଦେଖିଲି ସେ ତାଙ୍କ ୱାକର ଧରି ଚାଲିବା ବେଳେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି ।  ୱାକର ସାହାଯ୍ୟରେ ସେ ସିଡି ଚଢି ପାରନ୍ତି ନାହିଁ ।  ଯଦି ପଛକୁ ବୁଲିବାକୁ ଥିବ ତ ତାଙ୍କୁ କଷ୍ଟ ହେଉଥିଲା । ଏମିତି ଏହି ୱାକରରେ ମୁଁ ଅନେକ ସମସ୍ୟା ଦେଖିଥିଲି ଓ ବୁଝିଥିଲି ।”

ଏହା ପରେ ସେ ଭାବିଲେ ଏହି ୱାକରରେ କିଛି ସାମାନ୍ୟ ପରିବର୍ତ୍ତନ କରାଗଲେ ଏଥିରେ ଥିବା ସମସ୍ୟା ସମାଧାନ ହୋଇପାରିବ।  ସେ ଏହାର ଡିଜାଇନ୍ ଉପରେ କାମ ଆରମ୍ଭ କରିଦେଲେ ।

ଶାଳିନୀ ଗୋଟିଏ ପରେ ଗୋଟିଏ ଡିଜାଇନ୍ ତିଆରି କଲେ ।  କିନ୍ତୁ ଅଧିକାଂଶରେ କିଛି ନା କିଛି ଅଭାବ ରହିଯାଉଥିଲା । ଅଷ୍ଟମ କ୍ଲାସରେ ପଢିବା ବେଳଠାରୁ ସେ ଏହି ୱାକର ଡିଜାଇନ୍ କାମ ଆରମ୍ଭ କରିଥିଲେ ।  ଶେଷରେ ବହୁ ଉଦ୍ୟମ ପରେ ତାଙ୍କ ମୁଣ୍ଡରେ କ୍ୟାମେରା ଟ୍ରାଇପଡ୍ ଡିଜାଇନ୍ କଥା ମନକୁ ଆସିଲା । ଯାହାକୁ ଧ୍ୟାନରେ ରଖି ସେ ନୂଆ ଡିଜାଇନ୍ ତିଆରି କଲେ ।  ଯେଉଁଥିରେ ତାର ଗୋଡକୁ ଛୋଟ ବଡ କରାଯାଇପାରିବ । ଏହା ବ୍ୟତୀତ ସେ ୱାକରରେ ଅନ୍ୟ କିଛି ସୁବିଧା ମଧ୍ୟ ରଖିଲେ । ଯେମିତିକି ଘଣ୍ଟାର ବ୍ୟବସ୍ଥା, ପାଣି ବୋତଲ ରଖିବା ବ୍ୟବସ୍ଥା ଆଦି ।

ଶାଳିନୀଙ୍କୁ ବିଜିନେସ୍ ମଡେଲ୍ ଆୱାର୍ଡ

ଏହି ପ୍ରକଳ୍ପକୁ ସେ ଗୁଜରାଟର ଅହମ୍ମଦାବାଦରେ ଥିବା ନେସନାଲ୍ ଇନୋଭେସନ୍ ଫାଉଣ୍ଡେସନ୍ ସମ୍ମୁଖରେ ରଖିଲେ । ସେ ତିଆରି କରିଥିବା ଡିଜାଇନ୍ ଉପରେ ଆହୁରି କାମ ହେଲା । ୱାକରରେ କିଛି ପରିବର୍ତ୍ତନ କରାଯାଇ ଏକ ନୂଆ ୱାକର ତିଆରି ହେଲାପରେ ଶାଳିନୀକୁ ସେଠାକୁ ଡକାଗଲା । ଏହି ଡିଜାଇନ୍‌କୁ ନେଇ କାମ ଶେଷ ହୋଇଛି । କେବଳ ସେତିକି ନୁହେଁ ନାଗପୁରର ଏକ କମ୍ପାନୀ ଏହି ପ୍ରୋଜେକ୍ଟକୁ କିଣି ନେଇଛି ।  ବହୁ ସଂଖ୍ୟାରେ ୱାକର ନିର୍ମାଣ କାମ ମଧ୍ୟ ଆରମ୍ଭ ହୋଇଗଲାଣି । ଶାଳିନୀ କହିଛନ୍ତି, ଏହି ୱାକର ଖୁବ ଶୀଘ୍ର ବଜାରକୁ ଆସିବ ଓ ପ୍ରାୟ ଅଢେଇ ହଜାର ଟଙ୍କାରେ ଏହା ବିକ୍ରି କରାଯିବ ।

ଏହି ୱାକର ତିଆରି କରିବାରେ ଆଲୁମିନିୟମ୍ ବ୍ୟବହାର ହୋଇଛି । କାରଣ ଏହା ୱାକରକୁ ହାଲକା କରିବା ସହ ଆରାମଦାୟକ କରିଥାଏ ।  ଏହା ଜରିଆରେ ବ୍ୟକ୍ତିଟିଏ ବାମ ଡାହାଣ ଯେ କୌଣସି ଦିଗରେ ଯିବା ଆସିବା କରିପାରିବ । ଏହା ଦ୍ୱାରା ସହଜରେ ପାହାଚରେ ବି ଚଢିହେବ ଏବଂ ଓହ୍ଲାଇହେବ ।  ଯାହା ବଜାରରେ ମିଳୁଥିବା ୱାକରରେ ହୁଏ ନାହିଁ ।  ଶାଳିନୀଙ୍କ ଏହି ଉଦ୍ଭାବନ ପାଇଁ ତାଙ୍କୁ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରଶଂସା ଓ ସମ୍ମାନ ମିଳିଛି ।  ପ୍ରଥମେ ପୂର୍ବତନ ରାଷ୍ଟ୍ରପତି ଅବଦୁଲ୍ କଲାମ ତାଙ୍କୁ ସମ୍ମାନିତ କରିଥିଲେ । ଏହି ବର୍ଷ ତାଙ୍କୁ ଷ୍ଟୁଡେଣ୍ଟ କାଉନସିଲ୍ ଆୱାର୍ଡ ମିଳିସାରିଛି ।  ଦକ୍ଷିଣ କୋରିଆର ଏକ ସଂଗଠନ ତାଙ୍କର ଏହି କାମ ଯୋଗୁଁ ଶାଳିନୀଙ୍କୁ ବିଜିନେସ୍ ମଡେଲ୍ ଆୱାର୍ଡ ପ୍ରଦାନ କରିଛି ।  ଏବେ ଶାଳିନୀଙ୍କ ପ୍ରୟାସ ହେଉଛି ଏହି ୱାକର କିଭଳି ଏହାକୁ ଦରକାର କରୁଥିବା ଲୋକଙ୍କ ପାଖରେ ପହଁଚିବ ଓ ସେମାନେ ଅଳ୍ପ କଷ୍ଟରେ ଏହା ସାହାଯ୍ୟରେ ଚଲାବୁଲା କରିପାରିବେ ।

ଆଧାର - Akhand social worker, freelance journalist

Last Modified : 12/21/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate