ଶିକ୍ଷାରେ ପରିବର୍ତ୍ତନ ଏବଂ ଅଧିକ ଅଧିକାର ପ୍ରଦାନ କରିବା
ସ୍କୁଲ ଶିକ୍ଷା ସାମଗ୍ରୀର ଯାଞ୍ଚ ଏବଂ ସେଥିରେ ସଂସ୍କାର
- ଇତିହାସରେ ପ୍ରଥମଥର ପାଇଁ, ଛାତ୍ରମାନଙ୍କ ମଧ୍ୟରେ ଶିକ୍ଷାରେ ସଂସ୍କାର ଏବଂ ବିଭିନ୍ନ କ୍ଷେତ୍ରର ଅଂଶୀଦାରଙ୍କୁ ଉତ୍ତରଦାୟୀ କରି ଶିକ୍ଷାର ପରିଣାମ ଉପରେ ସ୍ପଷ୍ଟ ଭାବେ ଧ୍ୟାନ ଦିଆଯାଇଛି ।
- ସ୍କୁଲ ଛାତ୍ରମାନଙ୍କ ମଧ୍ୟରେ ଅଭିନବ କୌଶଳର ନିର୍ମାଣ ପାଇଁ 2,400 ଅଟଳ ଟିଙ୍କରିଂ ପ୍ରୟୋଗଶାଳାକୁ ମଞ୍ଜୁରି ଦିଆଯାଇଛି । ପ୍ରତ୍ୟକ ପ୍ରୟୋଗଶାଳାରେ 20 ଲକ୍ଷ୍ୟ ଟଙ୍କାର ଖର୍ଚ୍ଚ ହେବ ।
- 5400 ରେମ୍ପ ଆଉ ରେଲିଂ ତିଆରି କରାଯାଇଛି ଏବଂ ବିଶେଷ ଆବଶ୍ୟକତା ଥିବା ପିଲା ମାନଙ୍କ ପାଇଁ 50,000 ସ୍ଵତନ୍ତ୍ର ଶୌଚାଳୟ ନିର୍ମାଣ କରାଯାଇଛି ।
ଉଚ୍ଚ ଶିକ୍ଷାର ଅଧିକ ସୁଯୋଗ ସୃଷ୍ଟି
- ଅନେକ ବିଶ୍ଵବିଦ୍ୟାଳୟ, 7ଟି ଆଇଆଇଟି, 7ଟି ଆଇଆଇଏମ୍, 14ଟି ଆଇଆଇଆଇଟି, 1ଟି ଏନଆଇଟି, 103ଟି କେନ୍ଦ୍ରୀୟ ବିଦ୍ୟାଳୟ ଏବଂ 62ଟି ନବୋଦୟ ବିଦ୍ୟାଳୟ ସ୍ଥାପିତ କରାଯାଇଛି ଆଉ ସେଗୁଡିକ କାର୍ଯ୍ୟ କରିବା ଆରମ୍ଭ କଲାଣି ।
- ଆଇଆଇଏମ ବିଧେୟକ ଗୃହିତ କରି ଏବଂ ଗୁଣବତ୍ତାପୂର୍ଣ୍ଣ ସଂସ୍ଥାନଗୁଡିକୁ କ୍ରମାଗତ ଭାବେ ସ୍ୱାୟତ୍ତତା ପ୍ରଦାନ କରି ଶିକ୍ଷା କ୍ଷେତ୍ରରେ ବଡ ସଂସ୍କାର ସୁନିଶ୍ଚିତ କରାଯାଇଛି ।
- 20ଟି ସଂସ୍ଥାନକୁ ‘ପ୍ରତିଷ୍ଠିତ ସଂସ୍ଥାନ’ ଭାବେ ଘୋଷଣା କରାଯିବ ।
- ୟୁଜିସି 60ଟି ଶ୍ରେଷ୍ଠ ବିଦ୍ୟାଳୟକୁ କ୍ରମିକ ସ୍ଵାୟତ୍ତତା ପ୍ରଦାନ କରିଛି ।
- ପ୍ରଧାନମନ୍ତ୍ରୀ ଗବେଷଣା ଫେଲୋସିପ୍ ମାଧ୍ୟମରେ ଆମର ତୀକ୍ଷ୍ନ ମସ୍ତିଷ୍କଗୁଡିକୁ ସୁଯୋଗ ପ୍ରଦାନ କରାଗଲା । ଶୈକ୍ଷିକ ଯୋଗ୍ୟତା ସମ୍ପନ୍ନ 1000 ଛାତ୍ରଙ୍କୁ 5 ବର୍ଷ ପାଇଁ ପ୍ରତି ମାସରେ 70,000 ରୁ 80,000 ଟଙ୍କା ଏବଂ ପିଏଚଡି ଓ ଗବେଷଣା କରିବା 2 ଲକ୍ଷ ଟଙ୍କାର ବାର୍ଷିକ ସହାୟତା ଦିଆଯାଉଛି ।
- ରାଷ୍ଟ୍ରୀୟ ପରୀକ୍ଷଣ ସଂସ୍ଥା ସ୍ଥାପନା କରାଯାଇଛି ଫଳରେ ପାରଦର୍ଶୀ ଉପାୟରେ ଅନ୍ତରାଷ୍ଟ୍ରୀୟ ମାନଦଣ୍ଡ ଅନୁସାରେ ସମସ୍ତ ବ୍ୟବସାୟିକ ପରୀକ୍ଷାମାନ କରାଯାଇ ପାରିବ ।
- ଛାତ୍ରମାନଙ୍କର ପାଠପଢା ଶେଷ କରାଇବା ପାଇଁ ଅନେକ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି ।
- ଅଧ୍ୟାପକ ମାନଙ୍କର ପ୍ରଶିକ୍ଷଣ ପାଇଁ ବିଶେଷ ଭାବେ ଧ୍ୟାନ ଦିଆଯାଉଛି ।
ରୋଜଗାର ସୃଜନ ପାଇଁ ତ୍ରିସ୍ତରୀୟ ଦୃଷ୍ଟିକୋଣ
- ସାର୍ବଜନୀନ କ୍ଷେତ୍ରର ମହତ୍ଵ ଅଧିକ ସୁଯୋଗ ପ୍ରଦାନ ପାଇଁ ନୂତନ ଭାବେ ମୌଳିକ ଭିତ୍ତିଭୂମି ନିର୍ମାଣ
- ଘରୋଇ କ୍ଷେତ୍ର ପାଇଁ ଅନୁକୂଳ ବାତାବରଣ । ବିଭିନ୍ନ ସଂସ୍ଥା ଏବଂ ନିଯୁକ୍ତି ପୋର୍ଟାଲ ଦ୍ଵାରା କରାଯାଇଥିବା ଅନେକ ସର୍ବେକ୍ଷଣ ଏହି କଥା ଉପରେ ଗୁରୁତ୍ଵ ଦିଅନ୍ତି ଯେ ଯୁବକମାନଙ୍କ ପାଇଁ ସୁଯୋଗ ବୃଦ୍ଧି ପାଉଛି ।
- ବ୍ୟକ୍ତିଗତ କ୍ଷେତ୍ରକୁ ଉତ୍ସାହ ମୁଦ୍ରା, ଷ୍ଟାର୍ଟ ଅପ୍ ଇଣ୍ଡିଆ, ଷ୍ଟାଣ୍ଡ ଅପ୍ ଇଣ୍ଡିଆ ମାଧ୍ୟମରେ ଏହା ପରିପ୍ରକାଶ ହୋଇଛି
ଷ୍ଟାର୍ଟ ଅପ୍ ଇଣ୍ଡିଆ ଜରିଆରେ ଯୁବ ଶକ୍ତିକୁ ପ୍ରୋତ୍ସାହନ
- ଷ୍ଟାର୍ଟ ଅପ୍ ଇଣ୍ଡିଆ ପାଇଁ ସାତ ବର୍ଷର ଏକ ସମୟରେ କ୍ରମାଗତ ତିନି ବର୍ଷ ପାଇଁ ଋଣ ଛାଡ
- ଷ୍ଟାର୍ଟ ଅପ୍ କୁ ଅନୁମତି ଦିଆଯାଇଛି କି ସେମାନେ କାମଚାରୀ ଭାବେ କାମ କରୁଥିବା ପ୍ରମୋଟରମାନଙ୍କ ପାଇଁ ଇଏସଆଇ ଘୋଷଣା କରନ୍ତୁ ।
କୌଶଳ ସହିତ ଭାରତ, ବିକାଶର ନୂତନ ଶିଖରରେ
- ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅଧୀନରେ ସାରା ଭାରତରେ 13,000 ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯାଇଛି ଯାହା 375ଟି କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ କରୁଛି ।
- ପିଏମକେବିୱାଇ ଅଧିନରେ 1କୋଟି ଯୁବକ ପ୍ରଶିକ୍ଷଣ ନେବେ ।
- ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ର (ପିଏମକେକେ) ଭାବେ ପ୍ରସିଦ୍ଧ ମଡେଲ ପ୍ରଶିକ୍ଷଣ କେନ୍ଦ୍ର ଦେଶର ପ୍ରତ୍ୟକ ଜିଲ୍ଲାରେ ସ୍ଥାପିତ କରାଯାଇଛି ।
ମୁଦ୍ରା ଯୋଜନା ଜରିଆରେ ମିତବ୍ୟୟିଙ୍କ ପାଇଁ ଅର୍ଥ ମଞ୍ଜୁରୀ
- ଏହି କାର୍ଯ୍ୟକ୍ରମ ଅପ୍ରେଲ 2015 ରେ ଆରମ୍ଭ ହେବା ପରେ 12 କୋଟି ଟଙ୍କାର ମୁଦ୍ରା ଋଣ ମଞ୍ଜୁର
- 2018-19 ବଜେଟ ଆବଣ୍ଟନରେ ଏହାକୁ ବଢାଇ 3 ଲକ୍ଷ କୋଟି ଟଙ୍କା କରାଯାଇଛି, ବିଗତ ବର୍ଷ ତୁଳନାରେ ଏଥିରେ 20 ପ୍ରତିଶତ ବୃଦ୍ଧି କରାଯାଇଛି ।
ଗବେଷଣା ଏବଂ ଉତ୍କୃଷ୍ଟତା ପାଇଁ ଅଟଳ ନବୋନ୍ଵେଷ ମିଶନ
- ଯୁବକମାନଙ୍କ ମଧ୍ୟରେ ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ ଦେବା ପାଇଁ ସାରା ଦେଶରେ ଉନ୍ନତ କେନ୍ଦ୍ର ଏବଂ ଟିଙ୍କରିଂ ପ୍ରୟୋଗଶାଳା ପ୍ରତିଷ୍ଠା କରାଯାଉଛି ।
- ଉଚ୍ଚ କୋଟିର ଶିକ୍ଷକମାନଙ୍କୁ, ପରାମର୍ଶଦାତାମାନଙ୍କୁ, ଉଦ୍ୟମୀମାନଙ୍କୁ ଏବଂ ସର୍ବଶ୍ରେଷ୍ଠ ପ୍ରତିଭାମାନଙ୍କୁ ଗୋଟିଏ ସ୍ଥାନକୁ ଆଣି ଯୁବକମାନଙ୍କୁ ଉଦ୍ୟମୀ କରିବା ପାଇଁ ମାର୍ଗଦର୍ଶନା ଦିଆଯାଉଛି ।
ରାଷ୍ଟ୍ରୀୟ ଯୁବ ମାର୍ଗଦର୍ଶକ କାର୍ଯ୍ୟକ୍ରମ
- ସରକାର 2014 ଡିସେମ୍ବରରେ ରାଷ୍ଟ୍ରୀୟ ଯୁବ ମାର୍ଗଦର୍ଶକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଫଳରେ ଯୁବକମାନଙ୍କୁ ସମ୍ମିଳିତ କରି ନୀତି ପ୍ରସ୍ତୁତ ହେଉ, ଯୁବକମାନଙ୍କୁ ବିକାଶ ପ୍ରକ୍ରିୟାର ଅଭିନ୍ନ ଅଂଶ କରାଯାଉ ଏବଂ ନିଷ୍ପତ୍ତି ନେବାରେ ତଥା ରାଷ୍ଟ୍ର ନିର୍ମାଣର ପ୍ରକ୍ରିୟାରେ ଯୁବକମାନଙ୍କର ଭାଗୀଦାରୀ ରହୁ ।
କ୍ରୀଡା ଓ କ୍ରୀଡା ଭାବନାକୁ ଆଗକୁ ବଢାଇବା
‘ଖେଲୋ ଇଣ୍ଡିଆ’
- କ୍ରୀଡା ସଂସ୍କୃତି ଏବଂ ଯୁବକମାନଙ୍କ ମଧ୍ୟରେ ଫିଟନେସକୁ ପ୍ରୋତ୍ସାହନ ଦେବା ପାଇଁ ଏକ ଜନ ଆନ୍ଦୋଳନ
- ବିଭିନ୍ନ ସ୍ତରରେ ଆଗ୍ରାଧିକାର ଭିତ୍ତିକ କ୍ରୀଡାକୁ ଚିହ୍ନଟ କରି ପ୍ରତିଭାଶାଳୀ ଖେଳାଳୀମାନଙ୍କୁ 8 ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟକ ବର୍ଷ 5 ଲକ୍ଷ ଟଙ୍କାର ବାର୍ଷିକ ଆର୍ଥିକ ସହାୟତା
- ପ୍ରଧାନମନ୍ତ୍ରୀ 31 ଜାନୁଆରୀ 2018ରେ ପ୍ରଥମ ଖେଲୋ ଇଣ୍ଡିଆ ସ୍କୁଲ କ୍ରୀଡାର ଶୁଭାରମ୍ଭ କଲେ । 29 ରାଜ୍ୟ ଏବଂ 7ଟି କେନ୍ଦ୍ର ଶାସିତ ପ୍ରଦେଶର 3507 ଖେଳାଳୀ ଏଥିରେ ଭାଗ ନେଇଥିଲେ ।
- ନୂତନ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ 2017-18 ଆର୍ଥିକ ବର୍ଷରୁ 1019-20 ପାଇଁ 1,756 କୋଟି ଟଙ୍କା ହେବ ।
କ୍ରୀଡା ପ୍ରତିଭା ଅନୁସନ୍ଧାନ ପୋର୍ଟାଲର ଶୁଭାରମ୍ଭ
- ଏହି ପୋର୍ଟାଲ ପ୍ରତିଭାଶାଳୀ ଯୁବକମାନଙ୍କୁ ନିଜର ଉପଲବ୍ଧ ବାଣ୍ଟିବା ପାଇଁ ମଞ୍ଚ ପ୍ରଦାନ କରିଥାଏ । ଏହା ଉଦୀୟମାନ ଖେଳାଳୀ ମାନଙ୍କୁ ମଧ୍ୟ ପ୍ରୋତ୍ସାହନ ଦେଇଥାଏ ।
ମଣିପୁରରେ ରାଷ୍ଟ୍ରୀୟ କ୍ରୀଡା ବିଶ୍ଵବିଦ୍ୟାଳୟ
- ମଣିପୁରରେ ରାଷ୍ଟ୍ରୀୟ କ୍ରୀଡା ବିଶ୍ଵବିଦ୍ୟାଳୟ, କ୍ରୀଡା ବିଜ୍ଞାନ, କ୍ରୀଡା ଟେକ୍ନୋଲୋଜି, କ୍ରୀଡା ପରିଚାଳନା, କ୍ରୀଡା ପ୍ରଶିକ୍ଷଣ କ୍ଷେତ୍ରରେ କ୍ରୀଡା ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ଏ କ୍ଷେତ୍ରରେ ହେଉଛି ପ୍ରଥମ ବିଶ୍ୱବିଦ୍ୟାଳୟ ଆଉ ଚିହ୍ନଟ ହୋଇଥିବା ପ୍ରଶିକ୍ଷଣ କେନ୍ଦ୍ର ପାଇଁ ରାଷ୍ଟ୍ରୀୟ ପ୍ରଶିକ୍ଷଣ କେନ୍ଦ୍ର ଭାବେ ମଧ୍ୟ କାର୍ଯ୍ୟ କରିବ ।
ପାରା ଆଥେଲେଟଙ୍କ ପାଇଁ ପ୍ରଶିକ୍ଷଣ କେନ୍ଦ୍ର
- ଗୁଜୁରାଟର ଗାନ୍ଧୀନଗରରେ 5 ଫେବୃୟାରୀ 2017ର ପାରା ଆଥଲେଟମାନଙ୍କ ପାଇଁ ସମର୍ପିତ ବିଶ୍ଵସ୍ତରର ସୁବିଧାମାନ ଥିବା ପ୍ରଥମ ପ୍ରଶିକ୍ଷଣ କେନ୍ଦ୍ର ।
ଐତିହାସିକ ରାଜ୍ୟଗୋଷ୍ଠୀ କ୍ରୀଡା 2018ର ପଦକ ତାଲିକା
- ଅଷ୍ଟ୍ରେଲିଆରେ ଆୟୋଜିତ 2018 ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପ୍ରଭାବଶାଳୀ ଏବଂ ଐତିହାସିକ 66 ପଦକ ବିଜୟୀ
“ଭାରତ ହେଉଛି ବିଶ୍ଵରେ ସର୍ବକନିଷ୍ଠ ରାଷ୍ଟ୍ର । ଯୁବଶକ୍ତି ହେଉଛି ଭାରତର ପ୍ରକୃତ ସାମର୍ଥ୍ୟ । ଆମର ଯୁବକମାନେ ହିନ ଏକ ନବୀନ ଭାରତର ଗଠନ କରିବେ”
ଆଧାର :ଭାରତ ସରକାର