অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜାତିସଂଘର ବିଶ୍ଵ ଜନସଂଖ୍ୟା ଦିବସ ପାଳନ ପରିପ୍ରେକ୍ଷୀରେ କେତୋଟି ତଥ୍ୟ

ଜାତିସଂଘର ବିଶ୍ଵ ଜନସଂଖ୍ୟା ଦିବସ ପାଳନ ପରିପ୍ରେକ୍ଷୀରେ କେତୋଟି ତଥ୍ୟ

ଉପକ୍ରମ

ପୃଥିବୀରେ ବର୍ତ୍ତମାନ  ଜନସଂଖ୍ୟା ହେଉଛି  ୭୪୦ କୋଟି । ଜାତିସଂଘର ବିଶ୍ଵ ଜନସଂଖ୍ୟା ଦିବସ ପାଳନ ପରିପ୍ରେକ୍ଷୀରେ କେତୋଟି ତଥ୍ୟ ରହିଛି ।

କେତୋଟି ତଥ୍ୟ

  • ପୃଥିବୀରେ ବର୍ତ୍ତମାନ  ଜନସଂଖ୍ୟା ହେଉଛି  ୭୪୦ କୋଟି । ଜାତିସଂଘର ଜନସଂଖ୍ୟା ଘଡିରେ ବିଶ୍ଵରେ ଦୈନିକ  ଜନ୍ମ, ମୃତ୍ୟୁ ଏବଂ ଜନସଂଖ୍ୟା ଅଭିବୃଦ୍ଧି ସମ୍ପୂର୍ଣ୍ଣ ଠିକ୍ ନହେଲେ ମଧ୍ୟ ପାଖାପାଖି ଆକଳନ କରିହେଉଛି ।
  • ୧୦୦୦  ମସିହାରେ ବିଶ୍ଵ ଜନସଂଖ୍ୟା  ଥିଲା ୪୦କୋଟି । ୭୫୦ବର୍ଷ ପରେ ଅର୍ଥାତ୍ ୧୭୫୦ରେ ଏହା ହେଲା  ୮୦କୋଟି ।  ୧୮୦୪ରେ ବିଶ୍ଵ ଜନସଂଖ୍ୟା ୧୦୦କୋଟି ଛୁଇଁଲା । ୧୯୨୭ ସୁଦ୍ଧା ବିଶ୍ଵ ଲୋକସଂଖ୍ୟା ୨୦୦କୋଟିରେ ପହଞ୍ଚିଲା । ୧୯୬୦ ବେଳକୁ ଏହି ସଂଖ୍ୟା ହେଲା ୩୦୦କୋଟି । ମାତ୍ର ୪୦ବର୍ଷ ମଧ୍ୟରେ ଅର୍ଥାତ୍ ୨୦୦୦ ମସିହା ବେଳକୁ ବିଶ୍ଵରେ ସମୁଦାୟ ଜନସଂଖ୍ୟା ଦୁଇଗୁଣ ଅର୍ଥାତ୍ ୬୦୦କୋଟିରେ ପହଞ୍ଚିଲା ।
  • ଉପ-ସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡିକରେ ଲୋକମାନଙ୍କ ହାରାହାରି ଆୟୁଷ ସବୁଠୁ କମ୍ ୫୧.୫ ବର୍ଷ ହୋଇଥିବା ବେଳେ ପଶ୍ଚିମ ୟୁରୋପୀୟ ରାଷ୍ଟ୍ରରେ ସବୁଠୁ ଅଧିକ ୮୦.୩ବର୍ଷ ଏବଂ ଉତ୍ତର ଆମେରିକୀୟ ରାଷ୍ଟ୍ରଗୁଡିକରେ ଲୋକଙ୍କ ହାରାହାରି ଆୟୁଷ ୭୯.୩ ବର୍ଷ ।
  • ସମଗ୍ର ପୃଥିବୀରେ ୧୦ରୁ ୨୪ବର୍ଷ ବୟସ ମଧ୍ୟରେ ଲୋକଙ୍କ ସଂଖ୍ୟା ହେଉଛି ୧୮୦କୋଟି । ଯୁବ ବୟସର ଲୋକସଂଖ୍ୟା କ୍ଷେତ୍ରରେ ଏ ପର୍ଯ୍ୟନ୍ତ ଏହା ହେଉଛି ସବୁଠୁ ଅଧିକ । ବାସ୍ତବରେ କହିବାକୁ ଗଲେ ବିଶ୍ଵ ଜନସଂଖ୍ୟାର ୫୨ ପ୍ରତିଶତ ଲୋକ ୩୦ବର୍ଷ ବୟସ ମଧ୍ୟରେ ।
  • ବିଶ୍ଵରେ ପ୍ରାୟ ୧୫କୋଟି ପୁରୁଷ ଓ ବାଳକଙ୍କ ନାମ ଆରମ୍ଭରେ ‘ମହମ୍ମଦ୍’ ଲାଗିଥାଏ । ମୁସଲିମ୍ ପରିବାରରେ ଏହି ଶବ୍ଦ ଏତେ ଲୋକପ୍ରିୟ ଯେ, ସେମାନଙ୍କର ପ୍ରଥମ ସନ୍ତାନ ପୁତ୍ର ହୋଇଥିଲେ ଇସଲାମ୍ ଧର୍ମର ପ୍ରବର୍ତ୍ତନ ମହମ୍ମଦଙ୍କ ନାମାନୁସାରେ ଏହାର ନାମକରଣ କରାଯାଏ ।
