অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶିକାଗୋ ବିଶ୍ଵବିଦ୍ୟାଳୟରେ ସଂସ୍କୃତ ଶିକ୍ଷା ପାଇଁ ୩୫ ଲକ୍ଷ ଡଲାର ଦାନ

ଶିକାଗୋ ବିଶ୍ଵବିଦ୍ୟାଳୟରେ ସଂସ୍କୃତ ଶିକ୍ଷା ପାଇଁ ୩୫ ଲକ୍ଷ ଡଲାର ଦାନ

ଉପକ୍ରମ

ଶିକାଗୋ ବିଦେଶରେ ଛାତ୍ରୀଛାତ୍ର ସଂସ୍କୃତି ଶିଖିବେ । ଶିକାଗୋ ବିଶ୍ଵବିଦ୍ୟାଳୟରେ ପଢୁଥିବା ଭାରତୀୟ ଉପମହାଦେଶର ଛାତ୍ରୀଛାତ୍ରଙ୍କୁ ଏଥିରେ ସାମିଲ କରାଯିବ ।

ପୃଥିବୀର ସର୍ବପୁରାତନ ଏହି ଭାଷାରେ ଗୁରୁତ୍ଵକୁ ଦୃଷ୍ଟିରେ ରଖି ଭାରତୀୟ- ଆମେରିକୀୟ ଦମ୍ପତି ସହଯୋଗର ହାତ ବଢାଇଛନ୍ତି । ଏଥି ନିମନ୍ତେ ସେମାନେ ଦାନ କରିଛନ୍ତି ୩୫ ଲକ୍ଷ ଆମେରିକୀୟ ଡଲାର ।

ବଦାନ୍ୟତା

ଭାରତୀୟ ଭାଷାର ପ୍ରସାର ନିମନ୍ତେ ବଦାନ୍ୟତା ଦେଖାଇଥିବା ଏହି ଦମ୍ପତି ହେଲେ ଗୁରୁ ରାମକ୍ରିଷ୍ଣନ୍ ଏବଂ ଅନୁପମା । ସଂସ୍କୃତ ଅଧ୍ୟାପନା କ୍ଷେତ୍ରରେ ଏହା ଉଭୟ ଅଧ୍ୟାପକ ଏବଂ ଛାତ୍ରୀଛାତ୍ରଙ୍କୁ ସହାୟତା କରିବ, ଯାହା ଶାସ୍ତ୍ରୀୟ ଭାଷାର ମର୍ଯ୍ୟାଦାକୁ ବିଦେଶରେ ଅଧିକ ଲୋକପ୍ରିୟ କରାଇବ ବୋଲି ବିଶ୍ଵବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।

କଳା ଓ ସଂସ୍କୃତି

ଶିକାଗୋ ବିଶ୍ଵବିଦ୍ୟାଳୟ ହେଉଛି ପୃଥିବୀର ଖ୍ୟାତନାମା ଶିକ୍ଷାନୁଷ୍ଠାନ ଭିତରୁ ଅନ୍ୟତମ । ସମଗ୍ର ଦକ୍ଷିଣ ଏସିଆରେ ସ୍କଲାରଶିପ୍ ନିମନ୍ତେ ଏହାକୁ ସୁଖ୍ୟାତି ଅର୍ଜନ କରିଥିବା ଡିନ୍ ମାର୍ଥା ଟି.ରଥ୍ କହିଛନ୍ତି । ଦକ୍ଷିଣ ଏସିଆର କଳା, ସଂସ୍କୃତି, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ଶିକ୍ଷା, ଧର୍ମବିଶ୍ଵାସ, ଦର୍ଶନ ବଦାନ୍ୟତା ଏହାକୁ ଆହୁରି ମହାନ୍ କରିପାରିଛି ବୋଲି ରଥ୍ କହିଛନ୍ତି ।

ଦକ୍ଷିଣ ଏସିଆର ଭାଷା, ସଭ୍ୟତା ବିଷୟରେ ଅଧ୍ୟାପନା କରୁଥିବା ପ୍ରଖ୍ୟାତ ଅଧ୍ୟାପନ ତଥା ଦିଲ୍ଲୀ ସ୍ଥିତ ଶିକାଗୋ କେନ୍ଦ୍ରର ନିର୍ଦ୍ଦେଶକ ଗ୍ରେ ଟବ୍ ଏହାର ପ୍ରଥମ ଛାତ୍ର ଭାବେ ଏଥିରେ ସ୍ଥାନ ପାଇଛନ୍ତି । ସଂସ୍କୃତ ଭାଷାର ଉତ୍କର୍ଷତା ବିଦେଶରେ ବଢିବ । ବେଦ, ଉପନିଷଦ୍, ଧର୍ମୀୟ ସଙ୍ଗୀତ, ନୃତ୍ୟ ଆଦିର ପ୍ରସାର ଦିଗରେ ନୂତନ ଯୁଗର ଅୟମାରମ୍ଭ ହେବ ବୋଲି ରାମକ୍ରିଷ୍ଣନ୍ ଦମ୍ପତି କହିଛନ୍ତି । ଏହା କେବଳ ଭାରତୀୟ ଛାତ୍ରଙ୍କ କାମରେ ଆସିବ ତାହା ନୁହେଁ, ଶିକାଗୋର ସାଂସ୍କୃତିକ ସମ୍ମେଳନରେ ମଧ୍ୟ ଏହା ସହାୟକ ହେବ। ସମୃଦ୍ଧ ଇତିହାସ, ମାନବ ଭାବନାର ସମିଶ୍ରଣ ଏହି ଭାଷା ସମସ୍ତଙ୍କୁ ଆକର୍ଷଣ କରିବାରେ ସାମର୍ଥ ହେବ ବୋଲି ଟବ୍ କହିଛନ୍ତି ।

ଆଧାର- ଦୈନିକ ଧରିତ୍ରୀ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate