অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସାହିତ୍ୟ ରୁ ଡିଜାଇନ : ଦୀପା ପୋଟାଙ୍ଗଡୀଙ୍କ କାହାଣୀ

ଦୀପା ର ଯାତ୍ରା

ଆପଣ ରାଶିଫଳ ବା ଜାତକରେ ବିଶ୍ଵାସ କରନ୍ତି କି କାହାଣୀର ଅନ୍ତ ଯାଏ ଏହି ଚିନ୍ତାକୁ ଧରି ରଖନ୍ତୁ, କାରଣ ଆପଣଙ୍କ ଉତ୍ତରଟି ବୋଧ ହୁଏ ବଦଳି ଯାଇପାରେ।

ଆମେ ସମସ୍ତେ ନିଜ କ୍ଲାସ ରେ ଏପରି ଗୋଟେ ପିଲା କଥା ମନେରଖିଥିବା ଯିଏ ସବୁ କ୍ଲାସରେ ଉପସ୍ଥିତ ଥାଏ, ସବୁଠୁ ଅଧିକ ପ୍ରଶ୍ନ ପଚାରେ  ଓ ଆମ ମାନଙ୍କ ମଜା ର ପାତ୍ର ମଧ୍ୟ ହୁଏ । ତେବେ ଦୀପା ପୋତଟାଙ୍ଗଡୀ ସେହି ଭଳି ଜଣେ ଛାତ୍ରୀ, ମାତ୍ର ଏବେ ସେହି କ୍ଲାସ ରୁମ ବଦଳରେ ସେ ବଡ ବଡ ସମ୍ମିଳନୀରେ ଭାଷଣ ଦେଉଥିବାର  ଶୁଣିବାକୁ ମିଳୁଛି । ବର୍ତ୍ତମାନ ସେ ଅନ୍ୟ ମାନଙ୍କ ମଜା ଉଡେଇବାକୁ ସକ୍ଷମ । ବାଙ୍ଗାଲୋର ସ୍ଥିତ ଇଉକାଲିପଟାସ ସିସ୍ଟେମସ ରେ Instructional ଡିଜାଇନାର ଭାବରେ କାମ କରୁଛନ୍ତି ।

ଇଂରାଜୀ ସାହିତ୍ୟରେ ସ୍ନାତକ ପରେ ସେ କମ୍ପୁଟର ତଥା ଟେକନୋଲଜି ସହ ପରିଚିତ ହୋଇଥିଲେ । ଦୀପା ଙ୍କ ବିଷୟରେ ଜାଣିବା ପାଇଁ ଏପରି ଅନେକ କିଛି ଅଛି ଯାହା ପାଠକଙ୍କୁ ଆମୋଦିତ କରିବା ।

ଆପଣ ରାଶିଫଳ ବା ଭବିଷ୍ୟବାଣୀ ରେ ବିଶ୍ଵାସ କରନ୍ତି କି

ଯେବେ ଦ୍ଵାଦଶ ଶ୍ରେଣୀ ରେ ଦୀପାଙ୍କ ପରୀକ୍ଷା ଫଳ ଭଲ ହେଲା ନାହିଁ, ତାଙ୍କ ପରିବାର ଲୋକ ଜଣେ ଜ୍ୟୋତିଷ ପାଖକୁ ଯାଇଥିଲେ । ସେଇ ଜ୍ୟୋତିଷ ଜଣକ କହିଥିଲେ ଯେ ଦୀପା କମ୍ପୁଟର ଓ ବୈଷୟିକ ଶିକ୍ଷାରେ ଭଲ କରିବ । ମାତ୍ର ସମସ୍ତଙ୍କୁ ଭୁଲ ପ୍ରମାଣିତ କରିବା ପାଇ ଦୀପା ଶାନ୍ତିନିକେତନ ବିଶ୍ୱବିଦ୍ୟାଳୟ ରେ ଇଂରାଜୀରେ ସ୍ନାତକ କଲେ । ସେ କୁହନ୍ତି ଯେ ନିଜ ବିଶ୍ୱବିଦ୍ୟାଳୟ କୁ ଅନେକ ସ୍ଥାନ ରେ ପ୍ରତିନିଧିତ୍ଵ କରିବା ସହ ସେ ସବୁ କ୍ଷେତ୍ରରେ ଅଗ୍ରଣୀ ଥିଲେ । ଏହା ମୋର ଆତ୍ମବିଶ୍ଵାସକୁ ମଜବୁତ କରିଥିଲା । ମାତ୍ର ପରେ ସେ କୌଣସି ଚାକିରି ପାଇ ନଥିଲେ । ତେବେ ଚାକିରି ଖୋଜାରେ ବ୍ୟସ୍ତ ଥିବା ସମୟରେ ସେ ଏନଆଇଆଇଟି(NIIT) ରେ ଯୋଗ ଦାନ କରିଥିଲେ ।