  • ଜନସଂଖ୍ୟା ଘଡି ଅନୁଯାୟୀ ପ୍ରତି ସେକେଣ୍ଡରେ ୪.୩ଜଣ ଜନ୍ମଗ୍ରହଣ କରୁଥିବା ବେଳେ ୧.୮ଜଣ ମୃତ୍ୟୁବରଣ କରୁଛନ୍ତି। ଅର୍ଥାତ୍ ପ୍ରତି ସେକେଣ୍ଡରେ ଜୀବିତ ଲୋକଙ୍କ ସଂଖ୍ୟା ହେଉଛି ୨.୫ । ମଜାର କଥା ହେଉଛି ଯେ, ବର୍ତ୍ତମାନ ଲୋକସଂଖ୍ୟା ବିସ୍ଫୋରଣ ବର୍ଦ୍ଧିତ ଜନସଂଖ୍ୟା ହାରକୁ ଭିତ୍ତିକରି ନୁହେଁ ବରଂ ହ୍ରାସ ପାଉଥିବା ମୃତ୍ୟୁହାରକୁ  ନେଇ ଆକଳନ କରାଯାଉଛି । ଉନ୍ନତମାନର କୃଷି ଉତ୍ପାଦନ, ସହରୀକରଣ, ପ୍ରଯୁକ୍ତି ବିଦ୍ୟା, ଶିକ୍ଷା, ରୋଗ ନିରାକରଣ, ଉନ୍ନତମାନର ଚିକିତ୍ସା ବ୍ୟବସ୍ଥା ଏବଂ ଯୁଦ୍ଧଜନିତ ମୃତ୍ୟୁସଂଖ୍ୟା କମ୍ କାରଣରୁ ବିଶ୍ଵରେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
  • ବିଶ୍ଵରେ ଜନସଂଖ୍ୟା ବୃଦ୍ଧିର ଏକ ତୃତୀୟାଂଶର କାରଣ ହେଉଛି  ଅବାଞ୍ଛିତ ଗର୍ଭଧାରଣ, ଶିକ୍ଷା ଓ ସଚେତନତା ଅଭାବ ଏବଂ ପରିବାର ନିୟୋଜନ ଅସ୍ତ୍ରୋପଚାରଣ କରାଇବା ଆଦି ।
  • ବିଶ୍ଵରେ ୧୮ବର୍ଷରୁ କମ୍ ବୟସରେ ବିବାହ କରୁଥିବା ମହିଳାଙ୍କ ସଂଖ୍ୟା ହେଉଛି ୭୦କୋଟି । କେବଳ ୨୦୧୫ରେ ୧୮ବର୍ଷରୁ କମ୍ ୧.୫କୋଟି ଯୁବତୀଙ୍କୁ ବଳପୂର୍ବକ ବିବାହ କରିଦିଆଯାଇଛି ।
  • କେତେକ ବିଶେଷଜ୍ଞ ବିଶ୍ଵରେ ଜନସଂଖ୍ୟା ବୃଦ୍ଧିକୁ ଏକ ସମସ୍ୟା ଭାବେ ହିସାବକୁ ନେଉନଥିବା ବେଳେ ଅଧିକ ଉପଭୋଗ ଏବଂ ପୃଥିବୀ ସମ୍ବଳର ଅସମ ବଣ୍ଟନ ବହୁ ସମସ୍ୟାର କାରଣ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ବାସ୍ତବରେ କହିବାକୁ  ଗଲେ ବିଶ୍ଵରେ ୨୦ପ୍ରତିଶତ ଧନୀଲୋକ ବିଶ୍ଵ ସମ୍ବଳର ୮୬% ଭୋଗ କରୁଥିବାବେଳେ ୨୦ପ୍ରତିଶତ ଅତି ଗରିବ ମାତ୍ର ୧.୩% ସମ୍ବଳ ଭୋଗ କରନ୍ତି ।
  • ୧୮୦୦ ମସିହା ବେଳକୁ ବିଶ୍ଵ ଜନସଂଖ୍ୟାର ମାତ୍ର ୩ପ୍ରତିଶତ ସହରାଞ୍ଚଳର ବାସକରୁଥିଲେ । ବର୍ତ୍ତମାନ ବିଶ୍ଵ ଲୋକସଂଖ୍ୟାର ପାଖାପାଖି ଅଧାଲୋକ ସହରାଞ୍ଚଳରେ ବାସ କରୁଛନ୍ତି ।
  • ଦୁର୍ବଳ ସ୍ୱାସ୍ଥ୍ୟବ୍ୟବସ୍ଥା କାରଣରୁ ପ୍ରତି ୨୦ସେକେଣ୍ଡରେ ଜଣେ ଶିଶୁ ପୃଥିବୀରେ ପ୍ରତି ୧୦ଜଣରେ ଜଣେ ଅର୍ଥାତ୍ ୬୬୩ନିୟୁତ୍ ଲୋକ ନିରାପଦ ପାନୀୟ ଜଳ ପାଇପାରନ୍ତି ନାହିଁ ।

ଆଧାର – ଦୈନିକ ଧରିତ୍ରୀ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate