অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୁସ୍ଥ ଭାରତର ନିର୍ମାଣ

ଆୟୁଷ୍ମାନ ଭାରତ: ଦୁନିଆର ସବୁଠାରୁ ବଡ ସ୍ୱାସ୍ଥ୍ୟ ବୀମା ଯୋଜାନା

  • ଏଥିରେ ପ୍ରାୟ 50 କୋଟି ଲୋକଙ୍କୁ ପ୍ରତିବର୍ଷ ପ୍ରତି ପରିବାରକୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁବିଧା ମିଳିବ  ।
  • ବିସ୍ତୃତ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ 1.5 ଲକ୍ଷ ଉପ-କେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର (ଏଚଡବ୍ଲ୍ୟୁସି) ରେ ପରିବର୍ତ୍ତନ  କରାଯାଉଛି  ।

ମାଆ ଏବଂ ପିଲାମାନଙ୍କ ଉନ୍ନତ ସ୍ୱାସ୍ଥ୍ୟ ପାଇଁ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ

  • 12900 ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ 1.16 କୋଟିରୁ ଅଧିକ ପ୍ରସବ ପୂର୍ବ ପରୀକ୍ଷା କରାଯାଇଛି  ।
  • ଅଧିକ ଜଟିଳ 6 ଲକ୍ଷରୁ ଅଧିକ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି  ।

ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ସହିତ ଗର୍ଭବତୀ ମହିଳାଙ୍କ ପାଇଁ ସହାୟତା

  • ଗର୍ଭବତୀ/ସ୍ତନ୍ୟପାନ କରାଉଥିବା ମାଆ ମାନଙ୍କୁ 6000 ଟଙ୍କାର ପ୍ରୋତ୍ସାହନ ରାଶି ଫଳରେ ଆରାମ କରି ପାରିବେ ଆଉ ସଠିକ୍ ସମୟରେ ସ୍ୱାସ୍ଥ୍ୟ ପରୀକ୍ଷା କରି ପାରିବେ  ।
  • ପ୍ରତିବର୍ଷ 50 ଲକ୍ଷରୁ ଅଧିକ ମହିଳାଙ୍କୁ ଲାଭ ମିଳିବାର ଆଶା  ।

ଉଚିତ ପୋଷଣ ପାଇଁ ପୋଷଣ ଅଭିଯାନ

  • ବହୁ-ବିଧ ଚିକିତ୍ସା ସଂସ୍କାର ମାଧ୍ୟମରେ କୁପୋଷଣର ମୁକାବିଲା ପାଇଁ ପ୍ରଥମ ଥର ନିମନ୍ତେ ଏ କ୍ଷେତ୍ରରେ ପଦକ୍ଷେପ  ।
  • ଏକୀକୃତ, ପ୍ରଦ୍ୟୋଗିକୀର ବ୍ୟବହାର ଏବଂ ଲକ୍ଷ୍ୟ ହାସଲ ପାଇଁ ଦୃଷ୍ଟିକୋଣ ଜରିଆରେ କୁପୋଷଣ କମ୍ କରିବାର ଲକ୍ଷ୍ୟ  ।

