ଉପକ୍ରମ
ପ୍ରଧାନମନ୍ତ୍ରୀ ଉଜ୍ଵାଳା ଯୋଜନା ହେଉଛି ଭାରତ ସରକାରଙ୍କ ପେଟ୍ରୋଲିୟମ ନାଚୁରାଲ ଗ୍ୟାସ ବିଭାଗ ତରଫରୁ ବିପିଏଲ ପରିବାରକୁ LPG ଯୋଗାଣ କରିବା । ଉପଭୋକ୍ତା କୈନ୍ଦ୍ରୀକ ଉଦ୍ୟମ –
- ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ଅଧିନରେ ବିପିଏଲ୍ ପରିବାରଗୁଡ଼ିକୁ ଆଗାମୀ ୩ବର୍ଷ ମଧ୍ୟରେ ପ୍ରତି ସଂଯୋଗୀକରଣରେ ୧୬୦୦ ଟଙ୍କାର ଆର୍ଥିକ ସହାୟତା ସହିତ ୫କୋଟି ଏଲ୍ପିଜି ସଂଯୋଗ ଉପଲବ୍ଧ କରାଯିବ ।
- ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା କାର୍ଯ୍ୟକ୍ରମ ସମ୍ପାଦନା ପାଇଁ ୮୦୦୦କୋଟି ଟଙ୍କା ଆବଣ୍ଟିତ କରାଯାଇଛି ।
- ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ୧ ମଇ ୨୦୧୬ରେ ଉତ୍ତର ପ୍ରଦେଶର ବଲିଆଠାରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି ।
- ମହିଳାଙ୍କ ନାମରେ ଗ୍ୟାସ କନେକ୍ସନ ରହିବ ଯେଉଁଥିରୁ ମହିଳାଙ୍କୁ ଅଧିକାର ମିଳିବ ।
- ସାମାଜିକ- ଆର୍ଥିକ-ଜାତି-ଜନଗଣନା ପରିସଂଖ୍ୟାନ ଆଧାରରେ ବିପିଏଲ୍ ପରିବାରଗୁଡ଼ିକ ଚିହ୍ନଟ ହେବେ ।
- ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାରେ ୧ଲକ୍ଷ ଅତିରିକ୍ତ ପ୍ରତ୍ୟକ୍ଷ ରୋଜଗାର ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି ।
- ସିଲିଣ୍ଡର, ଚୁଲ୍ଲା, ରେଗୁଲେଟର୍, ଗ୍ୟାସ୍ ହୋଜ୍ ଆଦିର ଆବଶ୍ୟକତା ପଡିବ, ନୂଆ ଯୋଜନା ଆରମ୍ଭ ହେବାର ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ବ୍ୟାପକ ସମର୍ଥନ ମିଳିବାର ସମ୍ଭାବନା ଅଛି କାରଣ ଘରୋଇ ଭାବେ ସମସ୍ତ ପ୍ରକାର ଉତ୍ପାଦନ ହେବ ।
- ଏଥିରେ ଭାରତୀୟ ଶିଳ୍ପକୁ ଆଗାମୀ ୩ବର୍ଷ ମଧ୍ୟରେ ଅତିକମ୍ ରେ ୧୦,୦୦୦ କୋଟି ଟଙ୍କାର ବ୍ୟବସାୟର ଅତିରିକ୍ତ ସୁଯୋଗ ଉପଲବ୍ଧ ହେବାର ସମ୍ଭାବନା ରହିଛି ।
ଆବଶ୍ୟକତା
ଭାରତରେ ଗରିବଙ୍କ ପାଖରେ ବହୁତ କମ୍ ରନ୍ଧନଗ୍ୟାସର ସୁବିଧା ରହିଛି । LPG ସିଲିଣ୍ଡରର ବ୍ୟବହାର ସହର ତଥା ଅର୍ଦ୍ଧ ସହରରେ ବହୁଭାବରେ ଦେଖାଯାଏ । କିନ୍ତୁ ଗ୍ରାମାଞ୍ଚଳରେ ମହିଳାଙ୍କ ପାଖରେ ରୋଷେଇ କରିବା ପାଇଁ ଜାଳେଣୀର ବ୍ୟବସ୍ଥା ନଥାଏ । କିନ୍ତୁ ଜୀବାଶ୍ମରେ ରୋଷେଇ କରିବା ଦ୍ଵାରା ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଏ । WHO ଦ୍ଵାରା କରାଯାଇଥିବା ଗବେଷଣାରୁ ଜଣାଯାଏ ଯେ ଏଥିପାଇଁ ପାଖାପାଖି ୫ ଲକ୍ଷ ମହିଳା ମୃତ୍ୟୁ ମୁଖରେ ପଡନ୍ତି । ବିନା ସଂକ୍ରମଣ ରୋଗ ଯେପରି ହାର୍ଟ ରୋଗ, ହାର୍ଟ ଆଟାକ, ଶ୍ଵାସନଳୀ ସଂକ୍ରମଣ ଇତ୍ୟାଦି । ଏହା ଶିଶୁଙ୍କ ପାଇଁ ମଧ୍ୟ ମାରାତ୍ମକ । ରୋଷେଇ ଘରୁ ବାହାରୁଥିବା ଧୂଆଁ ଏକ ଘଣ୍ଟାରେ ୪୦୦ ସିଗାରେଟ୍ ରୁ ବାହାରୁଥିବା ଧୂଆଁ ସାଙ୍ଗରେ ସମ୍ମାନ ।
LPG କନେକ୍ସନ BPL ପରିବାରକୁ କରିବାଦ୍ଵାରା ରୋଷେଇ ଗ୍ୟାସର ସାରାଦେଶରେ ବିକେନ୍ଦ୍ରୀକରଣ କରାଯାଇପାରିବ । ମହିଳାଙ୍କୁ ସଶକ୍ତି କରାଇବା ସହ ସେମାନଙ୍କ ସ୍ୱାସ୍ଥ୍ୟକୁ ରକ୍ଷା କରିବା । ଏହା ସେମାନଙ୍କ କଠିନ ପରିଶ୍ରମକୁ କମ୍ କରିବା ସହ ସମୟ ବଞ୍ଚାଇବ । ଗ୍ରାମ୍ୟ ଯୁବକଙ୍କୁ ଏହାକୁ ଯୋଗାଣ କରିବା ପରି ରୋଜଗାର ଯୋଗାଇବ ।
ହିତାଧିକାରୀ
ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କରାଯାଇଥିବା BPL ପରିବାରକୁ ଚିହ୍ନଟ କରାଯିବ । ସୋସିଓ-ଇକୋନୋମିକ କାଷ୍ଟ ଗଣନା (SECC)-୨୦୧୧ ଗ୍ରାମାଞ୍ଚଳ ଡାଟାବେସକୁ ନେଇ ଏହା ବିତରଣ କରାଯିବ । BPL ପରିବାର ମଧ୍ୟରୁ SC /ST ତଥା ପଛୁଆଶ୍ରେଣୀକୁ ଅଗ୍ରାଧିକାର ଦିଆଯିବ । LPG କନେକ୍ସନ ପରିବାରର ମହିଳାଙ୍କ ନାମରେ ରହିବ ।
ଯୋଜନାର ଅବଧି
ସାରାଦେଶରେ ଏହି ଯୋଜନା ତିନିବର୍ଷ କାର୍ଯ୍ୟକାରୀ କରାଯିବ। ଅର୍ଥନୈତିକ ବର୍ଷ ୨୦୧୬-୧୭,୨୦୧୭-୧୮ ଏବଂ ୨୦୧୮- ୧୯।
ନାଗରିକଙ୍କର ସୁବିଧା
୫ କୋଟିର ଏହି LPG କନେକ୍ସନ BPL ପରିବାରକୁ ଯୋଗାଇ ଦିଆଯିବ । ଏହି ଯୋଜନାରେ ୧୬୦୦ ଟଙ୍କାର ଏବଂ ଆର୍ଥିକ ସହାୟତା ପରିବାରକୁ ଯୋଗାଇ ଦିଆଯିବ । ୧୬୦୦ଟଙ୍କା ମଧ୍ୟରେ ଗୋଟିଏ ସିଲିଣ୍ଡର, ପ୍ରେସର ରେଗୁଲେଟର, ବୁକଲେଟ, ସେଫଟିହସ ଇତ୍ୟାଦି ସରକାରଙ୍କ ଦ୍ଵାରା ଯୋଗାଇ ଦିଆଯିବ ।
ଯୋଜନା କାର୍ଯ୍ୟକାରିତା ରୂପରେଖ
- ବିପିଏଲ୍ ପରିବାରରେ LPG କନେକସନ ନଥିଲେ ପରିବାରର ମହିଳା ଉପଯୁକ୍ତ ଫର୍ମରେ ବିତରକଙ୍କ ପାଖରେ ଗ୍ୟାସ ପାଇଁ ଆବେଦନ କରିପାରିବେ ।
- ଯେତେବେଳେ ଫର୍ମ ପୂରଣ କରାଯିବ ସେତେବେଳେ ଠିକଣା,ଜନଧନ ବ୍ୟାଙ୍କ ଆକାଉଣ୍ଟସ, ଆଧାର ନମ୍ବର ଇତ୍ୟାଦି ପୂରଣ କରିବେ । ଯଦି ଆଧାର ନମ୍ବର ନଥିବ ତେବେ UIDAI ଦ୍ଵାରା କିପରି ଆଧାର ନମ୍ବର ମିଳିପାରିବ ସେ ବ୍ୟବସ୍ଥା କରିବା ଆବଶ୍ୟକ।
- LPGର କ୍ଷେତ୍ର ଅଧିକାରୀ ଦରଖାସ୍ତ ପାଇବା ପରେ ତାଙ୍କୁ SECC-୨୦୧୧ ଡାଟାବେସ ସହ ତଦାରଖ କରି ତାକୁ OMC ୱେବ ସାଇଟରେ ଲଗିଂ କରି ପାଶୱାଡ ପ୍ରଦାନ କରିବେ ।
- ଯାଞ୍ଚପରେ ପ୍ରକୃତ ହିତାଧିକାରୀଙ୍କୁ କନେକସନ ଯୋଗାଇ ଦିଆହେବ ।
- OMC ଦ୍ଵାରା ବିଭିନ୍ନ ଜାଗାରେ ମେଳାର ଆୟୋଜନ କରାଯାଇ LPG ବଣ୍ଟନର ବ୍ୟବସ୍ଥା କରାଯିବ ।
- ଏହି ଯୋଜନାରେ BPL ପରିବାରଙ୍କ କ୍ଷେତ୍ର ପରିଦର୍ଶନ କରାଯାଇ ସିଲିଣ୍ଡର (୧୪.୨କେଜି, ୫କେଜି ଇତ୍ୟାଦି ) ଯୋଗାଣ କରାଯିବ ।
ଆଧାର - Pradhan Mantri Ujjwala Yojana website
ଅଧିକ ତଥ୍ୟ ପାଇଁ
- Application form for LPG connections under Pradhan Mantri Ujjwala Yojana
- FAQs on Pradhan Mantri Ujjwala Yojana
- Pradhan Mantri Ujjwala Yojana - Scheme guidelines