ଟେକନୋଲଜି ସହ ଖୋଲା ସମ୍ପର୍କ

ଏନଆଇଆଇଟି ରେ ପଢିବା ଏକ ଦୁର୍ଘଟଣା ଥିଲା । ଏକ 3 ବର୍ଷୀୟା ଜିଏନଆଇଆଇଟି କୋର୍ସ ରେ ଯୋଗଦାନ କଳା ପରେ ସେ ପ୍ରୋଗ୍ରାମ୍ମିଙ୍ଗ ଲାଙ୍ଗୁଏଜ ପଢିବା ଆରମ୍ଭ କରିଥିଲେ । ପରେ ସେ ଏନଆଇଆଇଟି ରେ ହିଁ ଚାକିରି କରିବା ପରେ ବାଙ୍ଗାଲୋରକୁ ଆସିଥିଲେ । ତେବେ ଓରାକେଲରେ ଚାକିରି ପାଇବା ପରେ ତାଙ୍କର ନୂତନ ଜୀବନ ଆରମ୍ଭ ହୋଇଥିଲା । Instructional ଡିଜାଇନର ହିସାବରେ ସେ ନିଜକୁ ପ୍ରତିଷ୍ଠିତ କରିପାରିଲେ । ପରେ ସେ ଭିଏମୱାରେ , କ୍ଲାଉଡ ଦ୍ଯାଟ ଭଳି ସଂସ୍ଥା ରେ କାମ କରିବାର ସୁଯୋଗ ମଧ୍ୟ ପାଇଥିଲେ । ଏବେ ସେ ଇଉକାଲିପଟସରେ ଟ୍ରେନିଂ କୋର୍ସ ସଫ୍ଟୱେର ବନେଇବା ସହ ଉତ୍ପାଦ ଡିଜାଇନ, ପ୍ରକଳ୍ପ ପରିଚାଳନା ମଧ୍ୟ କରୁଛନ୍ତି ।

ମୁଁ ଅନେକ ବିଭିନ୍ନ ପ୍ରକାର କୌଶଳ ବ୍ୟବହାର କରି ଟ୍ରେନିଂ କୋର୍ସ ତିଆରି କରୁଛି । ଏହା ସହ ଇଉକାଲିପଟସ ର ଅନେକ ଉତ୍ପାଦ ସାର୍ଟିଫିକେଶନ କାମ ରେ ମଧ୍ୟ ନିଯୋଜିତ ଅଛି । ଗତ ୧୦ ବର୍ଷ ମଧ୍ୟ ରେ ସେ ଅନେକ ସଫ୍ଟୱେର ଓ କୌଶଳ ସହ କାମ କରୁଥିବା ବେଳେ ସେ କୁହନ୍ତି ଯେ ନିଜ କୁ ସେ କୌଣସି ଗୋଟିଏ କୌଶଳ ସହ ଯୋଡି ରଖିବାକୁ ଚାହାନ୍ତି ନାହିଁ ।