ଶସ୍ତା ଏବଂ ଗୁଣବତ୍ତା ପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରାଯାଇଛି

  • ଜୀବନ ରକ୍ଷାକାରୀ ଔଷଧ ସହିତ 1054 ଆବଶ୍ୟକ ଔଷଧଗୁଡିକର 2014 ମସିହା ମଇ ମାସ ପରେ ମୂଲ୍ୟ ନିୟନ୍ତ୍ରଣ ବ୍ୟବସ୍ଥା ଅଧୀନକୁ ଅଣାଗଲା  । ଯାହାଦ୍ଵାରା ଉପଭୋକ୍ତାମାନଙ୍କୁ 10,000 କୋଟି ଟଙ୍କାରୁ ଅଧିକ ଲାଭ ମିଳିଲା  ।
  • ଷ୍ଟେଣ୍ଟ ଏବଂ ଆଣ୍ଠୁ ପ୍ରତିରୋପଣର ମୂଲ୍ୟରେ 50-70 ପ୍ରତିଶତ ହ୍ରାସ କରାଗଲା ଯାହାଦ୍ଵାରା ସାଧାରଣ ଲୋକଙ୍କର ବହୁତ ଅର୍ଥ ସଞ୍ଚୟ ହେଲା  ।
  • ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ କେନ୍ଦ୍ରରେ ଔଷଧଗୁଡିକ ବିକ୍ରି ହେବାରୁ ସମଗ୍ର ଦେଶରେ ଜେନେରିକ ଔଷଧଗୁଡିକ ଶସ୍ତା ହୋଇଗଲା  । 3000ରୁ ଅଧିକ ଭଣ୍ଡାର କାମ କରୁଛନ୍ତି ଯାହାର ପରିଣାମ ସ୍ୱରୂପ ସାଧାରଣ ଲୋକଙ୍କର 50 ପ୍ରତିଶତରୁ ଅଧିକ ସଞ୍ଚୟ ହେଉଛି  ।
  • ଅମୃତ ଫାର୍ମାସୀଗୁଡିକ କର୍କଟ ଏବଂ କାର୍ଡିଓଭାସ୍କୁଲାର (ହୃଦୟବାହୀ) ରୋଗଗୁଡିକର ଔଷଧ ସହିତ କାର୍ଡିଓ ଇମ୍ପ୍ଲାଂଟର ଔଷଧ ସବୁ ବର୍ତ୍ତମାନ ବଜାର ଦର ଅନୁପାତରେ 60ରୁ 70 ପ୍ରତିଶତର ରିହାତିରେ ବିକ୍ରି କରୁଛନ୍ତି  ।
  • ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗରିବମାନଙ୍କ ପାଇଁ ଡାଏଲିସିସ୍ ସେବା ଏବଂ ସମସ୍ତ ରୋଗୀଙ୍କ ପାଇଁ ରିହାତି ଦରରେ ସେବାମାନେ ପ୍ରଦାନ କରାଯାଉଛି  । 497 ଡାଏଲିସିସ୍ ଶାଖାଗୁଡିକୁ ପରିଚାଳନା ଯୋଗ୍ୟ କରାଯାଇଛି ଏବଂ ପ୍ରାୟ 2.5 ଲକ୍ଷ ରୋଗୀ ଏହି ସେବାର ଲାଭ ଉଠାଇ ସାରିଛନ୍ତି ଏବଂ ଏ ପର୍ଯ୍ୟନ୍ତ 25 ଲକ୍ଷ ଡାଏଲିସିସ୍ କାର୍ଯ୍ୟକ୍ରମ ହୋଇ ସାରିଛି ।

ରୋଗର ନିୟନ୍ତ୍ରଣ ପାଇଁ ଟୀକାକରଣ

  • ମିଶନ ଇନ୍ଦ୍ରଧନୁଷର ଚାରୋଟି ପର୍ଯ୍ୟାୟ ଶେଷ ହୋଇ ସାରିଛି ଯେଉଁଥିରେ 528 ଟି ଜିଲ୍ଲାକୁ ସାମିଲ କରାଯାଇଛି  । ଯେଉଁଠାରେ  । 3.15 କୋଟି ପିଲାଙ୍କୁ ଟୀକା ଦିଆଯାଇ ସାରିଛି  । 80.63 ଲକ୍ଷ ଗର୍ଭବତୀ ମହିଳାଙ୍କୁ ଟୀକାକରଣ କରାଯାଇଛି  ।
  • ଭାରତରେ ମାତୃ ଏବଂ ନବଜାତ ଶିଶୁଙ୍କ ଠାରେ ଧନୁଷ୍ଟଙ୍କାର ସମାପ୍ତ କରିବା ପାଇଁ ମଇ 2015ରେ ସ୍ଥିର କରିଛି, ଏହି କାର୍ଯ୍ୟ ବିଶ୍ଵ ବ୍ୟାଙ୍କ ଦ୍ଵାରା ଡିସେମ୍ବର 2015ର ଲକ୍ଷ ପୂର୍ବରୁ ପୂରଣ କରାଯାଇଛି  ।
  • ପୋଲିଓ ଭୂତାଣୁର ନିୟନ୍ତ୍ରଣ ସମ୍ବନ୍ଧୀୟ ଟୀକା ର ଶୁଭାରମ୍ଭ 2015ରେ କରାଯାଇଛି ଆଉ ସାରା ଦେଶରେ ପିଲାମାନଙ୍କୁ ଆଇପିବିର ପ୍ରାୟ 4 କୋଟି ବୁନ୍ଦା ଦିଆଯାଇଛି  ।
  • ରୋଟାଭାଇରସ ଟୀକାର ଶୁଭାରମ୍ଭ ମାର୍ଚ୍ଚ 2016ରେ ହେଲା ଏବଂ ରୋଟାଭାଇରସ ଟୀକାର ପ୍ରାୟ 1.5 ବୁନ୍ଦା ପିଲାମାନଙ୍କୁ ଦିଆଯାଇ ସାରିଛି   ।
  • ଖସରା ରୁବେଲା ଟୀକାକରଣ ଅଭିଯାନର ଶୁଭାରମ୍ଭ ଫେବୃୟାରୀ 2017ରେ ହେଲା ଏବଂ 8 କୋଟି ପିଲାମାନଙ୍କୁ ଟୀକା ଦିଆଯାଇଛି  ।
  • ନ୍ୟୁମୋକୋଲାର କଜ୍ୟୁକେଟ ଟୀକା (ପିସିବି)ର ଆରମ୍ଭ ମଇ 2017ରେ ହେଲା ଏବଂ ପିସିବିର ପ୍ରାୟ 15 ଲକ୍ଷରୁ ଅଧିକ ବୁନ୍ଦା ପିଲାମାନଙ୍କୁ ଦିଆଯାଇଛି  ।
  • ସଂକ୍ରାମକ ରୋଗର ନିୟନ୍ତ୍ରଣ – କୁଷ୍ଠ ରୋଗ 2018 ମଧ୍ୟରେ, ଖସରା (ରୁବେଲା) 2020 ମଧ୍ୟରେ ଏବଂ ଟିବି 2015 ଭିତରେ ସମାପ୍ତ କରିବାର କାର୍ଯ୍ୟ ଯୋଜନା ଲାଗୁ କରାଯାଇଛି  ।

ସ୍ଵଚ୍ଛ ଭାରତ ପାଇଁ ପ୍ରସ୍ତୁତ ନୀତି

  • ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ନୀତି 15 ବର୍ଷ ବ୍ୟବଧାନ ପରେ 2017ରେ ପ୍ରସ୍ତୁତ କରାଗଲା ଫଳରେ ପରିବର୍ତ୍ତନ ସାମାଜିକ –ଆର୍ଥିକ ଏବଂ ସଂକ୍ରାମକ ବିଜ୍ଞାନ ସମ୍ବନ୍ଧୀୟ  ପରିଦୃଶ୍ୟର ବର୍ତ୍ତମାନ ଏବଂ ନୂଆକରି ଦେଖାଦେଉଥିବା ଆହ୍ଵାନଗୁଡିକର ମୁକାବିଲା କରାଯାଇ ପାରିବ  ।
  • ମାନସିକ ସ୍ୱାସ୍ଥ୍ୟ ସେବା ଆଇନରେ ଭାରତରେ ମାନସିକ ସ୍ୱାସ୍ଥ୍ୟ ପାଇଁ ଅଧିକାର ଉପରେ ଆଧାରିତ ବୈଧାନିକ ଢାଞ୍ଚାକୁ ଆପଣେଇଛନ୍ତି  । ଏହି ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକମାନଙ୍କର ଅଧିକାରକୁ ରକ୍ଷା କରିବା ପାଇଁ ମାନସିକ ସ୍ୱାସ୍ଥ୍ୟ ସେବାଗୁଡିକର ବ୍ୟବସ୍ଥାରେ ସମାନତା ଏବଂ ନିରପେକ୍ଷତାର ଭାବନାକୁ ସୁଦୃଢ କରେ, ଫଳରେ ଏହା ସୁନିଶ୍ଚିତ କରାଯାଇପାରିବ କୀ ସେମାନଙ୍କର ଅଧିକତମ ଦେଖାଶୁଣା ହେଉ ଏବଂ ସେମାନେ ପ୍ରତିଷ୍ଠିତ ଏବଂ ସମ୍ମାନିତ ଜୀବନ ଅତିବାହିତ କରି ପାରିବେ  ।

ଅଧିକ ଶଯ୍ୟା, ଅଧିକ ସୁବିଧା, ଅଧିକ ହାସପାତାଳ ଏବଂ ଅଧିକ ଡାକ୍ତର

  • 20ଟି ନୂତନ ଏମ୍ସ ଭଳି ନୂତନ ସୁପର ସ୍ପେଶାଲିଟି ହାସପାତାଳ ସ୍ଥାପିତ କରାଯାଇଛି  ।
  • 2014 ମସିହା ଜୁଲାଇରୁ, କାମ କରୁଥିବା ଛଅଟି ଏମ୍ସରେ ଅତିରିକ୍ତ 1675ଟି ଶଯ୍ୟା କରାଯାଇଛି  । (ବିଗତ ଏକ ବର୍ଷରେ ସାମିଲ ହୋଇଥିବା 850 ଟି ଶଯ୍ୟା ସହିତ)  ।
  • 2017-18 ବର୍ଷରେ ଝାଡଖଣ୍ଡ ଏବଂ ଗୁଜରାଟ ପାଇଁ 2ଟି ନୂତନ ଏମ୍ସର ଘୋଷଣା  ।
  • 73ଟି ସରକାରୀ ମେଡିକାଲ କଲେଜର ଆଧୁନିକୀକରଣ କରାଯାଉଛି  ।
  • ବିଗତ ଚାରି ବର୍ଷରେ ମୋଟ 92ଟି ମେଡିକାଲ କଲେଜ (46ଟି ସରକାରୀ ଏବଂ 46 ବେସରକାରୀ) ସ୍ଥାପିତ କରାଯାଇ ସାରିଛି, ଯାହାଦ୍ୱାରା 15,354ଟି ଏମବିବିଏସ ଆସନ (ସିଟ୍) ବୃଦ୍ଧି ପାଇଛି  ।

ଏଚଆଇଭି ଏବଂ ଏମ୍ସ (ବିଲୋପ ଏବଂ ନିୟନ୍ତ୍ରଣ) ଆଇନ, 2017

  • ଏହାର ଉଦ୍ଦେଶ୍ୟ ହେଉଛି ମିଳିତ ଜାତିସଂଘ ଦ୍ଵାରା ନିର୍ଦ୍ଧାରିତ ଦୀର୍ଘକାଳୀନ ବିକାଶ ଉଦ୍ଦେଶ୍ୟ ଗୁଡିକ ଅନୁସାରେ 2030 ମସିହା ମଧ୍ୟରେ ଏହି ସଂକ୍ରାମକ ରୋଗକୁ ସମାପ୍ତ କରିବା

ସମଗ୍ର ସ୍ୱାସ୍ଥ୍ୟ ସେବା ପାଇଁ ଯୋଗ

  • ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ 2015ରୁ ପ୍ରତ୍ୟକ ବର୍ଷ 21 ଜୁନରେ ପାଳନ କରାଯାଉଛି  । ବର୍ଷ ସାରା ଯୋଗରେ ଲୋକମାନଙ୍କର ବହୁତ ସଂଖ୍ୟାରେ ଯୋଗଦାନ କରିବା ଦ୍ଵାରା ସ୍ୱାସ୍ଥ୍ୟ ସମ୍ବନ୍ଧିତ ଅନେକ ଲାଭ ମିଳୁଛି  ।

ବିଶ୍ଵସ୍ତରୀୟ ଲକ୍ଷ୍ୟ ହାସଲ ପୂର୍ବରୁ ଟିବିର ମୂଳୋତ୍ପାଟନ

  • ଔଷଧ ଗ୍ରାହଣ କରୁଥିବା ଟିବିର ଚିକିତ୍ସା 400,000 ରୁ ଅଧିକ ଡିଓଟି କେନ୍ଦ୍ରଗୁଡିକର ଏକ ନେଟୱାର୍କ ମାଧ୍ୟମରେ କରାଯାଉଛି  ।
  • ଟିବିର ଲକ୍ଷଣ ଗୁଡିକର ଘର-ଘର ବୁଲି ସ୍କ୍ରିନିଂ ଦ୍ଵାରା ସକ୍ରିୟ କେସଗୁଡିକୁ ଚିହ୍ନଟ କରି 5.5 କୋଟି ଲୋକଙ୍କୁ ସାମିଲ କରାଯାଇଛି  ।
  • ଡିବିଟି ମାଧ୍ୟମରେ ଟିବିର ଚିକିତ୍ସା ସମୟ ପାଇଁ ସମସ୍ତ ଟିବି ରୋଗୀଙ୍କୁ ପୋଷଣ ସମ୍ବନ୍ଧିତ ସହାୟତା ଦେବା ପାଇଁ ପ୍ରତି ମାସରେ 500 ଟଙ୍କା

“ଭାରତର, ସ୍ୱାସ୍ଥ୍ୟ ସେବା ଏକ ରୂପାନ୍ତରିତ ଭାରତର ପଥ ପ୍ରଦର୍ଶକ ହେବ  । ଗରିବ ଲୋକମାନଙ୍କୁ ଉଚ୍ଚ ଗୁଣବତ୍ତା ଏବଂ ବ୍ୟୟସାପେକ୍ଷ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଆମେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛୁ ”

ଆଧାର  : ଭାରତ  ସରକାର

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate