ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ ମା ଏବଂ ଉନ୍ନତ ସ୍ୱାସ୍ଥ୍ୟ ସେବାକୁ ସୁନିଶ୍ଚିତ କରିବା
- 12,900ରୁ ଅଧିକ ସ୍ୱାସ୍ଥ୍ୟକେନ୍ଦ୍ରରେ 1.16 କୋଟିରୁ ଅଧିକ ଗର୍ଭବତୀ ମହିଳାଙ୍କର ପ୍ରସବ ପୂର୍ବ ପରୀକ୍ଷଣ କରାଯାଇଛି ।
- 6 ଲକ୍ଷରୁ ଅଧିକ ସଙ୍କଟାପନ୍ନ ଗର୍ଭବତୀ ମହିଳାଙ୍କର ଚିହ୍ନଟ କରାଯାଇଛି ।
ରୋଗଗୁଡିକ କବଳରୁ ସୁରକ୍ଷା ପାଇଁ ମିଶନ ଇନ୍ଦ୍ରଧନୁଷ
- ମିଶନ ଇନ୍ଦ୍ରଧନୁଷ ଅନ୍ତର୍ଗତ ଗର୍ଭବତୀ ମହିଳାଙ୍କର ଏବଂ ଶିଶୁମାନଙ୍କୁ ରୋଗରୁ ରକ୍ଷା କରିବା ପାଇଁ ଟୀକା ଦେବାର ଅଭିଯାନ ଚାଲୁ କରାଗଲା ।
- 80 ଲକ୍ଷରୁ ଅଧିକ ଗର୍ଭବତୀ ମହିଳାଙ୍କୁ ରୋଗରୁ ରକ୍ଷା କରିବା ପାଇଁ ଟୀକା ଦିଆଯାଇଛି ।
ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା – ଗର୍ଭବତୀ ମାତାଙ୍କ ପାଇଁ ସହାୟତା କାର୍ଯ୍ୟକ୍ରମ
- ଗର୍ଭବତୀ / ଶିଶୁମାନଙ୍କୁ କ୍ଷୀର ପିୟାଉଥିବା ମାଆମାନଙ୍କୁ ସାହାଯ୍ୟ କରିବା ପାଇଁ ଏଭଳି ପ୍ରତ୍ୟକ ମହିଳାଙ୍କୁ 6000 ଟଙ୍କାର ସହାୟତା ରାଶି, ଫଳରେ ସେ ସମ୍ପୂର୍ଣ୍ଣ ଆରାମ କରିବେ ଏବଂ ସଠିକ୍ ସମୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ପାରିବେ ।
- ପ୍ରତ୍ୟକ ବର୍ଷ 50 ଲକ୍ଷରୁ ଅଧିକ ମହିଳାଙ୍କୁ ଏହି କାର୍ଯ୍ୟକ୍ରମରୁ ଲାଭ ମିଳିବାର ସମ୍ଭାବନା ରହିଛି ।
ରୋଜଗାର /ଜୀବନ ମଧ୍ୟରେ ସନ୍ତୁଳନ ସୁନିଶ୍ଚିତ କରିବା ପାଇଁ ପ୍ରସୂତିକାଳୀନ ଅବକାଶ
- ସବୈତନିକ ପ୍ରସୂତିକାଳୀନ ଅବକାଶର ସମୟ ସୀମାକୁ ବଢାଇ 26 ସପ୍ତାହ କରାଗଲା, ଯାହାକି ହେଉଛି ସମଗ୍ର ଦୁନିଆରେ ଦିଆଯାଉଥିବା ସର୍ବାଧିକ ପ୍ରସୂତିକାଳୀନ ଅବକାଶ ମଧ୍ୟରୁ ଗୋଟିଏ ।
ଉପଯୁକ୍ତ ମାତ୍ରାରେ ପୋଷଣ ସୁନିଶ୍ଚିତ କରିବା ପାଇଁ ପୋଷଣ ଅଭିଯାନ
- ବିଭିନ୍ନ ପ୍ରକାରର ଉପାୟ ମାଧ୍ୟମରେ କୁପୋଷଣରୁ ରକ୍ଷା ପାଇବା ପାଇଁ ଏକ ଭିନ୍ନ ଧରଣର ପ୍ରଥମ କାର୍ଯ୍ୟକ୍ରମ
- ଲକ୍ଷ୍ୟ ଅନୁଯାୟୀ, ପ୍ରାଦ୍ୟୋଗିକୀର ଉପଯୋଗ ଏବଂ ଧାର୍ଯ୍ୟ ଦୃଷ୍ଟିକୋଣ ଜରିଆରେ କୁପୋଷଣକୁ ହ୍ରାସ କରିବା ।
ବେଟୀ ବଚାଓ ବେଟୀ ପଢାଓ ସହିତ ମହିଳା ସଶକ୍ତୀକରଣ ଦିଗରେ ତୀବ୍ର ପଦକ୍ଷେପ
- 104ଟି ଜିଲ୍ଲାରେ ଜନ୍ମ ସମୟରେ ପୁଅ-ଝିଅ ଅନୁପାତରେ ସୁଧାର ହୋଇଛି ।
- ଗର୍ଭର ପ୍ରଥମ ତିନି ମାସ ମଧ୍ୟରେ ପଞ୍ଜୀକରଣ କରିବାରେ 119ଟି ଜିଲ୍ଲାରେ ଉନ୍ନତି ପରିଲକ୍ଷିତ ହୋଇଛି ।
- 146ଟି ଜିଲ୍ଲାରେ ଡାକ୍ତରଖାନା ପ୍ରସବ କରାଇବା ସଂଖ୍ୟାରେ ବୃଦ୍ଧି ହୋଇଛି ।
- ମାଧ୍ୟମିକ ବିଦ୍ୟାଳୟ ମାନଙ୍କରେ ଝିଅମାନଙ୍କର ପ୍ରବେଶ ସଂଖ୍ୟାରେ ବୃଦ୍ଧି ହୋଇଛି ।
- ବାଳିକାମାନଙ୍କର ଶିକ୍ଷା ଅନେକ ଛାତ୍ରବୃତ୍ତି ।
ପ୍ରଧାନମନ୍ତ୍ରୀ ସୁକନ୍ୟା ସମୃଦ୍ଧି ଯୋଜନା – ବାଳିକାମାନଙ୍କ ପାଇଁ ସୁନିଶ୍ଚିତ ଭବିଷ୍ୟତ
- 1.26 କୋଟିରୁ ଅଧିକ ବାଳିକା ମାନଙ୍କର ଖାତା ଖୋଲା ଯାଇଛି, ଯେଉଁଥିରେ ପାଖାପାଖି 20,000 କୋଟି ଟଙ୍କା ଜମା ହୋଇଛି ।
ମୁଦ୍ରା ଯୋଜନା ଏବଂ ଷ୍ଟାଣ୍ଡ ଅପ୍ ଇଣ୍ଡିଆ ମାଧ୍ୟମରେ ମହିଳା ଉଦ୍ୟମୀ ମାନଙ୍କୁ ପ୍ରୋତ୍ସାହନ
- ମୁଦ୍ରା ଯୋଜନା ମାଧ୍ୟମରେ ଉଦ୍ୟମୀ ମାନଙ୍କୁ ବିନା ବ୍ୟାଙ୍କ ଗ୍ୟାରେଣ୍ଟିରେ ଋଣ ପ୍ରଦାନ କରାଯାଉଛି । ଷ୍ଟାଣ୍ଡ ଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କୁ, ଅଜା/ଅଜଜା/ଅପିବ ଉଦ୍ୟମୀମାନଙ୍କୁ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଦିଆ ଯାଉଛି ।
- ମୁଦ୍ରା ଯୋଜନାରେ ଲାଭାର୍ଥୀଙ୍କ ମଧ୍ୟରେ 70 ପ୍ରତିଶତରୁ ଅଧିକ ମହିଳା ସାମିଲ ଅଛନ୍ତି । ମୁଦ୍ରା ଯୋଜନା ଏବଂ ଷ୍ଟାଣ୍ଡ ଅପ୍ ଅପ୍ ଇଣ୍ଡିଆ କାର୍ଯ୍ୟକ୍ରମର ଲାଭ ପାଖାପାଖି 90 ଲକ୍ଷ ମହିଳା ଉଦ୍ୟମୀମାନେ ଉଠାଇଛନ୍ତି ।
ବାଳିକାମାନଙ୍କ ଉପରେ ହେଉଥିବା ଅପରାଧ ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା
- 12 ବର୍ଷରୁ କମ ବୟସର ବାଳିକା ମାନଙ୍କ ସହିତ ଦୁଷ୍କର୍ମ ମାମଲାରେ ମୃତ୍ୟୁ ଦଣ୍ଡର ବ୍ୟବସ୍ଥା ।
- 16 ବର୍ଷରୁ କମ୍ ବୟସର ବାଳିକାମାନଙ୍କ ସହିତ ଦୁଷ୍କର୍ମ ମାମଲାର ଅତି କମ୍ ରେ ଦଣ୍ଡର ସୀମା 10 ବର୍ଷରୁ ବଢାଇ 20 ବର୍ଷ କରାଯାଇଛି ।
ସ୍ଵଚ୍ଛ ଭାରତ ମିଶନ ଦ୍ଵାରା ପରିଷ୍କାର ପରିଚ୍ଛନ୍ନତା କ୍ଷେତ୍ରରେ ବିପ୍ଲବ ଆସିଛି
- ମହିଳାମାନଙ୍କର ସମ୍ମାନ ସୁନିଶ୍ଚିତ କରିବା ପାଇଁ ଖୋଲାରେ ଶୌଚ କରିବାକୁ ଯିବାର ଅସୁରକ୍ଷିତ ଏବଂ ଅସ୍ୱାସ୍ଥ୍ୟକର ପଦ୍ଧତିକୁ ରୋକିବା ପାଇଁ ସାରା ଦେଶରେ ଦ୍ରୁତ ଗତିରେ ଶୌଚାଳୟ ନିର୍ମାଣ କରାଗଲା ।
- 3.6 ଲକ୍ଷରୁ ଅଧିକ ଗ୍ରାମରେ 7.25 କୋଟିରୁ ଅଧିକ ଶୌଚାଳୟ ତିଆରି କରାଯାଇଛି ତଥା 17 ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶକୁ ଖୋଲା ମଳ ମୁକ୍ତ ପ୍ରଦେଶ ଭାବେ ଘୋଷଣା କରାଯାଇଛି ।
- ସ୍ଵଚ୍ଛତାର ପରିବ୍ୟାପ୍ତ ଯାହା 2014 ରେ 38 ପ୍ରତିଶତ ଥିଲା ତାହା ବଢି 83 ପ୍ରତିଶତରେ ପହଞ୍ଚି ଯାଇଛି ।
ମହିଳାମାନଙ୍କୁ ଧୂଆଁରୁ ମୁକ୍ତି ଦେବା ପାଇଁ ଉଜ୍ଜ୍ଵଳା ଯୋଜନା
- ମହିଳା ମାନଙ୍କୁ ଚୁଲିର ଧୂଆଁରୁ ମୁକ୍ତି ଦେବା ପାଇଁ ଏବଂ ଖାଦ୍ଯ ରାନ୍ଧିବାରେ ସୁବିଧା କରିବା ପାଇଁ ଉଜ୍ଜ୍ଵଳା ଯୋଜନା ଅନ୍ତର୍ଗତ 3.8 କୋଟି ମହିଳାଙ୍କୁ ରୋଷେଇ ଗ୍ୟାସର ସଂଯୋଗ ଦିଆ ଯାଇଛି । ଏହି କାର୍ଯ୍ୟକ୍ରମରେ ମହିଳା ମାନଙ୍କୁ ଏଲପିଜି ସଂଯୋଗ ଦେବାର ଲକ୍ଷ୍ୟକୁ ବଢାଇ 8 କୋଟି କରାଯାଇଛି ।
ମହିଳା ମାନଙ୍କୁ ପ୍ରାଥମିକତା
- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହିଳା ମାନଙ୍କୁ ପ୍ରାଥମିକତା ଦିଆଯାଉଛି ।
- କେବଳ ମାଆ ମାନଙ୍କୁ ପାସପୋର୍ଟ ନିୟମରେ ମଧ୍ୟ କୋହଳ ଯାଇଛି ।
ମହିଳାମାନଙ୍କର ସାମାଜିକ ସଶକ୍ତୀକରଣ
- ମୁସଲିମ ମହିଳାମାନଙ୍କର ସଶକ୍ତୀକରଣ ପାଇଁ ତିନି ତଲାକ ଆଇନ ଲୋକସଭା ଦ୍ଵାରା ଗୃହିତ କରାଯାଇଛି ।
- ମୁସଲିମ ମହିଳାମାନେ ଏବେ କୌଣସି ପୁରୁଷ ସଂରକ୍ଷକ (ଅବିଭାବକ) ଙ୍କ ବିନା ହଜ୍ ଯାତ୍ରା କରି ପାରିବେ ।
“ଏହା କେବଳ ମହିଳାଙ୍କ ବିକାଶର ଯୁଗ ନୁହେଁ ବରଂ ଏହା ମହିଳାଙ୍କ ନେତୃତ୍ଵରେ ବିକାଶ । ଏକ ଇକୋ-ସିଷ୍ଟମ ପ୍ରତିଷ୍ଠା କରାଯାଇଛି ଯାହା ଆମର ବିକାଶ ଯାତ୍ରାରେ ମହିଳାଙ୍କର ସମାନ ଏବଂ ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରିଥାଏ”
ଆଧାର :ଭାରତ ସରକାର