ବ୍ୟକ୍ତିତ୍ଵର ସଜ୍ଞା ଖୋଜିପାଇବା କରେ ଆପଣଙ୍କୁ ଆହୁରି ବଳିଷ୍ଠ

ଏକ ନିର୍ଭୀକ ମଣିଷ ହିସାବରେ ସେ ନିଜ ଜୀବନରେ ସଫଳତା ହାସଲ କରି ଚାଲିଛନ୍ତି । ଜାମଶେଦପୁର ରେ ଜନ୍ମିତ ଦୀପା ପରବର୍ତୀ ଜୀବନ ରେ କେରଳା ଆସିବା ପରେ ଅନେକ କିଛି ପରିବର୍ତନ ଆଣିଥିଲେ । ନିଜ ବାପା ଙ୍କ ଦ୍ଵାରା ଅନେକ ପ୍ରଭାବିତ ହୋଇଥିବା ଦୀପା କୁହନ୍ତି ଯେ ଟାଟା ଷ୍ଟିଲର ଏକ ସାଧାରଣ କର୍ମଚାରୀ ଭାବରେ ସେ ଅତ୍ୟନ୍ତ କର୍ମଷ୍ଠ ଥିଲେ । ସେ ତାଙ୍କ ଜୀବନରେ ତାଙ୍କ ବାପାଙ୍କ ଠାରୁ ବହୁତ ପ୍ରେରଣା ନିଅନ୍ତି । ତାଙ୍କ ବାପା ଙ୍କ ସଚ୍ଚୋଟତା, ସିଧା କଥା, ପରିଶ୍ରମୀ , ଉତ୍ତମ ସମ୍ପର୍କ ସ୍ଥାପନ ଗୁଣ , ଆଦି ତାଙ୍କୁ ଅନେକ ପ୍ରଭାବିତ କରିଛି । ତାଙ୍କ ଜୀବନ ରେ ସେ ଆହୁରି ଜେଆରଡ଼ି ଟାଟା ଙ୍କ ଦ୍ଵାରା ଅନେକ ପ୍ରଭାବିତ ହୋଇଛନ୍ତି ।

ଟେକନୋଲଜି ଦୁନିଆରେ ଜଣେ ମହିଳା ଭାବେ

ଦୀପା କେବେ ନିଜକୁ ଏକ ମହିଳା ଭାବରେ ଏହି ବୈଷୟିକ କ୍ଷେତ୍ରରେ କେବେ ହତୋତ୍ସାହିତ ହୋଇ ନାହାନ୍ତି । ଯଦିଓ ଆହୁରି ଅନେକ ମହିଳା ଏହି କ୍ଷେତ୍ର ରେ ଆସିବା କଥା । ବିଭିନ୍ନ ଟ୍ରେନିଂ ରେ ମହିଳା ମାନଙ୍କ ଯୋଗ ଦାନ , ସୁଯୋଗର ସଠିକ ବିନିଯୋଗ କରିପାରିଲେ ମହିଳା ମାନେ ଆଗକୁ ବଢି ପାରିବେ ବୋଲି ସେ ଦୃଢତା ର ସହ କୁହନ୍ତି ।

ତେବେ ବାହାଘର ପରେ ସେ ଟିକେ କାର୍ଯ୍ୟ କ୍ଷେତ୍ର ରେ ସମନ୍ଵୟ ରଖିବା ରେ କଷ୍ଟ କରୁଥିବା କଥା କୁହନ୍ତି । ତେବେ ତାଙ୍କୁ ଯାହା ଭଲ ଲାଗେ ସେ ତାକୁ କରିବା ଜାରି ରଖିବେ ବୋଲି କୁହନ୍ତି ।

ସାହିତ୍ୟ ପ୍ରତି ଆସକ୍ତିର ହେଲା କଣ

ତେବେ ତାଙ୍କ ର ସାହିତ୍ୟ ପ୍ରତି ଥିବା ଦୁର୍ବଳତା ଆଜି ମଧ୍ୟ ରହିଛି । ସେ ଆଜି ମଧ୍ୟ ଉପନ୍ୟାସ ପଢନ୍ତି । ଚିତ୍ର କରିବାକୁ ଭଲ ପାଉଥିବା ଦୀପା ରୋଷେଇ କରିବାକୁ ମଧ୍ୟ ଭଲ ପାନ୍ତି । ସେ ମହିଳା ମାନଙ୍କ ପାଇ କିଛି କରିବାକୁ ଚାହାନ୍ତି । ତାଙ୍କର ଜଣେ ବନ୍ଧୁଙ୍କ ମା'ଙ୍କ ଚିତ୍ର ପାଇ ସେ ଏବେ ଗୋଟେ ୱେବସାଇଟ କରିଛନ୍ତି । ତେବେ ସେ ମହିଳା ଙ୍କ ପାଇ ଅନେକ କିଛି କରିବାର ଆଶା ରଖିଛନ୍ତି ।

ଆଧାର ୟୌର ଷ୍ଟୋରୀ

 

Last Modified : 10/29/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate